Videos
|
Odisha

Orangutan / ଉଦ୍ଧାର ହୋଇଥିବା ୫ ଓରାଙ୍ଗଓଟାନ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିତି ସ୍ୱାଭାବିକ

Rashmita Mishra
Browse all articles by Rashmita Mishra
·1 hour ago·2 min read
ଉଦ୍ଧାର ହୋଇଥିବା ୫ ଓରାଙ୍ଗଓଟାନ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିତି ସ୍ୱାଭାବିକ
Orangutan

Key Points

ରାଙ୍ଗଉଟାନଙ୍କ ସ୍ଥିତି ସ୍ବାଭାବିକ
ଉଦ୍ଧାର ହୋଇଥିବା ଓରାଙ୍ଗଓଟାନ ଶାବକଙ୍କ ସ୍ୱାସ୍ଥ୍ୟ ସ୍ଥିତି ସ୍ୱାଭାବିକ
ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଓଟାନ୍ ଶାବକ
ସମସ୍ତ ୫ ଶିଶୁ ସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ
ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଓଟାନ୍ ଶାବକ, ସମସ୍ତ ୫ ଶିଶୁ ସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ । ସୁସ୍ଥ ଅଛନ୍ତି ଉଦ୍ଧାର ୫ ଓରାଙ୍ଗଓଟାନ୍ ଶାବକ । ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କଲା ନନ୍ଦନକାନନ । ଉଦ୍ଧାର ଓରାଙ୍ଗଓଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ: ଥର୍ମାଲ୍ କ୍ୟାମେରା ଓ ଚିକିତ୍ସା ମାଧ୍ୟମରେ ରଖାଯାଉଛି ନଜର ।

ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ସୂଚନା: ସ୍ୱାଭାବିକ ଖାଦ୍ୟ ଗ୍ରହଣ କରୁଛନ୍ତି ଉଦ୍ଧାର ଓରାଙ୍ଗଓଟାନ୍ ଶାବକ । ଭେଟେନାରୀ ରିପୋର୍ଟ ଅନୁସାରେ କାହାର କେତେ ଓଜନ ଓ କାହା ଶରୀରର ତାପମାତ୍ରା କେତେ ଅଛି ତାହା ଉଲ୍ଲେଖ କରାଯାଉଛି । ରିପୋର୍ଟରେ କୁହାଯାଇଛି ଯେ, ସମସ୍ତ ଓରାଙ୍ଗଓଟାନ୍ ଶାବକଙ୍କ ଖାଦ୍ୟ ଗ୍ରହଣ ସ୍ୱାଭାବିକ ରହିଛି ।

ଥର୍ମାଲ୍ କ୍ୟାମେରା ମାଧ୍ୟମରେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ଏଥିସହ ସମସ୍ତ ଶାବକଙ୍କ ମଳର ଅବସ୍ଥା ସ୍ୱାଭାବିକ ଥିବା ଜଣାପଡ଼ିଛି । ସେମାନଙ୍କୁ ଅଫ୍ଲୋକ୍ସାସିନ୍/ମେଟ୍ରୋନିଡାଜୋଲ୍ ଓରାଲ୍ ସିରପ୍ ଦେବା ଜାରି ରହିଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବରିଷ୍ଠ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଏହି ସ୍ୱାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି ।

