Husband and Wife / ରିଆମାଳରେ ଲୋମଟାଙ୍କୁରା ଘଟଣା, 5 ବର୍ଷର ପୁଅ ଉପରେ ପଡ଼ିଲା ଚଡ଼କ
·6 months ago·2 min read

Key Points
ଦେବଗଡ଼ ଜିଲ୍ଲା ରିଆମାଳରେ ଲୋମଟାଙ୍କୁରା ଘଟଣା
ଜଙ୍ଗଲ ରାସ୍ତାରେ ଝଗଡ଼ା ଲାଗି ବିଷ ପିଇଲେ ସ୍ବାମୀ ସ୍ତ୍ରୀ
ସାଙ୍ଗରେ ଥିବା 5 ବର୍ଷର ପୁଅ ଉପରେ ପଡ଼ିଲା ଚଡ଼କ
ଜଙ୍ଗଲ ଭିତରେ ଗୁରୁତର ବାପା ଓ ମା’ଙ୍କ ପାଖରେ ବସିରହିଲା ନାବାଳକ
ଉଭୟଙ୍କୁ ହରାଇ ହୋଇଗଲା ଅନାଥ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜିନ୍ତପଳି ଗାଁରୁ ଏକ ଏମିତି ଖବର ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ଲୋମଟାଙ୍କୁରୀ ଉଠିବ । ମାମୁଁ ଘରୁ ବାପା ମା'ଙ୍କ ସହ ବାଇକରେ ଫେରୁଥିଲା 5 ବର୍ଷର ବାଳୁତ ପୁଅ। ନିଛାଟିଆ ଜଙ୍ଗଲ ରାସ୍ତାରେ ବାପା-ମା ଝଗଡ଼ା ଲାଗିଲେ । ଉଭୟ ବିଷ ପିଇ ଟଳିପଡ଼ିଲେ, ରାତି ସାରା ନିସ୍ତେଜ ବାପା ମା'ଙ୍କ ପାଖରେ ଜଗିରହିଲା ପୁଅ। ଆଉ ସକାଳ ବେଳକୁ ସେ ହୋଇଯାଇଥିଲା ବାପ ଛେଉଣ୍ଡ । ପୁଣି ହସ୍ପିଟାଲରେ ଚିକିତ୍ସାଧୀନ ମା ସଂଧ୍ୟା ପୂର୍ବରୁ ଆଖି ବୁଜିଲେ। ଆଉ ଦିନକ ଭିତରେ ଅନାଥ ହୋଇଗଲା 5 ବର୍ଷର ନାବାଳକ ।
ହସ୍ପିଟାଲ ଗେଟ୍ ପାଖରେ ଖାଲି ଦେହରେ ବସିଥିବା ଏ କୁନି ପୁଅ ଉପରେ ଗତରାତିରେ ପଡ଼ିଛି ଚଡ଼କ। ଦୋହଲି ଯାଇଛି ତା ଜୀବନର ରଥ। ମାମୁଁ ଘରୁ ବାପା ମା'ଙ୍କ ସହ ବାହାରିଥିଲା ଏ 5 ବର୍ଷର ବାଳକ । ଆଉ ରାତି ପାହିବା ବେଳକୁ ହୋଇଯାଇଥିଲା ବାପ ଛେଉଣ୍ଡ, ଆଉ ସଂଧ୍ୟା ବେଳକୁ ହୋଇଗଲା ପୁରା ଅନାଥ । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜିନ୍ତପଳି ଗାଁରୁ ଆସିଥିବା ଖବର ଯେତିକି ଲୋମହର୍ଷକ ସେତିକି ସମ୍ବେଦନଶୀଳ।
ଏଥିସହ ପଢ଼ନ୍ତୁ: ବଦଳିବ ବାଂଲାଦେଶ, ଏଣ୍ଟ୍ରି କଲେ ମିଷ୍ଟ୍ରି ଗର୍ଲ
ଜିନ୍ତପଳି ଗାଁର ଦୁଷ୍ମନ୍ତ ମାଝୀ ସ୍ତ୍ରୀ ରିଙ୍କି ସହ ଶନିବାର ସଂଧ୍ୟାରେ ଶ୍ୱଶୂର ଘରୁ ଫେରୁଥିଲେ । ସାଙ୍ଗରେ ଥିଲା ୫ ବର୍ଷର ପୁଅ । ରାସ୍ତାରେ କୌଣସି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଲାଗିଲା ଝଗଡ଼ା । ଦଲକ ଛକରେ ରାସ୍ତାକଡ଼ରେ ବାଇକ୍ ରଖି ଜଙ୍ଗଲ ଭିତରକୁ ଗଲେ, କୀଟନାଶକ ପିଇ ଦେଲେ ସ୍ବାମୀ ସ୍ତ୍ରୀ । ଅବାକ ହୋଇଗଲା ସାଙ୍ଗରେ ଥିବା 5 ବର୍ଷର ପୁଅ। ବିଷ ପିଇଥିବା ବାପା ମା ଗୁରୁତର ହୋଇ ପଡ଼ିଗଲେ । ବାପା ମାଆଙ୍କୁ ସାରାରାତି ଜଗି ବସିଲା ଏ ବାଳୁତ । ସକାଳ ହେବାରୁ ସ୍ଥାନୀୟ ଲୋକଙ୍କୁ ଡାକି ଖବର ଦେଲା । ସେତେବେଳକୁ ପ୍ରାଣ ହରାଇଥିଲେ ଦୁଷ୍ମନ୍ତ ମାଝୀ । ସ୍ତ୍ରୀ ରିଙ୍କି ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ବାପା ମାଙ୍କ ଚରମ ନିଷ୍ପତ୍ତି ହଠାତ୍ ଏ 5 ବର୍ଷ ବାଳକକୁ କରିଦେଇଛି ନିସ୍ତବ୍ଧ, ନିର୍ବାକ୍ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: