Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମକରମେଳା ପାଇଁ ଟି ସେତୁରେ ଲାଗିଲା କଟକଣା

Smruti Parija
Browse all articles by Smruti Parija
·1 year ago·1 min read
ମକରମେଳା ପାଇଁ ଟି ସେତୁରେ ଲାଗିଲା କଟକଣା

Key Points

ତିନି ଦିନ ବନ୍ଦ ରହିବ ବଡମ୍ବାର ଟି-ସେତୁ

ବଡମ୍ବା: ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମକର ସଂକ୍ରାନ୍ତି ଅବସରରେ ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବଡମ୍ବା ପ୍ରସିଦ୍ଧ ବାବା ସିଂହନାଥଙ୍କ ପୀଠରେ ମକର ମେଳା ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଏହି ତିନି ଦିନ ବନ୍ଦ ରହିବ ବଡମ୍ବାର ଟି-ସେତୁ । ସକାଳ ୭ ଟାରୁ ରାତି ୯ ପର୍ଯ୍ୟନ୍ତ ବନ୍ଦ ରହିବ ସେତୁ ।


ଅବଶିଷ୍ଟ ସମୟ ଯାତାୟାତ ପାଇଁ ଖୋଲାଯିବ । ତିନି ଦିନ ପର୍ଯ୍ୟନ୍ତ ଏହି ମେଳାରେ କଟକ ସମେତ ଅନ୍ୟାନ୍ୟ ଆଖପାଖ ଜିଲ୍ଲାମାନଙ୍କରୁ ପୂଜାର୍ଚ୍ଚନା ନିମନ୍ତେ ତିନି ଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ଜନସମାଗମକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ଵର-ବଡ଼ମ୍ବା, ଟି-ସେତୁ ଉପରେ କଟକଣା ଜାରି କରିଛି ପ୍ରଶାସନ । ଜନସାଧାରଣଙ୍କର ସୁରକ୍ଷା ପାଇଁ ଯେପରି କୈଣସି ଅଘଟଣ ନଘଟେ ସେଥିପ୍ରତି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ନୟାଗଡ ପଟୁ ବଡମ୍ବା ଆସୁଥିବା ସମସ୍ତ ଯାନବାହନ ଗୁଡିକୁ ସିଦ୍ଧମୂଳା ସେତୁ ଦେଇ ବଡମ୍ବା ଅଭିମୁଖେ ଯାତାୟାତ କରିବ । ସେହିଭଳି ବଡମ୍ବା ପଟୁ ଭୁବନେଶ୍ଵର ଓ ଖୋର୍ଦ୍ଧା ଯାଉଥିବା ଯାନବାହନ ଗୁଡିକ ଜାତମୁଣ୍ଡିଆ ସେତୁ ଦେଇ ଗତି କରିବ । ଏହି ମେଳା ସମୟରେ ଯାନବାହାନ ଚଳାଚଳର ନିୟନ୍ତ୍ରଣ, କଟକଣା ଓ ଗତିପଥ ପରିବର୍ତ୍ତନ ସମ୍ବନ୍ଧରେ ତହସିଲଦାର ବଡମ୍ବା ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


Sponsored
Restrictions imposed on T-bridge for Makar Mela | Argus News