Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ଡହଳ ବିକଳ କନ୍ଧଗୁଞ୍ଜିପାଡୁବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାଣି ପାଇଁ ଡହଳ ବିକଳ କନ୍ଧଗୁଞ୍ଜିପାଡୁବାସୀ

କୋରାପୁଟ:  କୋରାପୁଟ ପଟ୍ଟାଙ୍ଗି ବ୍ଲକ ଗାଙ୍ଗରାଜପୁର ପଞ୍ଚାୟତର କନ୍ଧଗୁଞ୍ଜିପାଡୁ ଗାଁ। ଗାଁରେ ୨୫୦ରୁ ଅଧିକ ଲୋକ ବସବାସ କରନ୍ତି। ମାତ୍ର ବସୁଧା ଯୋଜନା କଣ ଯାଣି ନାହାନ୍ତି ଅଞ୍ଚଳବାସୀ। ଆଜିବି ମାଇଲମାଇଲ ବାଟ ଚାଲିବା ପରେ ମିଳୁଛି ପାଣି। ସେ ପୁଣି ନାଳ ପାଣି। ନାଳର ଗୋଳିଆ ପାଣିକୁ ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି ଅଞ୍ଚଳବାସୀ। ଆଉ କେହି କେହି ନାଳ ପାଖରେ ଚୂଆ କରି ପାଣି ସଂଗ୍ରହ କରୁଛନ୍ତି। ବର୍ଷ ତମାମ ଏଭଳି ପାଣି ପିଇ ଶୋଷ ମେଣ୍ଟାଉଛନ୍ତି କନ୍ଧଗୁଞ୍ଜିପାଡୁବାସୀ।

ପାନୀୟ ଜଳ ଯୋଗାଣ ପାଇଁ ଗାଁରେ ଗୋଟିଏ ବି ନଳକୂପ ନାହିଁ। ପାଇପ ପାଣି ଯୋଗାଣ ନିମନ୍ତେ ଗାଁରେ ପ୍ରକଳ୍ପ କାମ ଆରମ୍ଭ ହୋଇଛି। ପାଇପ ବିଛା ହୋଇ ଷ୍ଟାଣ୍ଡପୋଷ୍ଟ ବି ଲାଗିଛି। ମାତ୍ର କେବଳ ଲୋକ ଦେଖାଣିଆ। ଆରମ୍ଭ ଦିନରୁ କାର୍ଯ୍ୟକ୍ଷମ ହୋଇ ପାରିନି ପ୍ରକଳ୍ପ। ଏପଟେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ। ଖରା ଆରମ୍ଭରୁ ଜଳ ଯନ୍ତ୍ରଣା ଲୋକଙ୍କୁ କରୁଛି ହନ୍ତସନ୍ତ। ପାଣି ପାଇଁ ଡହଳ ବିକଳ କନ୍ଧଗୁଞ୍ଜିପାଡୁବାସୀ। ଯୋଜନା ପାଖରେ ପହଞ୍ଚି ସାରିଥିବା ବେଳେ ପହଞ୍ଚି ପାରୁନି ପାଣି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored