Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ

ଅର୍ଗସ ବ୍ୟୁରୋ: ଆଜିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ସେଗୁଡିକ ପରିବର୍ତ୍ତନ କରାଯିବ । ଚଟାଣ ନୂଆ ଭାବେ କରାଯିବ । ଯେଉଁ ଦିନଠାରୁ କାମ ଆରମ୍ଭ ହେଲାଣି ସଠିକ ସମୟ ଦିଆଯାଇପାରିନି । ସେହିପରି ବିଶେଷ ଦିନ ମାନଙ୍କରେ କାମ ବନ୍ଦ ରହିଛି । ୧୨ ତାରିଖରୁ ୧୫ ତାରିଖ ମଧ୍ୟରେ କାମ ବନ୍ଦ ରହିଥିଲା । ଆଗକୁ ଅଧିକ ସମୟ ଆବଶ୍ୟକତା ଅଛି । ତାହେଲେ ରତ୍ନଭଣ୍ଡାର ମରାମତି ସମୟ ଧାର୍ଯ୍ୟ ପୂର୍ବରୁ ଶେଷ ହୋଇପାରିବ। ଆଉ ଏପଟେ ଶ୍ରୀମନ୍ଦିର ନାଟମଣ୍ଡପ ଧାଡିଦର୍ଶନ ଲାଗୁ ପାଇଁ ପୁଣିଥରେ ଆରମ୍ଭ ହୋଇଛି ପ୍ରକ୍ରିୟା । ଭିଡକୁ ଦୃଷ୍ଟିରେ ରଖାଯାଇ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ଏବେ ନିଯୋଗମାନଙ୍କ ସହ ଆଲୋଚନା କରାଯାଉଛି । ପ୍ରକ୍ରିୟା ଶେଷ ପରେ ଲାଗୁ ହେବ ନାଟମଣ୍ଡପ ଧାଡି ଦର୍ଶନ ବ୍ୟବସ୍ଥା । ଏନେଇ ଜିଲ୍ଲାପାଳ କହିଛନ୍ତି ।


ପାଞ୍ଚ ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିଥିଲା। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଏକ ୧୧ଜଣିଆ ଉଚ୍ଚସ୍ତରୀୟ କମିଟି ରତ୍ନଭଣ୍ଡାର ତଦାରଖ ପାଇଁ ଭିତରକୁ ଯାଇ ଅନୁଧ୍ୟାନ କରିଥିଲେ। ତିନିଟି ତାଲା ଭଙ୍ଗାଯିବା ସହ ବାହାର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା। ପରେ ଭିତର ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତରଣ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Renovation work of Ratna Bhandar will begin again from today | Argus News