ଆସନ୍ତାକାଲିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାମ
·1 year ago

ଅର୍ଗସ ବ୍ୟୁରୋ: ଆସନ୍ତାକାଲିଠାରୁ ପୁଣି ରତ୍ନଭଣ୍ଡାର ମରାମତି କାମ । ମାର୍ଗଦର୍ଶିକା ଆଧାରରେ କାଲି ଦ୍ଵିତୀୟ ଭୋଗ ମଣ୍ଡପ ପରେ ମରାମତି ଆରମ୍ଭ ହେବ । ଅପରାହ୍ନ 12ଟା 30ରୁ ସନ୍ଧ୍ୟା ପ୍ରାୟ 6ଟା ଯାଏଁ ମରାମତି କାମ କରାଯିବ । ନୂଆବର୍ଷ, ଛୁଟିଦିନରେ ଭକ୍ତଙ୍କ ଭିଡ଼ରୁ ବନ୍ଦ ରହିଥିଲା ରତ୍ନଭଣ୍ଡାର ମରାମତି କାମ । ଡିସେମ୍ବର 25ରୁ ସ୍ଥଗିତ ଥିଲା ରତ୍ନଭଣ୍ଡାର ମରାମତି କାମ । ମରାମତି କାମ ASI କରୁଛି। ପ୍ରାଥମିକ ଭାବେ ଚୂନ ଛଡ଼ାଯାଇଛି। ତେବେ ପଥରରେ ଅନେକ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: