Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାମିଲ ଶାସନରେ ମହାପ୍ରଭୁଙ୍କ ଅପମାନର ଲମ୍ବା ଲିଷ୍ଟ୍

Smruti Parija
Browse all articles by Smruti Parija
·2 years ago·3 min read
ତାମିଲ ଶାସନରେ ମହାପ୍ରଭୁଙ୍କ ଅପମାନର ଲମ୍ବା ଲିଷ୍ଟ୍

ଅର୍ଗସ ବ୍ୟୁରୋ: ତାମିଲ ଶାସନରେ ମହାପ୍ରଭୁ ଅତ୍ୟାଚାରିତ । ତାହା ବି ଥରେ ନୁହେଁ ବରାମ୍ବାର ମହାପ୍ରଭୁଙ୍କୁ ଅପମାନ..ଅବହେଳା
ଖାଲି ସେତିକି ନୁହେଁ ମହାପ୍ରଭୁଙ୍କୁ ସଂସ୍କୃତି ଭଙ୍ଗ କରିବାରେ ଏକ୍ସପର୍ଟ ରାଜ୍ୟ ସରକାର । କେତେବେଳେ ମହାପ୍ରଭୁଙ୍କ ହୁଣ୍ଡିରୁ ଚୋରେ ହେଉଛି ତ କେତେବେଳେ ଶ୍ରୀମନ୍ଦିର ଭିତର ବେଢା ଫଟୋ ଭାଇରାଲ ହେଉଛି । ଆଉ ପୁଣି କେତେବେଳେ ମହାପ୍ରଭୁଙ୍କୁ ରାତି ଅନିଦ୍ରା କରିବାକୁ ବି ପଛାଉନାହାନ୍ତି  । ନୀତିରେ ତ ବିଭ୍ରାଟ ହେଉଛି ଶ୍ରୀମନ୍ଦିର ସଂସ୍କୃତିକୁ ବି ଧ୍ଵଂସ କରାଯାଉଛି । ଗୋମାଂସ ଭକ୍ଷଣକାରୀ ଖୁଲମ ଖୁଲା ଶ୍ରୀମନ୍ଦିର ଭିତରେ ପ୍ରବେଶ କରୁଛନ୍ତି ।  ସମସ୍ତଙ୍କ ସାମନାରେ ଖୁଲମ ଖୁଲା ନିୟମର ଉଲ୍ଲଙ୍ଘନ ହେଉଛି । ହେଲେ ୱୁ ଜାଣି ଓଡିଆ ଆଜି ଚୁପ୍ ।  

ଏହି ତାମିଲ ଶାସନରେ ମହାପ୍ରଭୁଙ୍କ ଅପମାନର ଲମ୍ବା ଲିଷ୍ଟ୍ । 

୧- ମହାପ୍ରଭୁଙ୍କ ହୁଣ୍ଡିରୁ ଚୋରି ହେଉଛି...
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ହୁଣ୍ଡିକୁ ନେଉଥିବା ଦାନ ଟଙ୍କା ଗଣତି ଚାଲିଥାଏ ।  ଶ୍ରୀମନ୍ଦିର ଭିତରେ ଡୋନେସନ ସେଲ୍‌ରେ ଟଙ୍କା ଗଣତି ବେଳେ ହଠାତ୍ ଟଙ୍କା ଲୁଟ୍ ହେଲା । ଘଟଣା କେଇଟା ମୁହୂର୍ତ୍ତରେ ପୁରା ରାଜ୍ଯରେ ପ୍ରଘଟ ହେଲା । ସିସିଟିଭି ଆଧାରରେ ପିଅନ ଧରାପଡିଲା ସତ ହେଲେ ଶ୍ରୀମନ୍ଦିର ହୁଣ୍ଡିକୁ ସୁରକ୍ଷା ଦେବାରେ ବିଫଳ ରାଜ୍ଯ ସରକାର ।  ହୁଣ୍ଡି ଗଣତିରେ ରକ୍ଷା ୟାଉନି କି ସ୍ଵଚ୍ଛତା । ଗଣତିରେ କାହିଁକି ସ୍ଥାଯୀ କର୍ମଚାରୀ ମୁତନ କରାଯାଉନି । 

