Violence Incident / ରେଙ୍ଗଳ ଗାଁରେ ହିଂସାକାଣ୍ଡ: ଡ୍ରାମା ପରିବେଷଣ ବେଳେ ମଞ୍ଚ ଉପରକୁ ଟେକା ପଥର ମାଡ଼

Key Points
ପୁରୀ ଡେଲାଙ୍ଗ ଥାନା ରେଙ୍ଗଳ ଗାଁରେ ଡ୍ରାମା ପରିବେଷଣ ବେଳେ ଆକ୍ରମଣ ।
୧୫ରୁ ଅଧିକ ଯୁବକ ମଞ୍ଚ ଉପରକୁ ଟେକା ପଥର ମାଡ଼ କରିଥିବା ଅଭିଯୋଗ ।
ରଙ୍ଗମଞ୍ଚରେ ଠେଙ୍ଗା ବୁଲିଲା... ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ରେଙ୍ଗଳ ଗାଁରେ ଡ୍ରାମା ପରିବେଷଣ ବେଳେ ୧୫ରୁ ଅଧିକ ଯୁବକ ମଞ୍ଚ ଉପରକୁ ଟେକା ପଥର ଫିଙ୍ଗିଥିଲେ । ମାରଣାସ୍ତ୍ର ଓ ଠେଙ୍ଗାବାଡ଼ି ଧରି ରଙ୍ଗମଞ୍ଚ ଉପରେ ଡ୍ରାମା ପରିବେଷଣ ବେଳେ ଦୁର୍ବୃତ୍ତଙ୍କ ଆତଙ୍କ ।
ଦଳାଚକଟାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁଇସାହି ବିବାଦକୁ ନେଇ ଏହି ଗଣ୍ଡଗୋଳ ହୋଇଛି । କଳାକାର ମାନଙ୍କୁ ମରଣାନ୍ତକ ଆକ୍ରମଣ କରି ଜିନିଷପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ରିପୋର୍ଟ ଅନୁସାରେ, ରେଙ୍ଗଳ ଗ୍ରାମରେ ଡ୍ରାମା ପରିବେଷଣ ହେଉଥିଲା । ଏତିକି ବେଳେ ଉପରସାହିର ୧୫ରୁ ଅଧିକ ଯୁବକ ମଞ୍ଚ ଉପରକୁ ଟେକା ପଥର ଫିଙ୍ଗିଥିଲେ। ପରେ ସେମାନେ ବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାବାଡ଼ି ଧରି ରଙ୍ଗମଞ୍ଚକୁ ଚଢିଯାଇଥିଲେ । ଏହାସହ ଉପରେ ଡ୍ରାମା ପରିବେଷଣ କରୁଥିବା ବେଳେ ଆତଙ୍କ ସୃଷ୍ଟି କରିଥିଲେ । ଏପରିକି ଭୟରେ ସେଠାରେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଏଥିରେ ଅନେକ ଗୁରୁତର ଥିବା ଜଣାପଡିଛି ।
ଏହା ଦୁଇସାହି ବିବାଦର ହିଂସାତ୍ମକ ପରିଣତି ବୋଲି କୁହାଯାଉଛି । କେବଳ ଦର୍ଶକ ନୁହେଁ ମଞ୍ଚରେ ଚଢ଼ି ବ୍ୟାପକ ଭଙ୍ଗାରୁଜା କରିବା ସହ କଳାକାର ମାନଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହାସହ ଦୁର୍ବୃତ୍ତମାନେ ଜିନିଷପତ୍ର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଯୁବକ ମାନଙ୍କ ଆତଙ୍କରେ ଦର୍ଶକମାନେ ଭୟଭୀତ ହୋଇ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦଳାଚକଟାରେ ଏକାଧିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଏନେଇ ରେଙ୍ଗଳ ଡ୍ରାମାଟିକ୍ ଆସୋସିଏସନ୍ର ସଭାପତି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ଡେଲାଙ୍ଗ ଥାନାରେ ମାମଲା ରୁଜୁ ହୋଇଛି । ସେହିପରି ଅପରପକ୍ଷ ଥାନାରେ ପାଲଟା ଅଭିଯୋଗ କରିଥିବା ବେଳେ ଏସଂକ୍ରାନ୍ତରେ ଥାନାରେ ଆଉ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।
📱 Get Argus News App
✨Related Topics
Explore more stories