ବରଗଡ଼ ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା: ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ
·1 year ago

ଅର୍ଗସ ବ୍ୟୁରୋ: ବରଗଡ଼ କୁର୍ଲା ଜଙ୍ଗଲରେ ଯୁବତୀ ଉଦ୍ଧାର ଘଟଣା । ସାମ୍ନାକୁ ଆସିଲା ଆଉ ଏକ ସିସିଟିଭି ଫୁଟେଜ। ଦୁଇ ଅଭିଯୁକ୍ତଙ୍କ ସହ ବାଇକରେ ଯାଉଛନ୍ତି ପୀଡି଼ତା। ସପିଙ୍ଗମଲରୁ ବାହାରି ଦୁଇ ଅଭିଯୁକ୍ତଙ୍କ ସହ ବାଇକରେ ଯାଉଥିବା ଭିଡିଓ ସିସିଟିଭିରେ କଏଦ । ସେପଟେ ସୋମବାର ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ବରଗଡ଼ ପୋଲିସ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା। ଅଭିଯୁକ୍ତ ରାହୁଲ ଭୋସାଗରକୁ ଅଟକ ରଖିଥିଲା ପୋଲିସ । ଧନୁଯାତ୍ରା ଦିନ ରାହୁଲକୁ ପୀଡିତା ଯୁବତୀଙ୍କ ସହ ଦେଖାଯାଇଥିଲା ।
ଯୁବତୀଙ୍କ ସହ ରାହୁଲ ମଲକୁ ମଧ୍ୟ ଯାଇଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି । ଅଭିଯୁକ୍ତ ବରଗଡ଼ ବ୍ଲକ ଖଣ୍ଡହାତ ମାଲିପାଲି ଗାଁର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହାସହ ଗିରଫଦାରି ସଂଖ୍ୟା 4କୁ ବୃଦ୍ଧି ପାଇଛି । ଏପଟେ ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ଧରିପାରିନି ପୋଲିସ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: