Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଧୁରା ବ୍ରିଜ କାର୍ଯ୍ୟ ପାଇଁ ହନ୍ତସନ୍ତ ଦୁର୍ଗମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଅଧୁରା ବ୍ରିଜ କାର୍ଯ୍ୟ ପାଇଁ ହନ୍ତସନ୍ତ ଦୁର୍ଗମବାସୀ

Key Points

ଆଣ୍ଠେଇଛି ବିଜୁ ସେତୁ କାମ
ପାଦେ ପାଦେ ବିପଦ
ଅଧୁରା ବ୍ରିଜ କାର୍ଯ୍ୟ ପାଇଁ ହନ୍ତସନ୍ତ ଦୁର୍ଗମବାସୀ
ଜନତାଙ୍କ ପାଇଁ ପଥର ଓ ମାଟିର କଲଭର୍ଟ ରାସ୍ତା ହିଁ ଭରସା
ବର୍ଷା ହେଲେ ଧୋଇଯାଉଛି ମାଟି ରାସ୍ତା
କେବେ ଦୂର ହେବ ଦୁର୍ଗମବାସୀଙ୍କ ଦୁର୍ଦ୍ଦଶା ?

ଦୀର୍ଘ ଦିନ ହେବ ଅସମ୍ପୂର୍ଣ ହୋଇ ପଡିରହିଛି ସାଲେମପଦରଠାରୁ ସୁଲିଆମାରି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ବିଜୁ ସେତୁ ବ୍ରିଜ କାମ । ଯାହା ଦ୍ଵାରା ପଥର ଓ ମାଟିର କଲଭର୍ଟ ରାସ୍ତା ଭରସାରେ ଯାତାୟାତ କରୁଛନ୍ତି ଅଞ୍ଚଳର ଲୋକେ l ହେଲେ ରାସ୍ତା ଅବସ୍ଥା ଆପଣଙ୍କ ସାମ୍ନାରେ । ସତେ ଯେମିତି ଜୀବକା ପାଇଁ ବାଜିରେ ଲଗାଉଛନ୍ତି ଜୀବନକୁ l ଏହି ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବହୁଚର୍ଚ୍ଚିତ କୋଟିଆ ପଂଚାୟତର ଦୃଶ୍ୟ l ବିଜୁ ସେତୁ ଯୋଜନା ନାଁରେ ଏହି ବ୍ରିଜ କାମ କୋଟିଆ ଅଞ୍ଚଳବାସୀଙ୍କ ଗମନାଗମନକୁ ଦେଖି ଆରମ୍ଭ କରାଯାଇଥିଲା ।


କିନ୍ତୁ ପ୍ରାୟ ୩ ରୁ ୪ ବର୍ଷ ହେଲା ଏହି ବ୍ରିଜ ନିର୍ମାଣ ହୋଇପାରୁନାହିଁ । ତେଣୁ ଲୋକଙ୍କ ସାହା ଭରସା ପାଲଟିଛି ଏହି ମାଟି ପଥରର କଲଭର୍ଟ l ହେଲେ ବର୍ଷା ସମୟରେ ଦୁଇଟି ନଦୀର ପାଣି ଆସି ରାସ୍ତାକୁ ଭସେଇ ନେଇଯାଉଛି । ଯାହା ଦ୍ଵାରା ଅନେକ ଅସୁବିଧା ହେଉଥିବା କହିଛନ୍ତି କୋଟିଆର ଦୁର୍ଗମବାସୀ । ଏହି ବ୍ରିଜର ଆର ପାରିକୁ ରହିଛି କୋଟିଆ, ପଟ୍ଟାଙ୍ଗି ଅନ୍ୟ ପାରିରେ ନାରାୟଣପାଟଣା ଓ ବନ୍ଧୁଗାଁ l ସେଠାକୁ ଅନେକ ସମୟରେ ପ୍ରତିଦିନ ବ୍ୟବସାୟ ସହ ମେଡିକାଲ ପାଇଁ ଏଠାକାର ଅନେକ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭର କରନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିନ୍ତୁ ଅଧୁରା ବ୍ରିଜ ସାଜିଛି ସେମାନଙ୍କ ପାଇଁ କାଳ l ତତ୍କାଳୀନ ବିଜେଡି ସରକାରଙ୍କ ପ୍ରତାରଣାକୁ ଦୃଢ଼ ନିନ୍ଦା କରିବା ସହ ବର୍ତ୍ତମାନ ବିଜେପି ଶାସନ ସମୟରେ ନିଶ୍ଚୟ ବ୍ରିଜ ସମ୍ପୂର୍ଣ ହେବ ବୋଲି ଆଶା ଭରସା ଥିବା କହିଛନ୍ତି ଜିଲ୍ଲା ପରିଷଦ । ସେପଟେ ବ୍ରିଜ କାର୍ଯ୍ୟ ବୁଝୁଥିବା ସୁପରଭାଇଜର ମଧ୍ୟ ବ୍ରିଜ ବିଷୟରେ କିଛି ଜାଣି ନଥିବା କହିଛନ୍ତି ।

Sponsored
residents-of-sargipali-deprived-of-basic-amenities | Argus News