Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

Key Points

ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି
ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ
ଆସନ୍ତା ୭ ଦିନ ଯାଏଁ ମାଗଣା ଖାଦ୍ୟ ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
CHC ଓ PHC ଗୁଡିକୁ ପର୍ଯ୍ୟାପ୍ତ ଆଣ୍ଟି ସ୍ନେକ ଭେନମ ମେଡ଼ିସିନ ରଖିବାକୁ ନିର୍ଦ୍ଦେଶ
ପ୍ରଭାବିତ ହୋଇଥିବା ଜିଲ୍ଲା ଦାୟିତ୍ୱ ଅଭିଜ୍ଞପୂର୍ଣ୍ଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ
ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ

ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକା ରେ ଚଳିତ ବର୍ଷ ର ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି । ତୁରନ୍ତ ସମୀକ୍ଷା ବୈଠକ ଡ଼ାକି ସ୍ଥିତି ବିଷୟ ରେ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆଜି ରାଜ୍ୟ ସ୍ତରୀୟ କଣ୍ଟ୍ରୋଲ ରୁମ ରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱରରେ ମାଗଣା ରୋଷେଇ ଘର ଖୋଲା ଯାଇଛି । ଆସନ୍ତା 7 ଦିନ ଯାଏଁ ମାଗଣା ଖାଦ୍ୟ ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଘାଇ ମରାମତି କାମ ଚାଲିଛି. ପାଣି ଛାଡିବା ପରେ ସାପ କାମୁଡିବା ଭୟ ରହିଛି । ସେଥିପାଇଁ CHC ଓ PHC ଗୁଡିକୁ ପର୍ଯ୍ୟାପ୍ତ ଆଣ୍ଟି ସ୍ନେକ ଭେ ନମ ଯୋଗାଇ ଦିଆଯାଇଛି । 25 ଘର ନଷ୍ଟ ହୋଇଛି । ମୟୁରଭଞ୍ଜରେ 5076 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 77 ଗ୍ରାମ ପଂଚାୟତ ପ୍ରଭାବିତ ହୋଇଛି । 44 ଟି ମାଗଣା ରୋଷେଇ ଘର ଖୋଲା ଯାଇଛି. ଓଡ୍ରାଫ 7 ୟୁନିଟ, ଅଗ୍ନିଶମ 7 ୟୁନିଟ ମୁତୟନ ଅଛିନ୍ତି । ବାଲେଶ୍ୱର ଜିଲ୍ଲାରେ 1138 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। 35 ଗ୍ରାମ ପଂଚାୟତ ପ୍ରଭାବିତ ହୋଇଛି. 6 ଟି ମାଗଣା ରୋଷେଇ ଘର ଖୋଲା ଯାଇଛି. 4 ଓଡ୍ରାଫ ଓ 8 ଅଗ୍ନିଶମ ୟୁନିଟ ମୁତୟନ ଅଛନ୍ତି. ଆଉ ଦୁଇ ଓଡ୍ରାଫ ୟୁନିଟ ଆଜି ବାଲେଶ୍ୱର ପହଂଚିବ. ଉଭୟ ମୟୁରଭଞ୍ଜ ଓ ବାଲେଶ୍ୱରର 7 ଟି ଲେଖାଏଁ ବ୍ଲକ ସହ ସମୁଦାୟ 14 ବ୍ଲକ ପ୍ରଭାବିତ ହୋଇଛି. କେନ୍ଦ୍ରାଞ୍ଚଳ RDC ବାଲେଶ୍ୱରରେ ଅଛନ୍ତି।


ସେପଟେ ବନ୍ୟା ସମୟରେ ପିଇବା ପାଇଁ ସଙ୍କଟ ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ । ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ସେପଟେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଇଛି । ଆସନ୍ତା 24 ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତା ପରେ ବର୍ଷା ଉପରେ ନିର୍ଭର କରିବ ବନ୍ୟାର ସ୍ଥିତି କଣ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ଷା ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ପାଣି ଯୋଗୁଁ ପ୍ରତିବର୍ଷ ମୟୁରଭଞ୍ଜ ଓ ବାଲେଶ୍ୱରକୁ ବନ୍ୟା ଆସୁଛି । ଚାନ୍ଦିଲି ଡ୍ୟାମ କାମ ଅସମ୍ପୂର୍ଣ୍ଣ ଥିବାରୁ ସବୁବେଳେ ଓଡ଼ିଶାକୁ ବନ୍ୟା ଆସୁଥିବା କହିଛନ୍ତି ରାଜ୍ୟ ସରକାର । ତେଣୁ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଝାଡ଼ଖଣ୍ଡ ସରକାରଙ୍କ ସହ ଆଲୋଚନା ହୋଇଛି । ଝାଡ଼ଖଣ୍ଡ କେତେ ପାଣି ଛାଡିବ, ସେ ନେଇ ଝାଡ଼ଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ସରକାର । 

Sponsored
revenue-minister-reviews-situation-with-district-collectors-and-senior-officials-of-affected-districts | Argus News