Videos
|
Odisha

Revati Kahnar Marriage / ବିବାହ ବନ୍ଧନରେ ବାନ୍ଧି ହେଲେ ବହୁଚର୍ଚ୍ଚିତ ଲୋମଶ କନ୍ୟା ରେବତୀ…ପ୍ରେମିକ ପିତବାସଙ୍କ ହାତ ଧରି ନୂଆ ଜୀବନ ଆରମ୍ଭ କଲେ

Ritu Das
Browse all articles by Ritu Das
·25 mins ago·1 min read
ବିବାହ ବନ୍ଧନରେ ବାନ୍ଧି ହେଲେ ବହୁଚର୍ଚ୍ଚିତ ଲୋମଶ କନ୍ୟା ରେବତୀ…ପ୍ରେମିକ ପିତବାସଙ୍କ ହାତ ଧରି ନୂଆ ଜୀବନ ଆରମ୍ଭ କଲେ
India

Key Points

ଚର୍ଚ୍ଚିତ ଲୋମଶ କନ୍ୟା ରେବତୀ କହଁରଙ୍କ ବିବାହ
ପ୍ରେମିକ ପିତବାସ ସାହୁଙ୍କ ହାତ ଧରିଲେ ରେବତୀ
ଗ୍ରାମ ଠାକୁରାଣୀଙ୍କ ନିକଟରେ ଉଭୟଙ୍କ ବିବାହ ସମ୍ପନ୍ନ
ଦିନେ ଯାହାଙ୍କୁ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକଙ୍କ ସୁଅ ଛୁଟିଥିଲା, ସେହି ବହୁଚର୍ଚ୍ଚିତ ଲୋମଶ କନ୍ୟା ରେବତୀ କହଁର ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରେମିକ ପିତବାସ ସାହୁଙ୍କ ହାତ ଧରି ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ରେବତୀ। ଏହି ଘଟଣା ହରଭଙ୍ଗା ବ୍ଲକ୍ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ହରଭଙ୍ଗା ବ୍ଲକ୍ ତଳଙ୍ଗା ଗ୍ରାମ ପଞ୍ଚାୟତର ଖଳିସାହି ଗ୍ରାମର ରେବତୀ କହଁର କିଛି ଦିନ ହେବ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମର ପିତବାସ ସାହୁଙ୍କୁ ଭଲ ପାଇ ଆସୁଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଭୀର ହୋଇଥିଲା। ପରସ୍ପର ପ୍ରତି ଭଲ ପାଇବା ଓ ବିଶ୍ୱାସ ଏତେ ନିବିଡ଼ ହୋଇଥିଲା ଯେ, ଦୁହେଁ ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଇଥିଲେ।

ଗତ ଶନିବାର ଦିନ ପିତବାସ ସାହୁ ରେବତୀଙ୍କ ଗ୍ରାମ ଖଳିସାହିରେ ପହଞ୍ଚିଥିଲେ। ଗ୍ରାମବାସୀ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଗ୍ରାମର ଠାକୁରାଣୀଙ୍କ ନିକଟରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା। ପିତବାସ ରେବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଇବା ସହ ମଙ୍ଗଳସୂତ୍ର ପିନ୍ଧାଇଥିଲେ ଏବଂ ଉଭୟେ ମାଳ ବଦଳ କରି ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଥିଲେ। ଏହି ଅବସରରେ ଗ୍ରାମର ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ। ପରେ ରେବତୀ ପିତବାସଙ୍କ ସହ ତାଙ୍କ ଘରକୁ ଚାଲିଯାଇଥିଲେ।

ଏକଦା ନିଜର ଭିନ୍ନ ଶାରୀରିକ ଲକ୍ଷଣ ଯୋଗୁଁ ରେବତୀ ରାଜ୍ୟ ତଥା ରାଜ୍ୟ ବାହାରେ ଚର୍ଚ୍ଚାର ପରିସରକୁ ଆସିଥିଲେ। ତାଙ୍କୁ ଦେଖିବା ଓ ତାଙ୍କ ବିଷୟରେ ଜାଣିବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମିଥିଲା। ଏବେ ତାଙ୍କ ବିବାହ ଖବର ପୁଣିଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି। ନବଦମ୍ପତିଙ୍କ ନୂତନ ଜୀବନ ସୁଖମୟ ହେଉ ବୋଲି ଅଞ୍ଚଳବାସୀ ଶୁଭକାମନା ଜଣାଇଛନ୍ତି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: