ଆବାସିକ ସ୍କୁଲ ନାଁରେ କରୁଛନ୍ତି ଧର୍ମାନ୍ତରୀକରଣ, ରଚିଛନ୍ତି ଭୟଙ୍କର ଷଡ୍ଯନ୍ତ୍ର

Key Points
ସମାଜସେବା ନାଁରେ ସାଙ୍ଘାତିକ କେଳେଙ୍କାରୀ
ଲୋକଙ୍କ ଦାରିଦ୍ର୍ୟ ଓ ସରଳତାର ସୁଯୋଗ ନେଇ ଭୟଙ୍କର କାରନାମା
ଉପାନ୍ତ ଅଞ୍ଚଳରେ ନୁହେଁ ଓଡ଼ିଶାର ବହୁ ଜିଲ୍ଲାରେ ଧର୍ମାନ୍ତରୀକରଣର କେନ୍ଦ୍ର
ଅର୍ଗସରେ ଧର୍ମାନ୍ତରୀକରଣ ରାକେଟର ପର୍ଦ୍ଦାଫାସ୍
ସମାଜସେବା ନାଁରେ ସାଙ୍ଘାତିକ କେଳେଙ୍କାରୀ । ଲୋକଙ୍କ ଦାରିଦ୍ର୍ୟ ଓ ସରଳତାର ସୁଯୋଗ ନେଇ ଭୟଙ୍କର କାରନାମା । ଧର୍ମାନ୍ତରୀକରଣର ବଡ଼ ରାକେଟର ପର୍ଦ୍ଦାଫାସ୍ । ଅର୍ଗସ ହାତରେ ଆମେରିକା, କାନାଡ଼ାରୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଯାଏଁ ଫୈଜ ରେହମାନଙ୍କ କେଳେଙ୍କାରୀର ଲମ୍ବା ଚିଠା ।
ଧର୍ମନ୍ତରୀକରଣର ସାଂଘାତିକ କାରନାମା ପାଇଁ ଗୋଟିଏ ଲୋକ ଆମେରିକା ଓ କାନାଡ଼ାରୁ ନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଯାଏଁ ଭିନ୍ନ ଭିନ୍ନ ନାଁରେ ଖୋଲିଛି ଭିନ୍ନ ସଂସ୍ଥା। ବେଙ୍ଗଲରେ ପଞ୍ଜୀକୃତ ସଂସ୍ଥା, ଓଡ଼ିଶାରେ କରୁଛି ମହାକେଳେଙ୍କାରୀ। ଆବାସିକ ସ୍କୁଲ ନାଁରେ ଧର୍ମାନ୍ତରୀକରଣର ଭୟଙ୍କର ଅଭିଯୋଗ। ଏ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ହେଉଛି ଫୈଜ ରେହମାନ।
2019ରେ ପୋକସୋ ମାମଲାରେ ଅଭିଯୁକ୍ତ ହୋଇଥିଲା ଫୈଜ୍ ରେହମାନ୍। ଢେଙ୍କାନାଳରେ ଫୈଜ ବିରୋଧରେ ଆସିଥିଲା ନାବାଳିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଅଭିଯୋଗ। ତାପରେ 2019ରେ କେତେକ ହଷ୍ଟେଲ ବନ୍ଦ କରାଯାଇଥିଲା। ଏବେ ପୁଣି ସେହି ସବୁ ହଷ୍ଟେଲ ଚଳାଉଛି ଫୈଜ୍ ରେହମାନ। ପଶ୍ଚିମବଙ୍ଗର ନୟାଗ୍ରାମ ଥାନାରେ ଫୈଜ ଅହମ୍ମଦ ସମେତ ୫ ଜଣଙ୍କ ନାଁରେ ଅଛି ଅଭିଯୋଗ।
ଓଡ଼ିଶାରେ ଏହି ସାଂଘାତିକ କେଳେଙ୍କାରୀର ସୁରାକ୍ ମିଳିବା ପରେ ତଦନ୍ତ ପାଇଁ ସବୁ ଜିଲ୍ଲାର SPଙ୍କୁ ଦିଆଯାଇଥିଲା ନିର୍ଦ୍ଦେଶ। ପୋଲିସ ଡିଜିଙ୍କୁ ଏହି ତଦନ୍ତ ରିପୋର୍ଟ ଦେଇଛି ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା । ଯେଉଁଥିରେ ସାମ୍ନାକୁ ଆସିଛି ସାଂଘାତିକ କେଳେଙ୍କାରୀ । SPଙ୍କ ରିପୋର୍ଟରେ ରହିଛି ସାଂଘାତିକ ତଥ୍ୟ। ଡ୍ରିମ୍ ସେଣ୍ଟର ହଷ୍ଟେଲ ନାଁରେ ରାଜ୍ୟର ବହୁ ଜିଲ୍ଲାରେ ଖୋଲାଯାଇଛି ହଷ୍ଟେଲ। ଅଧିକାଂଶ ହଷ୍ଟେଲ ପାଇଁ କୌଣସି ସରକାରୀ ବିଭାଗଠାରୁ ଅନୁମତି ଅଣାଯାଇନାହିଁ।
୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ବେଆଇନ ଭାବେ ରଖାଯାଉଛି। ଧର୍ମାନ୍ତରୀକରଣ ହେଉଛି ସଂସ୍ଥାର ମୂଳ ଉଦ୍ଦେଶ୍ୟ । ଗରିବ ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କର ଜୋରଜବରଦସ୍ତ କରାଯାଉଛି ଧର୍ମାନ୍ତରୀକରଣ। ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି SP।
ହଷ୍ଟେଲ ଚଳାଇବା ନାଁରୁ ଅଣାଯାଉଛି ବିଦେଶରୁ କୋଟି କୋଟି ଟଙ୍କାର ଫଣ୍ଡିଂ। ବେଆଇନ ଭାବେ ବିଦେଶରୁ ଟଙ୍କା ଆଣି ଚଳାଯାଉଛି ହଷ୍ଟେଲ। କେନ୍ଦ୍ର ସରକାରଙ୍କ Foreign Contribution Regulation Act ବା FCRAର ବଡ଼ ଉଲ୍ଲଂଘନ । ଧର୍ମାନ୍ତରୀକରଣ ପାଇଁ କେମିତି ଚାଲିଥିଲା କୋଟି କୋଟି ଟଙ୍କାର କାରବାର ତାର ଦସ୍ତାବିଜ ଲାଗିଛି ଅର୍ଗସ୍ ନ୍ୟୁଜ୍ ହାତରେ। ଧର୍ମାନ୍ତରୀକରଣ ସହ ଆତଙ୍କବାଦ, ଶିଶୁ ଯୌନ କେଳେଙ୍କାରୀ, ଯୁବତୀ ଚାଲାଣ ଭଳି କାମରେ ଏହି ଟଙ୍କା ବ୍ୟବହାର ହେଉଥିବା ଅଭିଯୋଗ।
ଆହୁରି ମଧ୍ୟ ଏହି ସାଂଘାତିକ କାରନାମାର କାର୍ପଟଦାର ଫୈଜ ରେହମାନ ବିରୋଧରେ ଝିଅମାନଙ୍କୁ ଶାରିରୀକ, ମାନସିକ ନିର୍ଯାତନା ଦେବା ନେଇ ରହିଛି ସାଂଘାତିକ ଅଭିଯୋଗ। ନାବାଳିକାମାନଙ୍କ ସହ ରହିଛି ଆପତ୍ତିଜନକ ଅବସ୍ଥାର ଅନେକ ଫଟୋ।