Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଶାସନ ନଦେଖିଲେ ଭାସିଯିବ ଗାଁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ପ୍ରଶାସନ ନଦେଖିଲେ ଭାସିଯିବ ଗାଁ

Key Points

  • ବ୍ରାହ୍ମଣୀ ଆଁରେ ଦିନିଆରୀ
  • ଗିଳି ସାରିଲାଣି ୪ଶହ ଏକର ଚାଷ ଜମି 
  • କୂଳ ଲଂଘୁଛି ବ୍ରାହ୍ମଣୀ, ଚିନ୍ତା ଓ ଭୟରେ ଦିନ କାଟୁଛନ୍ତି ଦିନିଆରୀବାସୀ

ଅର୍ଗସ ବ୍ୟୁରୋ:  କେନ୍ଦ୍ରାପଡା ଜିଲ୍ଳା ଆଳି ବ୍ଲକ୍‌ର କୋଳିଢିଆ ପଞ୍ଚାୟତ ଦିନିଆରୀ ଗାଁରେ ଏବେ ଆତଙ୍କ ଖେଳାଇଛି ବ୍ରାହ୍ମଣୀ । ଘର ପାଖକୁ ମାଡିଆସିଲାଣି ନଈ । ଗିଳି ସାରିଲାଣି ୪ଶହ ଏକର ଚାଷ ଜମି । ନଦୀ ପାଇଁ ଏବେ ଭୟରେ ସ୍ଥାନୀୟ ଲୋକେ । କାରଣ ଗାଁ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି ବ୍ରାହ୍ମଣୀ ନଦୀ । ନଦୀ ଧିରେ ଧିରେ କୂଳ ଲଙ୍ଘୁଛି ଏବଂ ନଦୀ ଗର୍ଭରେ ଲୀନ ହୋଇଗଲାଣି ଚାରିଶହ ଏକର ଚାଷ ଜମି । କେତେବେଳେ ଯେ ଗାଁ ହଜି ଯିବ ଏବେ ସେ ଭୟରେ ଅଞ୍ଚଳବାସୀ । ନଦୀର ଉଗ୍ରରୂପ ଦେଖି, ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। 

ଗାଁର ଅଧିକାଂଶ ଲୋକ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରନ୍ତି । ମାତ୍ର ଏବେ ଏହି ନଦୀ ପାଲଟିଛି ଚିନ୍ତାର କାରଣ । ନଦୀ ଜଳସ୍ତର ଦିନକୁ ଦିନଦିନ ବଢି ଚାଲିଛି ।  ଏଭଳି ପରିସ୍ଥିତିରେ ଉପର ଅଧିକାରୀମାନଙ୍କ ପାଖରେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନି । ଏପଟେ ନଦୀର ଜଳସ୍ତର ଦିନକୁ ଦିନ ବଢିବଢି ଚାଲିଛି । ଗାଁ ସୁରକ୍ଷା ପାଇଁ ଯଦି କୌଣସି ପଦକ୍ଷେପ ନି ନିଆଯାଏ ତେବେ ଏହା ଆଗାମୀ ଦିନରେ ଆନ୍ଦୋଳନ ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । 

ନଦୀ କୂଳିଆ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ସେତୁ ଓ ରାସ୍ତା ନିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ନଦୀକୂଳିଆ ଗାଁ ଏବେ ଅସୁରକ୍ଷିତ। ଜୀବିକା ସହ ଜୀବନ ମଧ୍ୟ ଏବେ ବିପଦରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(କେନ୍ଦ୍ରାପଡ଼ା ଆଳିରୁ ବିଭୁ ପ୍ରସାଦ ମହାନ୍ତିଙ୍କ ରିପୋର୍ଟ )

Sponsored
River Issue | Argus News