Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିର ଗୁଡିକର ପୁନଃବାସ

Rashmita Mishra
Browse all articles by Rashmita Mishra
·1 year ago·1 min read
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ମନ୍ଦିର ଗୁଡିକର ପୁନଃବାସ

Key Points

ପୁନଃବାସ ହେବ ୧୯ ମଠ
ଗୋଟିଏ ସ୍ଥାନରେ ହେବ ବିଜେସ୍ଥଳୀ
ମଠମନ୍ଦିର ପାଇଁ ପୁରୀ ସହରରେ ଜାଗା ଚିହ୍ନଟ
ଦେବୋତ୍ତର କମିଶନଙ୍କ ସହ ଦୁଇଥର ବୈଠକ

ପୁନଃବାସ ହେବେ ୧୯ ମଠ । ଗୋଟିଏ ସ୍ଥାନରେ ହେବ ବିଜେସ୍ଥଳୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠମନ୍ଦିର ପାଇଁ ପୁରୀ ସହରରେ ଜାଗା ଚିହ୍ନଟ। ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ସମସ୍ତ ୧୯ ଟି ମଠ ଏହି ପ୍ରକ୍ରିୟାକରଣ ରେ ସାମିଲ ରହିବେ ।

ଗୋଟିଏ ଜାଗାରେ ମଠ ଗୁଡ଼ିକର ବିଜେସ୍ଥଳୀ ରହିଲେ ଭକ୍ତ ମାନଙ୍କୁ ଦର୍ଶନ ପାଇଁ ଓ ଶେଷ ପୂଜା ପାଇଁ ସୁବିଧା ହେବ କହିଛନ୍ତି ଆଇନ ମନ୍ତ୍ରୀ । ଏନେଇ ଦେବୋତ୍ତର କମିଶନଙ୍କ ସହ ଦୁଇ ଥର ବୈଠକ ସହ ଜାଗା ଚିହ୍ନଟ ହୋଇଥିବା ସେ ସୂଚନା ଦେଇଛନ୍ତି ।

ଅନ୍ୟପଟରେ ଦୀର୍ଘ ୬ ବର୍ଷ ଧରି ଏଭଳି ଏକ ନିଷ୍ପତ୍ତି କୁ ପ୍ରତୀକ୍ଷା କରି ରହିଥିଲେ ମଠ ମହନ୍ତ । ପରିକ୍ରମା ପ୍ରକଳ୍ପ ପାଇଁ ମଠ ଗୁଡ଼ିକର ଅଧିକାଂଶ ସ୍ଥାନ ଉଚ୍ଛେଦ ହୋଇଥିବା ବେଳେ କେବଳ ଗାଦି ସ୍ଥାନଟି ରହିଛି । ଯାହା ସଂକୀର୍ଣ୍ଣ ଓ ଅଣଓସାରିଆ । ଭଜନ କୀର୍ତ୍ତନ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ, ବିଦ୍ୟାର୍ଥୀ,ଗୋସେବା କିମ୍ବା ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ । ଏନେଇ ପୂର୍ବ ସରକାର ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାର୍ଯ୍ୟକାରୀ କରିପାରି ନଥିଲେ ।

ଶ୍ରୀମନ୍ଦିର ଠାରୁ ଅଳ୍ପ କେଇ କିଲୋମିଟର ଦୂରରେ ଜାଗା ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଚୂଡ଼ଙ୍ଗ ସାହି ମୌଜା ର ପ୍ରାୟ ୪ ରୁ ୫ ଏକର ପରିମିତ ଜାଗାରେ ହୋଇପାରେ ମଠ ବିଜେ ସ୍ଥଳୀ। ଅନ୍ୟପଟେ ଗୋଟିଏ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଆଧାରିତ ମଠ କୁ ଏକ କରିବା ପରମ୍ପରା ସମ୍ମତ ନୁହେଁ ବୋଲି କହିଛନ୍ତି ବରିଷ୍ଠ ସ୍ତମ୍ଭକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rehabilitation-of-temples-and-monasteries-demolished-during-the-parikrama-project-of-shrimandir | Argus News