|
logo
Live

Argus News - ଗାତରୁ ଉଦ୍ଧାର ବୃଦ୍ଧାଙ୍କ ପରଲୋକ

Odisha

ଗାତରୁ ଉଦ୍ଧାର ବୃଦ୍ଧାଙ୍କ ପରଲୋକ

Smruti Parija
Browse all articles by Smruti Parija
·2 years ago·1 min read
ଗାତରୁ ଉଦ୍ଧାର ବୃଦ୍ଧାଙ୍କ ପରଲୋକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର କଇଁଫୁଲ ଗାଁରେ ମୁକୁଳା ବୋରୱେଲରୁ ଉଦ୍ଧାର 80 ବର୍ଷୀୟା ବୃଦ୍ଧା ମୃତ । ଗାଡରେ ପଡିବା ପରେ ବୃଦ୍ଧା ଦୁଃଖୀ ନାଗଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି । ଗତକାଲିଠୁ 20 ଫୁଟ୍ ଗାତ ତଳେ ଫସି ରହିଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ପକ୍ଷରୁ ଆଜି ପ୍ରାୟ 5 ଘଣ୍ଟା ଧରି ଚାଲିଥିଲା ରେସ୍କ୍ୟୁ ଅପରେସନ୍ । ସମାନ୍ତରଳ ଭାବେ ଆଉ ଏକ ଗାତ ଖୋଳା ଯାଇ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିଲା । 

ବୋରୱେଲରେ ଗାତରେ ଖସିପଡିଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି

ସୋନପୁର ମେଡିକାଲରେ ବୃଦ୍ଧାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସେପଟେ କିଏ ବୋରୱେଲ୍ ଖୋଳି ଖୋଲା ଛାଡିଥିଲା ତାର ତଦନ୍ତ ହେବ । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ସୁବର୍ଣ୍ଣପୁର ଏସପି । ଗତକାଲି ବେଣା କାଟିବାକୁ ଯାଇ ବିଲ ନିକଟରେ ଥିବା ଖୋଲା ବୋରୱେଲରେ ଖସି ପଡ଼ିଥିଲେ ଗୋବିନ୍ଦପୁର ଗାଁର ବୃଦ୍ଧା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଗାତରୁ ଉଦ୍ଧାର ବୃଦ୍ଧାଙ୍କ ପରଲୋକ | Argus News