Odisha news / ରାଜସ୍ଵ ଲୁଟିନେଲେ ରାଜସ୍ବ ନିରୀକ୍ଷକ

Key Points
ରାଜସ୍ୱ ଲୁଟୁଛନ୍ତି ଖୋଦ ରାଜସ୍ୱ ବିଭାଗର ଅଧିକାରୀ । କ୍ଷମତାର ଛତ୍ରଛାୟାରେ କୋଟି କୋଟି ଟଙ୍କାର ବାଲି ଲୁଟୁ କରୁଥିଲେ ଭାଇ ଏବଂ ପରିବାର। ଏଭଳି ସାଂଘାତିକ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ବାହାନଗା ତହସିଲର ରାଜସ୍ବ ନିରିକ୍ଷକ ସାଗର ବାସ୍କେଙ୍କ ନାମରେ। ସୁବର୍ଣ୍ଣରେଖା ନଦୀର ପେଟ ଚିରି ଲୁଟି ଚାଲିଛନ୍ତି କୋଟି କୋଟି ଟଙ୍କାର ବାଲି ଲୁଟ। ତାହାପୁଣି ରାଜସ୍ବ ନିରିକ୍ଷକ । ଏନେଇ ଜିଲ୍ଲା ଖଣି ଅଧିକାରୀ ସନ୍ତୋଷୀପ୍ରଭା ସେଠୀ। ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ସତ ।
ସୁବର୍ଣ୍ଣରେଖା ନଦୀରୁ ବେଧଡ଼କ ଚାଲିଥିଲା ଚୋରା ବାଲି ଚାଲାଣ। ଅପରେସନ ରାତି ୧୦ ରୁ ଆରମ୍ଭ ଭୋର ୪ ରେ ଶେଷ । ପ୍ରତ୍ୟେକ ରାତିରେ ୬ ରୁ ୮ ଲକ୍ଷ ଟଙ୍କାର ହେଉଥିଲା ବାଲି ଉତ୍ତୋଳନ। ରାଜ୍ୟ ଏବଂ ପଶ୍ଚିମବଙ୍ଗ କୁ ବାଲି ହେଉଥିଲା ଚାଲାଣ। ଗୋଟେ ପଟେ ରାଜ୍ୟ ସରକାରଙ୍କ ଅପରେସନ ବାଲୁବଜ୍ର, ଅନ୍ୟପଟେ ରାଜସ୍ବ ନିରୀକ୍ଷକଙ୍କ ସେଣ୍ଡ ସିଣ୍ଡିକେଟ ର ବଳୟ। ରାଜ୍ୟ ରେ ଜଳେଶ୍ୱର ବାଲି ଚୋରା ଚାଲାଣ ଚିନ୍ତା ଜନକ ରହିଛି। ତେବେ ଏହା ପଛରେ ବାହାନଗା ରାଜସ୍ବ ନୀରିକ୍ଷକ ସାଗର ବାସ୍କେ ଓ ଭାଇ ଚନ୍ଦନ ବାସ୍କେ ଥିବା ଖୋଦ୍ ଜିଲ୍ଲା ଖଣି ଅଧିକାରୀ ଜଳେଶ୍ୱର ଥାନାରେ ଗତ ଜାନୁଆରୀ ୮ରେ ଲିଖିତ ଅଭିଯୋଗ ପରେ ସାମ୍ନାକୁ ଆସିଛି। ସେପଟେ ଗ୍ରାମବାସୀଙ୍କ ଅଭିଯୋଗ ଗତ ତିନି ବର୍ଷ ଭିତରେ ୧୦୦ କୋଟି ରୁ ଅଧିକ ଟଙ୍କା ବାଲି ବେଆଇନ ଉତ୍ତୋଳନ ହୋଇଥିବା ଅଭିଯୋଗ କରିଛନ୍ତି।
ସୁବର୍ଣ୍ଣରେଖା ନଦୀରୁ ଚୋରା ବାଲି ଚାଲାଣକୁ ଗ୍ରାମବାସୀଙ୍କ ବାରମ୍ବାର ବିରୋଧ ପରେ ବି ବାଲି ଉତ୍ତୋଳନ ବନ୍ଦ ହୋଇ ନଥିଲା । ଫଳରେ ବିଭିନ୍ନ ସମୟରେ ଜିଲ୍ଲାପାଳ ଓ ଜିଲ୍ଲା ଖଣି ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ ହେଲେ କୌଣସି ସୁଫଳ ମିଳନଥିଲା। ସେପଟେ ଗତ ଜାନୁଆରୀ ୮ ତାରିଖ ରୁ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସାଗର ବାସ୍କେ ଏବଂ ଚନ୍ଦନ ବାସ୍କେ ଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।ଉପ ଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳ ତଦନ୍ତ କରିବା ନେଇ ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ବାଲେଶ୍ୱର ଏସ୍ପି ଶ୍ରୀ ପ୍ରତ୍ୟୁଷ ଦିବାକର କହିଛନ୍ତି ଜଳେଶ୍ୱର ରେ ଚୋରା ବାଲି ଚାଲାଣ ଚିନ୍ତା ଜନକ ତେଣୁ ଗତ ଜାନୁଆରୀ ୮ରେ ଜିଲ୍ଲା ଖଣି ଅଧିକାରୀ ଅଭିଯୋଗ କୁ ଗୁରୁତ୍ଵ ସହ ନେଇ ତଦନ୍ତ କରୁଛି ପୋଲିସ ବୋଲି କହିଛନ୍ତି ବାଲେଶ୍ବର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଓ ଏସପି ପ୍ରତ୍ୟୁଷ ଦିବାକର ।
ତେବେ ଖଣି ଅଧିକାରିଣିଙ୍କ ଅଭିଯୋଗ ପରେ ବାଲି ମାଫିଆ ତଥା ରାଜସ୍ୱ ନିରିକ୍ଷକ ସାଗର ବାସ୍କେ ଓ ଭାଇ ଚନ୍ଦନ ବାସ୍କେ ଙ୍କ ବିରୋଦ୍ଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଅଶା କରାଯାଉଛି ।
📱 Get Argus News App
✨Related Topics
Explore more stories