Videos
|
Odisha

ଓ୍ଵାକଫ୍ ସଂଶୋଧନ ବିଲ ଉପରେ ପାର୍ଲାମେଣ୍ଟରେ ଉପସ୍ଥାପନ ହେବ ରିପୋର୍ଟ

Rashmita Mishra
Browse all articles by Rashmita Mishra
·1 year ago·2 min read
ଓ୍ଵାକଫ୍ ସଂଶୋଧନ ବିଲ ଉପରେ ପାର୍ଲାମେଣ୍ଟରେ ଉପସ୍ଥାପନ ହେବ ରିପୋର୍ଟ

ଓ୍ବାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ଆଜି ପାର୍ଲାମେଣ୍ଟରେ ଉପସ୍ଥାପନ କରିବ ରିପୋର୍ଟ । ଏନେଇ ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଜେପିସି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ ସୂଚନା ଦେଇଛନ୍ତି । ଓ୍ବାକଫ୍ ବିଲ୍ ସମ୍ପର୍କରେ ବିସ୍ତୃତ ଆଲୋଚନା ପାଇଁ ଛଅ ମାସ ତଳେ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯାଇଥିଲା । କମିଟିର ସଦସ୍ୟମାନେ ବିଭିନ୍ନ ରାଜ୍ୟଗସ୍ତ କରି ମତାମତ ନେଇଥିଲେ । ଓ୍ବାକଫ୍ ସଂଶୋଧନ ବିଲରେ ୨୫ଟି ସଂଶୋଧନ ଅଣାଯାଇଛି ।


ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ସଂସଦରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେଉଛି । ଓ୍ଵାକଫ୍ ସଂଶୋଧନ ବିଲ୍ ଉପରେ ଜେପିସି ରିପୋର୍ଟ ରାଜ୍ୟସଭା ସମ୍ମୁଖରେ ଉପସ୍ଥାପିତ ହୋଇଥିଲା । ବିଜେପି ସାଂସଦ ମେଧା କୁଲକର୍ଣ୍ଣି ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ତେବେ ଏହା ପରେ ହିଁ ବିରୋଧୀ ସାଂସଦମାନେ ନାରାବାଜି ଆରମ୍ଭ କରିଥିଲେ। ଫଳରେ ଗୃହକୁ ମୁଲତବୀ ରଖାଯାଇଥିଲା । ସଂସଦରେ ୱାକଫ୍ ସଂଶୋଧନ ବିଲ୍ ଆଗତ ହୋଇସାରିଛି । ତେବେ ବିରୋଧୀଙ୍କ ତୀବ୍ର ବିରୋଧ ପରେ ଏହାକୁ ଜେପିସିକୁ ପଠାଯାଇଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏବେ ଜେପିସି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି । ତେବେ କମିଟି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି ଜେପିସିରେ ସାମିଲ ଥିବା ବିରୋଧୀ ସାଂସଦ। ଏଭଳି ସ୍ଥିତିରେ ଏହି ପ୍ରସଙ୍ଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଜେପିସି କୌଣସି ନିୟମ ଉଲ୍ଲଂଘନ କରିନାହିଁ। ବିରୋଧୀଙ୍କ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ। ବିରୋଧୀ ଦଳ ନେତାମାନେ ଗୃହକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିବା ଉଚିତ ନୁହେଁ ବୋଲି ରିଜିଜୁ କହିଛନ୍ତି।


ରିଜିଜୁ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ପଚାରିଥିଲେ, ଆପଣ ନିଜେ ଜେପିସିର ସଦସ୍ୟ। ଆପଣ କାହିଁକି ନିଜ ରିପୋର୍ଟକୁ ବିରୋଧ କରୁଛନ୍ତି? ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଜେପିସିରେ ଥିବା ବିରୋଧୀ ନେତାଙ୍କ ଅସନ୍ତୁଷ୍ଟ ନୋଟ୍ ହଟାଇବାକୁ ବିରୋଧ କରିଥିଲେ । ଜେପିସି ରିପୋର୍ଟରେ ଅସନ୍ତୁଷ୍ଟ ନୋଟ୍ କୁ ସାମିଲ କରିବା ପରେ ଏହାକୁ ପୁନର୍ବାର ଉପସ୍ଥାପନ କରାଯାଉ ବୋଲି ସେ କହିଛନ୍ତି।

Report on Waqf Amendment Bill to be presented in Parliament | Argus News