Videos
|
Odisha

ଦୁର୍ଗମରେ ଅଭିଶପ୍ତ ଜୀବନ କାଟୁଛନ୍ତି ଅଞ୍ଚଳବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦୁର୍ଗମରେ ଅଭିଶପ୍ତ ଜୀବନ କାଟୁଛନ୍ତି ଅଞ୍ଚଳବାସୀ

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ଅଭିଶପ୍ତ ଜୀବନ କାଟୁଛନ୍ତି ଅଞ୍ଚଳବାସୀ। ନା ଏଠି ରାସ୍ତାର ସୁବିଧା ଅଛି ..ନା ପାନୀୟ ଜଳର ସୁବିଧା । ଜୀବନ ଜିଇବା ପାଇଁ କୌଣସି  ଜୀବିକା ବି ନାହିଁ। ବାଧ୍ୟ ହୋଇ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି  ତିନିଟି ପାହାଡ ଅତିକ୍ରମ କରି ଏହାକୁ ବିକି ଗୁଜୁରାଣ ମେଣ୍ଟାନ୍ତି ଏମାନେ। କିଛି ଲୋକ ପାହାଡିଆ ପାଣିକୁ ଭରସା କରି ମାଣ୍ଡିଆ ଓ ସୁଆଁ ଚାଷ କରି ସେଥିରୁ ରୋଜଗାର କରନ୍ତି। ଶିକ୍ଷା ,ସ୍ୱାସ୍ଥ୍ୟ ସେବା  ଏହି  ଦୁର୍ଗମ ଅଂଚଳରେ ଅପହଞ୍ଚ। ଆମେ କହୁଛୁ ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତର ପାହାଡିଆ ଗାଁ ରାମଗଡ଼।ର କଥା।  ସଦର ମୋହକୁମ୍ମା ଠାରୁ ୧୫କିମି ଦୂରରେ ଅବସ୍ଥାପିତ ଏହି ଗାଁ। ଗା କୁ ଯିବାକୁ ହେଲେ ବଳାପୁଟ  ଠାରୁ ଦୁଇ ପଟେ ଘଞ୍ଚ ଜଙ୍ଗଲ  ମଝିରେ  ଅଙ୍କା ବଙ୍କା ସଂକୀନ୍ନ  ପଥୁରିଆ ପାଦଚଲା ରାସ୍ତା। ତିନିଟି ପାହାଡ଼ ଅତିକ୍ରମ କରିବା ପଡେ ଏହି ରାମଗଡ଼ ଗାଁ। 

ଗାଁରେ ୬୦ ପରିବାରର ୪୦୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରୁଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି  ଗାଁକୁ ଖଣ୍ଡିଏ ରାସ୍ତା ହୋଇ ପାରୁନି । ପ୍ରତି ମାସରେ ବୟୋଜେଷ୍ଠ ହିତାଧିକାରୀ ମାନେ  ପଞ୍ଚାୟତରୁ ଚାଉଳ ଓ ବିଧବା ଭତା  ଟଙ୍କା  ଧରି ବହୁ କଷ୍ଟରେ ଗାଁ କୁ ଫେରୁଛନ୍ତି। ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ  ବ୍ୟବସ୍ଥା ନାହଁ। ପାହାଡିଆ ଝରଣା  କିମ୍ବା ଚୁଆଁ  ପାଣି ହିଁ ଏମାନଙ୍କର ଭରସା । ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଗୃହ ନଥିବାରୁ ତାହା ସଠିକ ପରିଚାଳିତ ହୋଇପାରୁନି ।ଫଳରେ ଗ୍ରାମ ର କୁନି କୁନି ଶିଶୁ ମାନେ ପୃଷ୍ଟିକର ଖାଦ୍ୟ ଠାରୁ ବଞ୍ଚିତ। ଗ୍ରାମର ଗୋଟିଏ ପୁରୁଣା ଘରେ  ଚାଲୁଛି ସ୍କୁଲ । ରାସ୍ତା ନଥିବାରୁ ଗାଁକୁ ଆସିପାରୁନି ଆମ୍ଭୁଲାନ୍ସ। ଫଳରେ ଗର୍ଭବତୀ ମହିଳା ଓ  ରୋଗୀଙ୍କ ପାଇଁ ଖଟିଆ ସାଜିଛି ଏକମାତ୍ର ମାଧ୍ୟମ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Residents of the area are living a cursed life in the slums | Argus News