Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା

Rashmita Mishra
Browse all articles by Rashmita Mishra
·1 year ago
ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା

ଅର୍ଗସ ବ୍ୟୁରୋ: ସାମ୍ବାଦିକଙ୍କ ପାଇଁ ହଟିଲା କଟକଣା। ଏଥର ଲୋକସେବା ଭବନ ଯାଇପାରିବେ ସାମ୍ବାଦିକ। ବିଜେଡ଼ି ସରକାର ଲଗାଇଥିବା ପ୍ରତିବନ୍ଧକକୁ ହଟାଇଲେ ବିଜେପି ସରକାର । କୋଭିଡ ପରେ ବିଜେଡ଼ି ସରକାର ଲୋକସେବା ଭବନକୁ ସାମ୍ବାଦିକଙ୍କ ନିୟମିତ ପ୍ରବେଶ ଉପରେ ରୋକ ଲଗାଇଥିଲେ। ବର୍ତ୍ତମାନ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶକୁ ମିଳିଛି ଅନୁମତି। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଭୟ ସ୍ଵୀକୃତି ପ୍ରାପ୍ତ ଏବଂ ଅଣ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି ମିଳିଛି । ଟିଭି ଓ ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକ ଲୋକସେବା ଭବନକୁ ଯାଇପାରିବେ । ଏନେଇ ଅନଲାଇନ ଫର୍ମରେ ଆବେଦନ କରିପାରିବେ ସାମ୍ବାଦିକ । ଉପଯୁକ୍ତ ପରିଚୟ ପତ୍ର ଦେଇ କରିପାରିବେ ଆବେଦନ । ଟିଭି ଗଣମାଧ୍ୟମର ଜଣେ ରିପୋର୍ଟର ଓ ଜଣେ କ୍ୟାମେରାମ୍ୟାନ ଲୋକସେବା ଭବନକୁ ପ୍ରବେଶ କରିପାରିବେ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
restrictions-lifted-for-journalists | Argus News