Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା

Odisha

ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା

Smruti Parija
Browse all articles by Smruti Parija
·1 year ago·2 min read
ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା

Key Points

  • ଚଳିତ ବର୍ଷ ରାଜ୍ୟରେ ରେକର୍ଡ 500 କିମି ରେଳ ଲାଇନ ନିର୍ମାଣ ହେବ
  • ସମୀକ୍ଷା ବୈଠକ ପରେ ରେଳମନ୍ତ୍ରୀଙ୍କ ଦୃଢୋକ୍ତି
  • ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ନିର୍ମାଣ ଆଗେଇବାର ହେଲା ସମୀକ୍ଷା
  • ଖୁବଶୀଘ୍ର ବଲାଙ୍ଗୀର ଆଡୁ ଆଉ ଦୁଇଟି ସେକ୍ସନ କାମ ଆରମ୍ଭ ହେବ
  • ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ଅଟକିଥିଲା କାମ 
  • ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବ ରେଳ ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଦ୍ରୁତଗତିରେ ଆଗେଇ ଚାଲିବ ରେଳ ପ୍ରକଳ୍ପ । ରେଳ ସଦନରେ ରେଳ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚଳିତ ବର୍ଷ 500 କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଇ ନୂଆ ରେକର୍ଡ କରାଯିବ । ଖୋର୍ଧା-ବଲାଙ୍ଗିର ରେଳପଥ କାମ କିପରି ଆଗେଇଛି ସେନେଇ ବୈଠକରେ ଗୁରୁତ୍ବର ସହିତ ଆଲୋଚନା ହୋଇଛି । ଶୀଘ୍ର ବଲାଙ୍ଗୀର ପଟୁ ଆଉ ଦୁଇଟି ସେକ୍ସନ କାମ ଆରମ୍ଭ ହେବ ବୋଲି ରେଳ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ତାଳଚେର ବିମଳାଗଡ଼ ରେଳପଥ ରେ ବିମଳାଗଡ଼ ପଟୁ ମଧ୍ୟ ଖୁବ ଶୀଘ୍ର କାମ ଆରମ୍ଭ ହେବ । ବଡ କଥା ହେଲା ଜମି ଅଧିଗ୍ରହଣ ସମସ୍ୟା ନେଇ ଅଟକିଥିବା କାମ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ । 

 2019 ମସିହା ଜୁନ 15 ତାରିଖରେ ତତ୍କାଳିନ ରେଳ ମନ୍ତ୍ରୀ ପିୟୁସ  ଗୋୟଲ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିଲେ ଚିଠି । ଚିଠି ରେ ଉଲ୍ଲେଖ ଥିଲା ଯେ ରାଜ୍ୟରେ ରେଲ ପ୍ରକଳ୍ପ ଆଗେଇ ନ ପାରିବା ପଛର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଜନିତ ସମସ୍ୟା । ଜମି ଅଧିଗ୍ରହଣ ଜନିତ ସମସ୍ୟାର ସମାଧାନ ପାଇଁ ତତ୍ତାକଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପିୟୁସ ଗୋୟଲ ଚିଠିତେ ଲେଖିଥିଲେ । ସେହି ଚିଠି ଅନୁସାରେ ରାଜ୍ୟ ସରକାର 2947 ଏକର ଜମି ଖୋର୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ପାଇଁ ଦେବା କଥା । 1547 ଏକର ଜମିରେ ଜଙ୍ଗଲ ସ୍ବିକୃତୀ ଦେବାର ବାକି ଥିଲା ରାଜ୍ୟ ସରକାରଙ୍କ ପକ୍ଷରେ । ଖାସ ସେଥିପାଇଁ କାମ ଆଗେଇ ପାରିନାହିଁ । ଏହି ଜମି ଅଧିଗ୍ରହଣ ସମସ୍ୟାର ତ୍ବରିତ ସମାଧାନ ପାଇଁ ନୂଆ ସରକାରର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ କେଳ ରେଳ ମନ୍ତ୍ରୀ । 

2019ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ ମଧ୍ୟ ଜମି ଅଧିଗ୍ରହଣ ସମସ୍ୟାର ତ୍ବରିତ ସମାଧାନ ହୋଇପାରିନାହିଁ । ଏବେ ମୋହନ ସରକାରରେ ଏନେଇ ବାଟ ଫିଟିବ ଏବଂ ରେଳ ପ୍ରକଳ୍ପ କାମ ଆଗେଇବା ସହିତ 500 କିଲୋମିଟର ନୂଆ ରେଳ ଲାଇନ ତିଆରି ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Review of progress of construction of Khurda-Balangi railway line | Argus News