ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ବିବାଦ; ମକର ମଣ୍ଡପରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଗତକାଲିଠୁ ବନ୍ଦ ପ୍ରଭୁ ଲିଙ୍ଗରାଜଙ୍କ ନୀତି । ମକର ମଣ୍ଡପରେ ପ୍ରଭୁ ଲିଙ୍ଗରାଜ । ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ବିବାଦରେ ପ୍ରତିଧର ବଳି ପଡ଼ୁଛନ୍ତି ମହାପ୍ରଭୁ ଲିଙ୍ଗରାଜ । ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିଫଳ ହେଲା ବୈଠକ । ବ୍ରାହ୍ମଣ ନିଯୋଗର ଦାବି ଏହି ସମସ୍ୟାର ସମାଧାନ ସହ ଆସୁ ଲିଙ୍ଗରାଜଙ୍କ ପାଇଁ ସ୍ୱତନ୍ତ୍ର ଆଇନ । ଏପଟେ ମନ୍ଦିର ପ୍ରଶାସନ ପକ୍ଷରୁ ଚାଲିଛି ସମସ୍ୟାର ସମାଧାନ ପାଇଁ ପ୍ରୟାସ ।
ଦୁଇ ଦୁଇ ଥର ବସିଲା ବୈଠକ । ବାହାରିଲାନି ନିଷ୍କର୍ଷ । ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ବଡୁ ନିଯୋଗ ଓ ବ୍ରାହ୍ମଣ ନିଯୋଗର ବିବାଦରେ ପ୍ରତିଧର ବଳି ପଡ଼ୁଛନ୍ତି ମହାପ୍ରଭୁ ଲିଙ୍ଗରାଜ । ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟୁଥିବାବେଳେ ଗତକାଲି ରାତି ସାଢେ ୮ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ସେବାୟତଙ୍କ ବିବାଦ ଲାଗି ବନ୍ଦ ରହିଛି ନୀତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ହେବା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ । ମକର ସଂକ୍ରାନ୍ତି ନିମନ୍ତେ ଘୃତ୍ୟ କମଳ ଲାଗି ହୁଏ । କିନ୍ତୁ ପୁନର୍ବାର ବଡୁ ସେବାୟତ ଏକା ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ ।
📱 Get Argus News App
✨ଯେଉଁଥିପାଇଁ ମହାପ୍ରଭୁ ଲିଙ୍ଗରାଜ ମକର ମଣ୍ଡପରେ ଗତକାଲି ସନ୍ଧ୍ୟାରୁ ବସି ରହିଛନ୍ତି । ନା କୌଣସି ନୀତି ହୋଇଛି ନା ଦିଅଁ ଦକ୍ଷିଣ ଘରକୁ ବିଜେ କରିଛନ୍ତି । ବିବାଦ ପରେ ଏହି ଘଟଣାରେ ହସ୍ତକ୍ଷେପ କରିଥିଲା ମନ୍ଦିର ପ୍ରଶାସନ । ଉଭୟ ନିଯୋଗକୁ ଡାକି କରାଯାଇଥିଲା ଆଲୋଚନା । ହେଲେ ଆଲୋଚନାରୁ କୌଣସି ନିଷ୍ପତ୍ତି ବାହାରି ନଥିବାବେଳେ ବ୍ରାହ୍ମଣ ନିଯୋଗର ଅଭିଯୋଗ ପ୍ରଶାସନ ଗୋଟିଏ ଆଇନ ଆଣୁ । କିଏ କେଉଁ ନୀତି କରିବେ ସେଥିରେ ଉଲ୍ଲେଖ କରାଯାଇଛି । ଯାହାଫଳରେ ଏଭଳି ଘଟଣା ବାରମ୍ବାର ଘଟିବ ନାହିଁ କି ପ୍ରଭୁଙ୍କ ନୀତିରେ ଅବହେଳା ହେବ ନାହିଁ ।
ଅନ୍ୟପଟେ ବ୍ରାହ୍ମଣ ନିଯୋଗର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଡୁ ନିଯୋଗ । ସେମାନେ କଣସି ବିଶୃଙ୍ଖଳା କରିନଥିବା ସଫେଇ ଦେଇଛନ୍ତି କମଳାକାନ୍ତ ବଡୁ । ଆମେ 1863 ମସିହା ଡକୁମେଣ୍ଟ ଅନୁସାରେ ଯୁକ୍ତି ରଖିଥିଲୁ ହେଲେ ବ୍ରାହ୍ମଣ ନିଯୋଗ ଏହାକୁ ମାନିବାକୁ ନାରାଜ । ସେଥିପାଇଁ ବୈଠକ ବିଫଳ ହୋଇଥିଲା ଆମେ ନୀତିକାନ୍ତି କରିବା ପାଇଁ ପ୍ରସ୍ତୁତ । ଆମେ ଆମ ଦାୟିତ୍ୱ କରିବା କଥା କରିଛୁ ଆମେ ଦୁଆର ଖୋଲିଛୁ ଭକ୍ତମାନେ ମକର ସଂକ୍ରାନ୍ତିରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ତେଣୁ ପ୍ରଶାସନ ଯାହା ନିଷ୍ପତି ନେବେ ଆମେ ତାହା କରିବୁ । ସେପଟେ ଏଡିଏମ୍ ଙ୍କ କହିବା ମୁତାବକ ପ୍ରଶାସନ ଚେଷ୍ଟା ଜାରି ରଖିଛି ଏହି ସମସ୍ୟାର ସମାଧାନ କରି ନିତିକାନ୍ତି ଆରମ୍ଭ କରିବା ପାଇଁ ।