Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଉଦ୍ଧାର କଲରାପତରିଆ ବାଘର ଚେତା ଫେରିଲା

Odisha

ଉଦ୍ଧାର କଲରାପତରିଆ ବାଘର ଚେତା ଫେରିଲା

Ritu Das
Browse all articles by Ritu Das
·2 years ago
ଉଦ୍ଧାର କଲରାପତରିଆ ବାଘର ଚେତା ଫେରିଲା

ଅର୍ଗସ ବ୍ୟୁରୋ: ବାରିପଦା ଭଞ୍ଜପୁର ବୁଢିଖମାରୀ ଅଞ୍ଚଳକୁ ପସିଆସିଥିବା କଲରାପତରିଆ ବାଘକୁ ନିଶ୍ଚେତକ ଦେଇ କାବୁ କରିଥିଲା ବନବିଭାଗ । ଏହାକୁ ଏକ ପିଞ୍ଜରାରେ ଭର୍ତ୍ତି କରି ରକ୍ଷକ ଗାଡିରେ ଲୁଲୁଙ୍ଗ ଠାରେ ଥିବା ରେସକ୍ୟୁ ସେଣ୍ଟରକୁ ନିଆଯାଇଥିଲା । ସେଠାରେ ଏକ ବନ୍ୟଜନ୍ତୁ ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା କରାଯିବା ସହ ନିଶ୍ଚେତକ କାଟିବା ଇଞ୍ଜେକସନ ଦିଆଯାଇଥିଲା।

ଧିରେ ଧିରେ ବାଘଟି ଚେତା ଫେରିପାଉଛି ଏବଂ ମେଡିକାଲ ଟିମ୍ ସହ ଆଲୋଚନା ପରେ ତାକୁ ଶିମିଳିପାଳ ଜଙ୍ଗଲରେ ଛଡାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଶିମିଳିପାଳ ଦକ୍ଷିଣ ଡିଭିଜନ ର ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ଫୋନ ମାଧ୍ୟମରେ ସୂଚନା ଦେଇଛନ୍ତି।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rescued | Argus News