୨-ନୋ ଫ୍ଲାଇ ଜୋନ୍ ରେ ଉଡିଲା ଡ୍ରୋନ୍

ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପ୍ରତିଦିନ ଭଳି ମହାପ୍ରଭୁଙ୍କ ଦର୍ଶନ ମହାପ୍ରଭୁଙ୍କ ନାମ ଜପ କରୁଥାନ୍ତି ଶ୍ରଦ୍ଧାଳୁ । ନୋ ଫ୍ଲାଇଂ ଜୋନ୍ ରେ ଉଡିଲା ଡ୍ରୋନ । ଡ୍ରୋନ୍ ଯୋଗେ ଆକାଶ ମାର୍ଗରୁ ଶ୍ରୀମନ୍ଦିର ଭିଡିଓ ଉତ୍ତୋଳନର ଦୃଶ୍ୟ ଭାଇରାଲ୍ ହେଲା । ସୋନୁ ମାଲି ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ ।  ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ । ଆଉ ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ରଖିଲେ ବେପରୁଆ ଉତ୍ତର । ଆମ ପାଖରେ ଖବର ନାହିଁ ।  ନଜରକୁ ଆସିଲେ ନେବୁ କାର୍ଯ୍ୟାନୁଷ୍ଠାନ । ଏଭଳି କିଛି ଖାମଖିଆଲ୍ ଢଙ୍ଗରେ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।

୩- ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀମନ୍ଦିର ଭିତର ବେଢାର ଫଟୋ ପୁଣି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌। ଅବଶ୍ଯ ଏହା ପ୍ରଥମ ଥର ନୁହେଁ । ବାରମ୍ବାର ଏହି ଘଟଣା ଘଟୁଛି । ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିରକୁ ମୋବାଇଲ୍ ମନା ହୋଇଥିବା ବେଳେ ସୁରକ୍ଷାବଳୟ ଭେଦ କରି କିଭଳି ସମ୍ପୃକ୍ତ ବ୍ୟକ୍ତି ମୋବାଇଲ ଫୋନ୍ ନେଇ ଭିତରକୁ ଗଲେ ଓ ସୁରକ୍ଷାକର୍ମୀ କିଭଳି ଯାଞ୍ଚ ନକରି ମୋବାଇଲ ଫୋନ୍ ଶ୍ରୀମନ୍ଦିରକୁ ଛାଡିଲେ । ତାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଛି ବଡ ପ୍ରଶ୍ନବାଚୀ ।  ତେବେ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଥିବା କଥା ପୂର୍ବରୁ ଗୁଇନ୍ଦା ବିଭାଗ ସତର୍କ କରାଇଥିବା ବେଳେ ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ୍ ହେବା ଆତଙ୍କବାଦୀଙ୍କୁ ବେଶ୍ ଖୋରାକ୍ ଯୋଗାଇବ ଓ ଅନେକ ଗୁପ୍ତନୀତି ଯେ ପଦାରେ ପଡିବ ସେଥିରେ ଦ୍ଵିଧା ନାହିଁ ।  

୪-ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖିବାକୁ ଷଡଯନ୍ତ୍ର ରଚାଗଲା

ଡିସେମ୍ବର ୩୧ ରାତି । ମହାପ୍ରଭୁଙ୍କ ପହୁଡ ନୀତି ବନ୍ଦ ପାଇଁ ହୋଇଥିଲା ଷଡଯନ୍ତ୍ର ।  ମହାପ୍ରଭୁଙ୍କ ସଂସ୍କୃତି, ଏତିହ୍ଯକୁ ଅପଭ୍ରଂଶ କରିବାକୁ ହେଲା ହିନ ପ୍ରୟାସ ।  ଏଭଳି ଷଡଯନ୍ତ୍ରକୁ ନାପସନ୍ଦ କଲେ ଜଗନ୍ନାଥ ପ୍ରେମୀ । ଆଉ ଖବର ପ୍ରସାରଣ ପରେ ମତ ବଦାଳାଇଲେ ଶ୍ରୀମନ୍ଦିର ପ୍ରଶାସନ ।  


