Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଲିତ ମୃତ୍ୟୁ ଘଟଣାର ୩୪ ମାସ ପରେ ବି ଅନେକ ଅସମାହିତ ପ୍ରଶ୍ନ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଲଲିତ ମୃତ୍ୟୁ ଘଟଣାର ୩୪ ମାସ ପରେ ବି ଅନେକ ଅସମାହିତ ପ୍ରଶ୍ନ !

ନବ ଦାସଙ୍କ ରୋଷେୟା ଲଲିତ ମୃତ୍ୟୁ ନେଇ ପୋଲିସ ତନାଘନା । ଆତ୍ମହତ୍ୟା ନା ଲଲିତଙ୍କୁ କରାଯାଇଛି ପ୍ରି ପ୍ଲାନଡ ହତ୍ୟା । ନବ ଦାସଙ୍କ ଘରର କେୟାର ଟେକର ମୁନ୍ନୁ ପ୍ରସାଦ ଙ୍କୁ ମାରାଥନ ଜେରା । ମୁନ୍ନୁ ହିଁ ଫ୍ୟାନରେ ଝୁଲୁଥିବା ଲଲିତଙ୍କ ଶରୀରକୁ ଆଣିଥିଲେ ତଳକୁ । ଘଟଣାର ୩୪ ମାସ ପରେ ବି ଅନେକ ଅସମାହିତ ପ୍ରଶ୍ନ ।


୧୭ ଏପ୍ରିଲ୍ ୨୦୨୨ । ସେତେବେଳର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝାରସଗୁଡା ସରବାହାଲ ସ୍ଥିତ ବାସଭବନରେ କଣ ହୋଇଥିଲା, କେମିତି ହେଲା ନବଙ୍କ ରୋଷେୟା ଲଲିତଙ୍କ ମୃତ୍ୟୁ, କେଉଁ ପରିସ୍ଥିତିରେ ମିଳିଲା ଲଲିତଙ୍କ ଝୁଲନ୍ତା ମୃତଦେହ । ଆତ୍ମହତ୍ୟା ନା ହତ୍ୟା ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଝାରସୁଗୁଡା ପୋଲିସ ଆରମ୍ଭ କରିଛି ତନାଘନା। ପ୍ରଥମ ତଦନ୍ତରେ ଘଣ୍ଟ ଘୋଡାଯାଇଥିବା ପ୍ରମାଣ ମିଳିବା ପରେ ପୁନଃ ତଦନ୍ତ ଆରମ୍ବ ହୋଇଛି । ଆଜି ସ୍ୱର୍ଗତଃ ନବ ଦାସଙ୍କ ବାସଭବନରେ ଘରୋଇ କାମ କରୁଥିବା ମୁନୁ ପ୍ରସାଦଙ୍କୁ ପୋଲିସ ମାରାଥନ ଜେରା କରିଛି । ଦୀର୍ଘ ଏକ ଘଣ୍ଟା ହେବ ଘଟଣା ଦିନର ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି ମୁନ୍ନୁ।

ଲଲିତଙ୍କ ମୃତ୍ୟୁର ଘଟଣାର ୩୪ ମାସ ପରେ ବି ଅନେକ ଅସମାହିତ ପ୍ରଶ୍ନ ।

-ଯଦି ଲଲିତ ଆତ୍ମହତ୍ୟା କଲେ, ତାଙ୍କ ପାଦ ତଳେ କେମିତି ଲାଗିଲା ?
-କାହିଁକି ଲଲିତଙ୍କ ବ୍ଲଡ ସାମ୍ପଲ, ନଖ, ପିନ୍ଧିଥିବା ପୋଷାକ ଗଲାନାହିଁ ଫୋରେନସିକ୍ ଲ୍ୟାବ୍ ?
-କେମିତି ପୋଷ୍ଟମର୍ଟମ ହଲରୁ ଚୋରି ହୋଇଗଲା ଲଲିତଙ୍କ ଭିସେରା ?
-ପ୍ରମାଣ ନଷ୍ଟ ପାଇଁ ଭିସେରା ଚୋରି ଥିଲା କି ଷଡଯନ୍ତ୍ର ?

ହତ୍ୟା କି ଆତ୍ମହତ୍ୟା ଜାଣିବା ପାଇଁ ଭିସେରାର ବଡ଼ ଭୂମିକା ଥାଏ। ଜାଣିଶୁଣି ପୋଲିସ ମାଧ୍ୟମରେ ସବୁ ପ୍ରମାଣ ନଷ୍ଟ ପଛରେ କିଏ ?

ମାମଲାକୁ ଚାପି ଦେଇଥିଲା ଝାରସୁଗୁଡା ପୋଲିସ। ଲଲିତଙ୍କ ବାପା ନ୍ୟାୟ ପାଇଁ ପୋଲିସ ଡିଜିଙ୍କୁ ଚିଠି ଲେଖିବା ପରେ ଆରମ୍ଭ ହୋଇଛି ପୁନଃ ତଦନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Reinvestigation Begins in Naba Das’ Cook Lalit Sahu Death Case, Fresh Interrogation Likely | Argus News