Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ମରାମତି

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ମରାମତି

Key Points

ଆଜିଠାରୁ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ମରାମତି
୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ
ପ୍ରାୟ ୯୦ଟି ପଥର ବଦଳାଯିବାର ରହିଛି ସମ୍ଭାବନା
ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ୨ଟି ସିଫ୍ଟରେ ହେବ ମରାମତି

ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବାର ମଧ୍ୟ ମନ୍ତ୍ରୀ କହିଛନ୍ତି।


ପୁଣି ଆଜିଠାରୁ ହେବ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ମରାମତି । ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ । ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି । ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ୨ଟି ସିଫ୍ଟରେ ମରାମତି । ବାହାର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣି କରିବା ଯୋଜନା ରହିଥିବାବେଳେ ବର୍ମା ଟିକ୍‌ କାଠ ଲଗାଯାଇ ସୁନା ଛାଉଣି କରିବାକୁ ଯୋଜନା ରହିଛି। ଶ୍ରୀମନ୍ଦିର ପ୍ରଶାସନ ସହ ଏଏସ୍‌ଆଇ ଅଧିକାରୀଙ୍କ ଆଲୋଚନା ହୋଇଥିବା ମନ୍ତ୍ରୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
renovation-of-the-outer-jewel-vault-of-the-temple-from-today | Argus News