Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଳବୈଶାଖୀ କ୍ଷତି ଆକଳନ ବେଳେ ରାଜସ୍ଵ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା କାର୍ କାଚ

Sushanta Sahoo
Browse all articles by Sushanta Sahoo
·1 year ago·1 min read
କାଳବୈଶାଖୀ କ୍ଷତି ଆକଳନ ବେଳେ ରାଜସ୍ଵ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା କାର୍ କାଚ

ବାଙ୍ଗିରିପୋଷି: କାଳବୈଶାଖୀ ତାଣ୍ଡବରେ ମୟୂରଭଞ୍ଜି ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଛି । ଖରା ଦିନେ ହୋଇଥିବା କୁଆପଥର ବର୍ଷାରେ ନଷ୍ଟ ହୋଇ ଯାଇଛି ଚାଷ । କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳକୁ ଯାଇଥିବା ବେଳେ ତାଙ୍କ କାରକେଡ୍‌କୁ ଢେଲା ମାଡ଼ କରିଛନ୍ତି ଦୁର୍ବୃତ୍ତ ।


ମିଳିଥିବା ସୂଚନା ଅନୁସାରେ, ସୋନାଯୋଡ଼ିଆ ଗାଁ ନିକଟ ରେଳ ଫାଟକ ନିକଟରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କାରକେଡ୍‌କୁ ଢେଲା ମାଡ଼ କରାଯାଇଛି । ରାସ୍ତା ଜାମ କରି ଉପଜିଲ୍ଲାପାଳଙ୍କୁ ଅଟକ ରଖିବା ସହ ପୋଲିସକୁ ଟଣାଓଟରା କରିଛନ୍ତି ଲୋକେ । ଢେଲା ମାଡ଼ରେ ପୋଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଥିବା ଜଣାପଡ଼ିଛି । ଏ ସବୁ ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ଲୋକେ ।


ବିଶୋଇ ବ୍ଳକର ୧୮ଟି ଗ୍ରାମ ଓ ବାଙ୍ଗିରିପୋଷି ବ୍ଳକର ୩୯ଟି ଗ୍ରାମ କାଳବୈଶାଖୀ ବର୍ଷାରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ରବିବାର ରାଜସ୍ୱ ମନ୍ତ୍ରୀ ଅଧିକାଂଶ ଗାଁକୁ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । କାଳବୈଶାଖୀ ପ୍ରଭାବିତ ଲୋକଙ୍କୁ କିଭଳି ସରକାରୀ ସହାୟତା ମିଳିପାରିବ ଏନେଇ ଗ୍ରାଉଣ୍ଡ ଜିରୋରେ ବୁଲି ଦେଖିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କ୍ଷତିଗ୍ରସ୍ତଙ୍କୁ ୨ ଦିନ ମଧ୍ୟରେ ସମସ୍ତ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଅନଲାଇନ୍ ମାଧ୍ୟମରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ଅର୍ଥ ତୁରନ୍ତ ପ୍ରଦାନ କରାଯିବ । ବାଙ୍ଗିରିପୋଷି ମିନି ଷ୍ଟାଡିୟମରୁ ହେଲିକପ୍ଟର ଯୋଗେ ବିଶୋଇ ଅଭିମୁଖେ ଯାଇଛନ୍ତି ରାଜସ୍ଵ ମନ୍ତ୍ରୀ ।

Sponsored
Revenue Minister's Carcade Attacked In Mayurbhanj During Thunderstorm Impact Survey | Argus News