Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଅଯୋଗ୍ୟ ନେତା ସମ୍ବିତ ରାଉତରାୟଙ୍କୁ ହଟାଅ

Odisha

 ଅଯୋଗ୍ୟ ନେତା ସମ୍ବିତ ରାଉତରାୟଙ୍କୁ ହଟାଅ

Manini Pattanayak
Browse all articles by Manini Pattanayak
·2 years ago·2 min read
 ଅଯୋଗ୍ୟ ନେତା ସମ୍ବିତ ରାଉତରାୟଙ୍କୁ ହଟାଅ

ଜଗତସିଂହପୁର:  ଅଯୋଗ୍ୟ ନେତାଙ୍କୁ ହଟାଅ.. ଆଉ ଜଣେ ସୁଯୋଗ୍ୟ ସନ୍ତାନକୁ ସୁଯୋଗ ଦିଅ । ୫ ବର୍ଷ କାଳ ରହିଲେ କିନ୍ତୁ କାହା ସୁଃଖଦୁଃଖରେ ଭାଗିଦାର ହେଲେନି । ଏ ନେତା ରହିଲେ ଆମର ଲାଭ କଣ ? କିଛି ଏମିତି କହି ସମ୍ବିତରାଉତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ନିର୍ବାଚନ  ପୂର୍ବରୁ ବିଜେଡି ବିଧାୟକଙ୍କ ଉପରେ ଏମିତି ଜନଆକ୍ରୋଷ ବଢୁଥିବାରୁ ଚିନ୍ତାରେ ଶୀର୍ଷସ୍ତରର ନେତା ।

ପୁଣି ଅଡ଼ୁଆରେ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ । କାରଣ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ କୁଜଙ୍ଗ ପରେ ରାହାମାରେ ବି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ବିଶାଳ ସମାବେଶ ହୋଇଛି । ଏମତିକି ସମ୍ବିତଙ୍କୁ ପ୍ରାର୍ଥୀ କଲେ ଦଳ ଛାଡି ବିକଳ୍ପ ପ୍ରାର୍ଥୀ ଦେବୁ ବୋଲି କହିବାକୁ ପଛାଇନାହାନ୍ତି ଲୋକେ ।
ରାହାମା ଜିତ୍ ମଣ୍ଡପ ପରିସରରେ ପାରାଦ୍ୱୀପ  ନିର୍ବାଚନ ମଣ୍ଡଳୀର ହଜ଼ାର ହଜାର ବିଜେଡି କର୍ମୀ ଓ ମହିଳାମାନେ ଏକାଠି ହୋଇ ଏକ ବିଶାଳ ସମାବେଶ ହୋଇଛି । ହଜାର ହଜାର ବିଜେଡ଼ି କର୍ମୀ ଓ ମହିଳା ଏଥିରେ ସାମିଲ ହୋଇଛନ୍ତି। ଆଗାମୀ ନିର୍ବାଚନରେ ସମ୍ବିତ ରାଉତରାୟଙ୍କୁ ବିରୋଧ କରିବା ସହିତ ଟିକେଟ୍ ନ ଦେବା ପାଇଁ ହଜାର ହଜାର ବିଜେଡ଼ି କର୍ମୀମାନେ ଦାବି କରିଛନ୍ତି। ସରକାର ଯଦି ଏଥିପ୍ରତି ଦୃଷ୍ଟି ନଦେବେ ଆଗାମୀ ଦିନରେ ଏହି କର୍ମୀ ସମ୍ମିଳନୀ ଆହୁରି ତୀବ୍ରତର କରିବା ସହିତ ଭୋଟ ବର୍ଜ୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ହଜାର ହଜାର ବିଜେଡ଼ି କର୍ମୀ ଓ ମହିଳା।
 ଖାଲି ସେତିକି ନୁହେଁ ମା' ତାରିଣୀ ଙ୍କ ନିକଟକୁ ନଡ଼ିଆ ପଠାଇ ବିଧାୟକ ସମ୍ବିତ ରାଉତରାୟ ଙ୍କୁ ଟିକଟ୍ ନ ମିଳିବା ପାଇଁ ପ୍ରାର୍ଥନା କରିଛନ୍ତି। ଯଦି ଦଳ ସମ୍ୱିତ ଙ୍କୁ ଟିକଟ୍ ଦିଏ ତେବେ ଅସନ୍ତୁଷ୍ଟ କର୍ମୀମାନେ ସମ୍ୱିତ ବିରୋଧରେ ସ୍ବାଧିନ ପ୍ରାର୍ଥୀ ଛିଡ଼ା କରିବେ ବୋଲି ସିଧା ସିଧା କହିଛନ୍ତି।ଅଯୋଗ୍ୟ ବିଧାୟକ ସମ୍ବିତ ନିଜର ପକେଟ୍ ଗରମ କରିବା ସହିତ ବ୍ୟକ୍ତିଗତ ସ୍ବାର୍ଥ କୁ ଗୁରୁତ୍ଵ ଦେଉଛନ୍ତି।ଏହା ସହିତ ବିଧାୟକ ହେଲା ଦିନ ଠାରୁ ନିର୍ବାଚନ ମଣ୍ଡଳୀରେ ଦେଖାଦେଉ ନାହାଁନ୍ତି କିମ୍ବା କର୍ମୀ ମାନଙ୍କ ଭଲ ମନ୍ଦ ବୁଝୁ ନାହାଁନ୍ତି। ତେଣୁ ଏଭଳି ଅଯୋଗ୍ୟ ବିଧାୟକ ଙ୍କୁ ଆମେ ଭୋଟ ଦେବୁ ନାହିଁ ବୋଲି ଖୋଦ୍ ବିଜେଡ଼ି କର୍ମୀମାନେ କହିଛନ୍ତି। 

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
remove unfit leader sambit routray bjd members Jagatsinghpur | Argus News