Videos
|
Odisha

ମୌଳିକ ସୁବିଧାଠାରୁ ବହୁ ଦୁରରେ ବିଜାଗୁଡାବାସୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ମୌଳିକ ସୁବିଧାଠାରୁ ବହୁ ଦୁରରେ ବିଜାଗୁଡାବାସୀ

ଅର୍ଗସ ବ୍ୟୁରୋ: ଦେଖ ଚାଳଛପର। ସରକାରଙ୍କ ଆବାସ ଯୋଜନା ଆଜିବି ଏଠି ସାତସପନ। ସହାୟତା ଅଭାବୁ ଝାଟିମାଟିର ଘରେ ଭାଗ୍ୟକୁ ଆଦରି ପଡି ରହିଛନ୍ତି ଗରିବ ହିତାଧିକାରୀ। ଗାଁର ଅଧିକାଂସ ପରିବାର ଗରିବ ଖଟିଖିଆ। ମୁଲ ମଜୁରି କରି ଯାହା ରୋଜଗାର ହୁଏ ସେଥିରେ ପରିବାର ଓଳିଏ ଖାଇଲେ ଓଳିଏ ଖାଇବାକୁ ପାଆନ୍ତିନି। ସମସ୍ୟା ଖାଲି ସେତିକିରେ ସରିନି ସରକାରଙ୍କ ବିଭିନ୍ନ ଯୋଜନା ଭତ୍ତା ରାସନ ଭଳି ଅନେକ ଯୋଜନା ଏହି ଗ୍ରାମବାସୀଙ୍କ ପାଖେର ଅପହଞ୍ଚ।

ଗାଁରେ ସ୍କୁଲ ନଥିବାରୁ ବିଜାଗୁଡାର ଶିଶୁ ପଣ୍ଡୁଗୁଡା ଓ ପରଜାଗୁଡା କୁ ପାଠ ପଢିବା ପାଇଁ ଯାଇଥାନ୍ତି। ମାତ୍ର ପକ୍କା ରାସ୍ତା ନଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଯିବାରୁ ଡରୁଛନ୍ତି।  ଦୂରତା ଏବଂ ରାସ୍ତା ଭଲ ନଥିବାରୁ ସ୍କୁଲ ନଯାଇ ଘରେ ଅପାଠୁଆ ହୋଇ ରହୁଥିବା କହିଛନ୍ତି ଗ୍ରାମବାସୀ l 

ଉପାନ୍ତ ଗାଁକୁ ସରକାରଙ୍କ ବିକାଶ ଧୋକା। ପୋଷ୍ଟରରେ ସିମିତ ସରକାରୀ ଯୋଜନା। ନା ଅଛି ରାସ୍ତା ନା ମିଳୁଛି ଆବାସ। ମୌଳିକ ସୁବିଧା ଅପେକ୍ଷରେ ବିଜାଗୁଡା ଭଳି ଅନେକ ଗାଁ। ଆଶା ନୂଆ ସରକାର ଗ୍ରାମବାସୀଙ୍କ ସମସ୍ୟା ବୁଝିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Residents of Bijaguda are far away from basic amenities | Argus News