Videos
|
Odisha

ଫୁଲନଖରା-ନିଆଳି ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା

Ritu Das
Browse all articles by Ritu Das
·1 year ago
ଫୁଲନଖରା-ନିଆଳି ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା

ଅର୍ଗସ ବ୍ୟୁରୋ: ୬୦ନମ୍ବର ରାଜ୍ୟ ସଡକ ପଥ ଅନ୍ତର୍ଗତ କଟକ ଫୁଲନଖରା ଠାରୁ ନିଆଳି ପର୍ଯ୍ୟନ୍ତ ଲଘୁ ଏବଂ ବୃହତ୍ତ ଖଣିଜ ଦ୍ରବ୍ୟ ପଦାର୍ଥ ପରିବହନ କରୁଥିବା ଭାରି ଯାନବାହାନ ଚଳାଚଳ ହେତୁ ଟ୍ରାଫିକ ସମସ୍ୟା ଉପୁଜିବା ସହ ରାସ୍ତା ଗୁଡ଼ିକ ଖରାପ ହେଉଛି। ଏଥିସହ ବହୁ ସମୟରେ ଦୁର୍ଘଟଣାମାନ ଘଟୁଥିବା ପରିଲକ୍ଷିତ ହେଉଛି।


ଜନସାଧାରଣଙ୍କ ସୁରକ୍ଷା ଏବଂ ସୁବିଧା ଗମନାଗମନ ହେତୁ ତଥା ସଡ଼କର ସ୍ଥାୟୀତ୍ବ ଓ ସୁରକ୍ଷା ସର୍ଭେ କାର୍ଯ୍ୟ ନିମନ୍ତେ ଜାନୁଆରୀ ୨୪ ତାରିଖ ଓ ୨୫ତାରିଖ ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ ଭାରିଯାନ ଚଳାଚଳ ନିୟନ୍ତ୍ରଣ ଓ କଟକଣା ଉପରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୋଟର ଯାନ ନିୟମାବଳୀ ଧାରା ଅଧିନିୟମ ୧୧୫ ଅନୁଯାୟୀ ବିଜ୍ଞପ୍ତି ଜାରି କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ଵାରା ସୂଚନା ପ୍ରଦାନ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Restrictions by district administration for heavy traffic till Phulnakhara-Niyali | Argus News