5- ଅର୍ପଣ ରଥ

ସେତିକିରେ ସରିନି ରାଜନୀତି । ମହାପ୍ରଭୁଙ୍କ ନାଁ ନେଇ ଗାଁ ଗାଁ ରେ ଅର୍ପଣ ରଥ ବୁଲିଲା । ପ୍ରତି ଘରୁ ଗୁଆ ଚାଉଳ ସଂଗ୍ରହ ହେଲା । ପୁରୀ ଧାମକୁ ଚାଉଳ ଯିବା କଥା ଶୁଣି ଶ୍ରଦ୍ଧାରେ ସମସ୍ତଙ୍କ ମନ ପୁରି ଉଠିଲା । ଦାଣ୍ଡ ଧୋଇ ଗୁଆ ଚାଉଳ ସହ ଟଙ୍କା ବି ଦେଇଦେଲେ ଓଡିଆ । ମନରେ ଅପୂର୍ବ ଶ୍ରଦ୍ଧା..ଉତ୍ସାହ । ହେଲେ ଲୋକଙ୍କ ଉଦେଶ୍ଯ କଣ ଥିଲା ଆଉ ରାଜ୍ଯ ସରକାର ଏହାର କଣ କଲେ ତାହା ପୁରା ଓଡିଶା ଦେଖିଲା ।    

6- ଶ୍ରୀମନ୍ଦିର ଚାରିଦ୍ଵାର

ସେପଟେ ଦୀର୍ଘଦିନ ଧରି ବନ୍ଦ ରହିଛି ଶ୍ରୀମନ୍ଦିର ଚାରିଦ୍ଵାର । ଧର୍ମ, ଅର୍ଥ, କାମ, ମୋକ୍ଷକୁ ନେଇ ଭକ୍ତଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ବାରମ୍ବାର ଅଭିଯୋଗ ହେଉଛି । ଖାଲି ସେତିକି ନୁହେଁ ୪ ଦ୍ଵାର ବନ୍ଦ କରି ଗୋଟିଏ ଦ୍ଵାରରେ ଭିଡ଼ରେ ଯନ୍ତ୍ରଣା ପାଉଛନ୍ତି ଭକ୍ତ । ସେପଟେ ଶ୍ରୀମନ୍ଦିର ଭିତରେ ରୋହିଣୀ କୁଣ୍ଡ ଦର୍ଶନ ମଧ୍ୟ ବନ୍ଦ ରହିଛି । ପରିକ୍ରମା ପ୍ରକଳ୍ପ ନାଁରେ ମାଟିରେ ମିଶିଛି ମଠ ଐତିହ୍ୟ । ଐତିହ୍ୟକୁ ବିଦିର୍ନ କରି ବିକାଶର ନାରା ଦେଉଛନ୍ତି ରାଜ୍ୟ ସରକାର । ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ନିଦା ବିଷ୍ଣୁ ସାଜିଛନ୍ତି ସରକାର ।  

ବାରମ୍ବାର ଜଗନ୍ନାଥ ସଂସ୍କୃତି ବିରୋଧରେ ଏଭଳି ଷଡ଼ଯନ୍ତ୍ରଙ୍କୁ ନାପସନ୍ଦ କରିଛନ୍ତି ଜଗନ୍ନାଥ ପ୍ରେମୀ । କିଏ ସେ ଅଦୃଶ୍ୟ ଶକ୍ତି ଯାହା ଈଶାରା ରେ କାମ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥପ୍ରେମୀ ।  

Sponsored
repeatedly-insult-to-mahaprabhu-jagannath-by-odisha-govt | Argus News