Cancer Hotspot / ରାଜ୍ୟରେ କ୍ୟାନ୍ସର ବଢ଼ାଉଛି ଚିନ୍ତା

Key Points
ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି 60 ହଜାରରୁ ଅଧିକ ରୋଗୀ
୫୦ ପ୍ରତିଶତରୁ ଅଧିକ ଆକ୍ରାନ୍ତଙ୍କ ଅକାଳରେ ଯାଉଛି ଜୀବନ
ରାଜ୍ୟରେ କ୍ୟାନ୍ସର ହଟ ସ୍ପଟ ପଶ୍ଚିମ ଓଡିଶା
ରାଜ୍ୟରେ କ୍ୟାନସର ଆକ୍ରାନ୍ତଙ୍କ ବୃଦ୍ଧି ବଢାଉଛି ଚିନ୍ତା । ବର୍ଷକୁ ପ୍ରାୟ ୬୦ ହଜାରରୁ ଅଧିକ ଚିହ୍ନଟ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢୁଛି । ଗତ ୯ ମାସ ମଧ୍ୟରେ ୨୩ ହଜାର ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୟାନସର ଚିହ୍ନଟ ପାଇଁ ଡାକ୍ତର ପରାମର୍ଶ ନେବାକୁ ଗାଁ ଗାଁ ବୁଲି ସଚେତନତା କରିବେ ସ୍ବୟଂ ସହାୟକ ଗୋଷ୍ଠୀ ।
ରାଜ୍ୟରେ ଚିନ୍ତା ବଢାଉଛି କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା । ଏହାର ତୁରନ୍ତ ଚିହ୍ନଟ ପାଇଁ ନିଅଯାଉଛି ପଦକ୍ଷେପ । ଗାଁ ଗାଁ ବୁଲି ସଚେତନତା କରିବେ ସ୍ବୟଂ ସହାୟକ ଗୋଷ୍ଠୀ । ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୬୦ ହଜାର ନୂଆ କ୍ୟାନସର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୩୫ ହଜାର ମୃତ୍ୟୁ ମୁଖରେ ପଡୁଛନ୍ତି । ରାଜ୍ୟରେ ମୁଖ ଗହ୍ବର କର୍କଟ ଅଧିକ ହେଉଛି । କ୍ୟାନସରର ହଟସ୍ପଟ ପାଲଟିଛି ପଶ୍ଚିମ ଓଡ଼ିଶା । ଡାକ୍ତରଙ୍କ ତୁରନ୍ତ ପରାମର୍ଶ ସହ ଚିକିତ୍ସା କରାଗଲେ ଶ୍ରୀଘ୍ର ଉପଶମ ମିଳିବ ବୋଲି ବିଶ୍ବ କର୍କଟ ଦିବସରେ କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ରାଜ୍ୟରେ ପ୍ରତି ଏକ ଲକ୍ଷରେ ୯୭ ଜଣଙ୍କୁ ହେଉଛି କର୍କଟ। ରାଜ୍ୟରେ ମୁଖ ଗହ୍ୱର କର୍କଟ ଅଧିକ ରହୁ ଥିବା ବେଳେ , ମହିଳାଙ୍କ ସ୍ତନ କର୍କଟ, ଜରାୟୁ ଗ୍ରିଭା କର୍କଟ ମଧ୍ୟ ଦେଖାଯାଉଛି। ଯାହା ସାଧାରଣତଃ ୩୦ ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥାଏ। ଗତ ୯ ମାସ ମଧ୍ୟରେ ୨୩ ହଜାର ୧୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ୪୭୭୯ ଆକ୍ରାନ୍ତ କଟକରୁ ଚିହ୍ନଟ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲା ରେ ୧୮୭୮, ଯାଜପୁରରେ ୧୧୫୩, ଜଗତସିଂହପୁରରେ ୧୮୨୨, ବାଲେଶ୍ୱରରେ ୧୫୪୬ ଓ ଭଦ୍ରକରେ ୧୪୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
📱 Get Argus News App
✨Related Topics
Explore more stories