Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ବସ ସେବାରୁ ବଞ୍ଚିତ ଉପାନ୍ତ ଅଂଚଳ କୁନ୍ଦୁରାବାସୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସରକାରୀ ବସ ସେବାରୁ ବଞ୍ଚିତ ଉପାନ୍ତ ଅଂଚଳ କୁନ୍ଦୁରାବାସୀ

ଅର୍ଗସ ବ୍ୟୁରୋ:  ସରକାରୀ ବସ ସେବାରୁ ବଞ୍ଚିତ ଅଛନ୍ତି ଉପାନ୍ତ ଅଂଚଳ କୁନ୍ଦୁରାବାସୀ । କୁନ୍ଦୁରା ବ୍ଲକର 16ଟି ପଂଚାୟତର ପ୍ରାୟ 80 ହଜାର ଲୋକେ ବସବାସ କରନ୍ତି l ତଥାପି ବ୍ଲକ ସଦର ମହକୁମାଠାରୁ ଜିଲ୍ଲା ସଦର ମହାକୁମାକୁ ଗଡିପାରୁନି ସରକାରୀ ବସ । 20 ବର୍ଷ ପୂର୍ବରୁ ଏକ ସରକାରୀ ବସ ଜୟପୁରଠାରୁ କୁନ୍ଦୁରା ପର୍ଯ୍ୟନ୍ତ ଚଳାଚଳ କରୁଥିଲା । କୌଣସି କାରଣ ବଶତଃ ବସ ସେବା ବନ୍ଦ କରି ଦିଆଯାଇଥିଲା l ଏବେ କିନ୍ତୁ କୁନ୍ଦୁରାଠାରୁ କୋରାପୁଟ ଜିଲ୍ଲା ସଦର ମହାକୁମା କିମ୍ବା ଜୟପୁର ଯିବାକୁ ହେଲେ ସରକାରୀ ବସ ସେବା ନାହିଁ l ତେଣୁ ଲୋକମାନେ ଅଧିକ ଟଙ୍କା ଗଣି ଅଟୋ ଭଡା କରି ଯିବାକୁ ବାଧ୍ୟ ହେଉଛନ୍ତି । ଯାହାକି ନିରୀହ ଗରିବ ଯାତ୍ରୀଙ୍କ ପାଇଁ କଷ୍ଟ ସାଧ୍ୟ l ଏଥିରେ କଲେଜ ଛାତ୍ରଛାତ୍ରୀ ମଧ୍ୟ ହନ୍ତସନ୍ତ ହେଉଛନ୍ତି l ଏନେଇ ବହୁବାର ବସ ସେବା ପାଇଁ ଦାବୀ କରାଯାଉଛି, କିନ୍ତୁ କେବଳ ପ୍ରତିଶ୍ରୁତି ମିଳୁଛି ବୋଲି ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ l

କୁନ୍ଦୁରାଠାରେ ବ୍ଲକ କାର୍ଯ୍ୟାଳୟ ସହ ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ରହିଛି l ଏଣୁ ଏଠାକାର ସରକାରୀ କର୍ମଚାରୀ ବହୁ ସଂଖ୍ୟାରେ ଯାତାୟତ କରନ୍ତି l ହେଲେ ସରକାରୀ ବସ ସେବା ନ ଥିବା ଯୋଗୁଁ ଯାତାୟତ ପାଇଁ ହଇରାଣ ହେଉଛନ୍ତି  l ସେହିପରି ରାଜଧାନୀ ଭୁବନେଶ୍ବର ଯିବା ପାଇଁ ମଧ୍ୟ କୁନ୍ଦୁରା ଠାରୁ ବସ ସେବା ସୁବିଧା ନାହିଁ I ଏନେଇ ଜିଲ୍ଲା ପରିଷଦ ଉପାଧକ୍ଷଙ୍କ ନେତୃତ୍ବରେ ସ୍ଥାନୀୟ ଗ୍ରାମବାସୀ ଏବଂ  ଆଦିବାସୀ ସଙ୍ଘ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକରୀଙ୍କୁ ଦାବୀ ପତ୍ର ଦିଆଯାଇଛି । ସେପଟେ ଅତି ଶୀଘ୍ର ଏ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କୋରାପୁଟର ଆଡିସନାଲ ଆରଟିଓ । ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପ୍ରଶାସନ କୁନ୍ଦୁରା ବ୍ଲକବାସୀଙ୍କ ଗମନାଗମନର ସୁବିଧା ପାଇଁ ସରକାରୀ ବସ ସେବା ଆରମ୍ଭ କରୁଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Residents of Kundura, a remote area deprived of government bus services | Argus News