ଓରାଙ୍ଗୋଟାନ୍ ଙ୍କ ତଦାରଖ ପାଇଁ ଏକ 5 ଜଣିଆ ବୈଷୟିକ କମିଟି ଗଠନ କରାଯାଇଛି । କମିଟିର ସଦସ୍ୟ ଏବଂ ଆବାହକ ରହିଛନ୍ତି ନନ୍ଦନକାନନ ଉଦ୍ୟାନର ନିର୍ଦ୍ଦେଶକ । ଆବଶ୍ୟକ ପଡ଼ିଲେ ଜାତୀୟ ବା ଅନ୍ତର୍ଜାତୀୟ ସଂଗଠନର ପରାମର୍ଶ ନିଆଯିବ ବୋଲି ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୫ଟି ଓରାଙ୍ଗଉଟାନ ଶାବକ ଉଦ୍ଧାରକୁ ୫ ଦିନ ବିତିଲାଣି, ହେଲେ ସସପେନ୍ସ କମିବା ବଦଳରେ ରହସ୍ୟ ଆହୁରି ଘନେଇବାରେ ଲାଗିଛି । କିଏ ଆଣିଥିଲେ ଏହି ଦୁର୍ଲଭ ଜୀବଙ୍କୁ ? କାହା ପାଇଁ ଆସିଥିଲା ? ଆଉ ଓଡ଼ିଶା ବାଟ ଦେଇ କୁଆଡ଼େ ଚାଲାଣ ହୋଇଥାନ୍ତା ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଦିନରାତି ଏକ କରିଦେଇଛି କ୍ରାଇମ୍ ବ୍ରାଞ୍ଚ STF । ଏସବୁ ଭିତରେ ଅର୍ଗସ୍‌ ହାତରେ ଲାଗିଛି ଘଟଣା ସହ ସମ୍ପର୍କିତ ସବୁଠୁ ବଡ଼ ଏକ୍ସକ୍ଲୁସିଭ୍‌ ଭିଜୁଆଲ୍‌ ।

ଗତ ୭ ତାରିଖ ବିଳମ୍ବିତ ରାତିରେ ବିଚିତ୍ରପୁର କ୍ୟାମ୍ପକୁ ଯାଇଥିବା ସନ୍ଦିଗ୍ଧ କଳା ଥର୍‌ ଗାଡ଼ିର ନମ୍ବର (WB 56T 0333) ସିସିଟିଭିରୁ ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡ଼ିଛି, ଏହି ଗାଡ଼ିର ମାଲିକ ପଶ୍ଚିମବଙ୍ଗ ଦୀଘାସ୍ଥିତ ଗୋଟିଏ ବଡ଼ ହୋଟେଲର ମାଲିକ । ଘଟଣା ପରଠାରୁ ହୋଟେଲ ଓ ତାଙ୍କ ପୁଅ ଫେରାର ଅଛନ୍ତି ।

STF ଗତକାଲି ଦୀଘାର ସମ୍ପୃକ୍ତ ହୋଟେଲ ସିଲ୍‌ କରିଥିବା ବେଳେ, ଆଜି ହାୱଡ଼ାର ଅନ୍ଦୋଲ ଗାଁରେ ଥିବା ତାଙ୍କ ଘରେ ତନାଘନା ଚଢ଼ାଉ କରିଛି । ଏବେ ପ୍ରଶ୍ନ ଉଠୁଛି, ଅନ୍ତର୍ଜାତୀୟ ତସ୍କରୀ ରାକେଟ୍ ସହ ହୋଟେଲ ମାଲିକ ବାପ-ପୁଅଙ୍କର ସୀମାପାର ସମ୍ପର୍କ ରହିଛି କି ?

ତଦନ୍ତ ଯେତିକି ଆଗଉଛି, ସୁରାକ୍ ସେତିକି ପଦାକୁ ଆସୁଛି । STF ଟିମ୍ ଏପର୍ଯ୍ୟନ୍ତ ୫୦ରୁ ଅଧିକ ହୋଟେଲର ସିସିଟିଭି ଯାଞ୍ଚ କରିସାରିଥିବା ବେଳେ ୪୦ରୁ ଅଧିକ ଲୋକଙ୍କୁ ଜେରା କରିଛି । ତେବେ ଡିଜିପିଙ୍କ ନିର୍ଦ୍ଦେଶ ପରେ ଏବେ ତଦନ୍ତକାରୀ ସଂସ୍ଥା ଡିଜିଟାଲ୍ ଫରେନ୍‌ସିକ୍‌ର ସହାୟତା ନେବାକୁ ଯାଉଛି ।v