Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ତାତ୍ସଲ୍ୟ କରି, ସାଂସଦ କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ତାତ୍ସଲ୍ୟ କରି, ସାଂସଦ କହିଲେ...

Key Points

ମଲା ଲୋକର ଶବ ଉପରେ ଆଉ କେତେଦିନ ରାଜନୀତି କରିବେ ବୋଲି କଂଗ୍ରେସକୁ ପାଲଟା ପ୍ରଶ୍ନ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ଛାତ୍ରୀ ସୌମ୍ୟାଶ୍ରୀଙ୍କର ଅନ୍ତିମ ସଂସ୍କାର ନିଜ ଜନ୍ମମାଟି ପଳାସିଆରେ ସଂପନ୍ନ ହୋଇଛି।

କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ସାଂସଦ ପ୍ରତାପ ଷଡ଼ଙ୍ଗୀ କରିଛନ୍ତି କଡ଼ା ସମାଲୋଚନା । 'ଚୋର୍ ମଚାଏ ସୋର୍‌' କହି କଂଗ୍ରେସକୁ ତାତ୍ସଲ୍ୟ କରିଛନ୍ତି ସାଂସଦ । ଏହାସହ କଂଗ୍ରେସର ଅସ୍ତିତ୍ବ ହଜିଯାଇଛି ଏବଂ ଏହି ଘଟଣାରେ ତାଙ୍କୁ ଟିକେ ଅକ୍ସିଜେନ୍ ମିଳିଯାଇଛି । ତେଣୁ ନିଜ ସ୍ବାର୍ଥ ପାଇଁ ରାଜନୈତିକ ରୁଟି ସେକୁଛି କଂଗ୍ରସ । ଛବିରାଣୀ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ କଂଗ୍ରେସ ସମୟରେ ହିଁ ହୋଇଥିଲା । ବିଜେଡି ସମୟରେ ଇତିଶ୍ରୀ, ବେବିନା, ପରୀ, ସଂଧ୍ୟାରାଣୀ ହତ୍ୟାକାଣ୍ଡ ଘଟିଥିଲା । ଏବେ ଏମାନେ ମିଡିଆ ଆଗରେ କେବଳ ନାଟକବାଜୀ କରୁଛନ୍ତି । ମଲା ଲୋକର ଶବ ଉପରେ ଆଉ କେତେଦିନ ରାଜନୀତି କରିବେ ବୋଲି କଂଗ୍ରେସକୁ ପାଲଟା ପ୍ରଶ୍ନ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ ।

ଅନ୍ୟପଟେ ଛାତ୍ରୀ ସୌମ୍ୟାଶ୍ରୀଙ୍କର ଅନ୍ତିମ ସଂସ୍କାର ନିଜ ଜନ୍ମମାଟି ପଳାସିଆରେ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ସୌମ୍ୟାଶ୍ରୀ ବିଶି । ତାଙ୍କୁ ଅଶ୍ରୁଳ ବିଦାୟ ଦେଇଛନ୍ତି ହଜାର ହଜାର ଲୋକ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ପ୍ରମୁଖ ଶେଷକୃତ୍ୟରେ ସାମିଲ ହୋଇଥିଲେ। ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁରେ ସଂକୀର୍ତ୍ତନ କରାଯାଇଥିଲା।

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ସୁନାଧରଭସାଣ ପଞ୍ଚାୟତର ପଳାସିଆରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଗାଁରେ ଶୋକାକୁଳ ପରିସ୍ଥିତ ଦେଖିବାକୁ ମିଳିଛି। ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢ଼େଇ ପରେ ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଭୁବନେଶ୍ବର ଏମ୍‌ସ କର୍ତ୍ତୃପକ୍ଷ ତାଙ୍କୁ ସୋମବାର ବିଳମ୍ବିତ ରାତିରେ ମୃତ (କ୍ଲିନିକାଲ୍‌ ଡେଥ୍‌) ଘୋଷଣା କରିଛନ୍ତି।


ସେପଟେ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାହୁଲ ଗାନ୍ଧିଙ୍କ ସୋସିଆଲ ମିଡିଆ ବୟାନକୁ ନେଇ କଡ଼ା କାଉଣ୍ଟର କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ଝିଅ ସହିତ ଘଟିଥିବା ଦୁଃଖଦ ଘଟଣା ଉପରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ଶସ୍ତା ରାଜନୀତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସୋସିଆଲ ମିଡିଆ X'ରେ ପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏକ ଗମ୍ଭୀର ଏବଂ ସମ୍ବେଦନଶୀଳ ଘଟଣାକୁ ରାଜନୈତିକ ଅସ୍ତ୍ର କରିବା ରାହୁଲ ଗାନ୍ଧିଙ୍କ ଶସ୍ତା ମାନସିକତାକୁ ଦର୍ଶାଉଛି । ଓଡ଼ିଶାର ଏହି ଘଟଣା ସମଗ୍ର ଦେଶକୁ ଥରାଇ ଦେଇଛି, କିନ୍ତୁ କଂଗ୍ରେସ ଏହାକୁ ନେଇ ରାଜନୈତିକ ରୁଟି ସେକିବାର ବ୍ୟସ୍ତ । ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ସର୍ବଦା ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ପାଇଁ ଠୋସ୍ ପଦକ୍ଷେପ ନେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Responding to Congress's Odisha bandh call, MP Pratap Sarangi said Chor Machae Shor | Argus News