Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକରେ ପୋଲ ତିଆରି କରୁଥିବା ଠିକା ସଂସ୍ଥାର ମନମାନି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭଦ୍ରକରେ ପୋଲ ତିଆରି କରୁଥିବା ଠିକା ସଂସ୍ଥାର ମନମାନି

ଭଦ୍ରକ ବ୍ଲକ୍ ଗୁଜିଦରଡ଼ା ପଞ୍ଚାୟତରେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତିଆରି ଚାଲିଛି ପୋଲ। ସାଳନ୍ଦୀ ଜଳସେଚନ ଡିଭିଜନ ଯନ୍ତ୍ରୀଙ୍କଠାରୁ କୌଣସି ଅନୁମତି ନଆଣି ମନଇଚ୍ଛା ନଦୀ ଜଳ ଅବରୋଧ କରିଦେଇଛି ପୋଲ ତିଆରି କରୁଥିବା ଠିକା ସଂସ୍ଥା। ଫଳରେ ତଳିଆ ଅଞ୍ଚଳକୁ ପ୍ରବାହିତ ହୋଇ ପାରୁନାହିଁ ନଦୀ ଜଳ । ନଦୀ କୁଳିଆ ଗ୍ରାମର ଲୋକମାନେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ନଦୀ ଉପରେ ନିର୍ଭର କରୁଥିବା ଅର୍ଣ୍ଣପାଳ, ରାଜୁଆଳିବିନ୍ଧା, ତଳଗୋପ ବିନ୍ଧା, ବାରୋ, ବିଲଣା ଓ କାଁପଡ଼ା ପଞ୍ଚାୟତର ହଜାର ହଜାର ସଂଖ୍ୟାରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇଛନ୍ତି। ଏବେ ରବି ଫସଲ ଓ ପନିପରିବା ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ।

ସାଳନ୍ଦୀ ନଦୀ ଜଳ ଅବରୋଧକୁ ନେଇ ତଳଗୋପବିନ୍ଧା ଓ ଆଖପାଖ ପଞ୍ଚାୟତର ଶତାଧିକ ଚାଷୀ ଗୁଜିଦରଡ଼ା ଫାଣ୍ଡି ଘେରାଉ କରିଛନ୍ତି। ଗ୍ରାମାଞ୍ଚଳ ଥାନା ଅଧିକାରୀ, ସାଳନ୍ଦୀ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପହଞ୍ଚି ଚାଷୀଙ୍କୁ ବୁଝା ସୁଝା କରିବା ସହ ବିକଳ୍ପ ରାସ୍ତା ସାହାଯ୍ୟରେ ନଦୀକୁ ପାଣି ଛଡ଼ା ଯିବାର ବ୍ୟବସ୍ଥା କରାଯାଉଥିବା ପ୍ରତିଶ୍ରୁତି ଦେଇଛନ୍ତି।

3 ମାସ ହେବ ସମସ୍ୟା ଲାଗି ରହିଥିବାବେଳେ ସମାଧାନ ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଜନଶୁଣାଣିରେ ଅଭିଯୋଗ କରିଥିଲେ। କିନ୍ତୁ ଏଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ଲୋକଙ୍କ ଭିତରେ ବଢୁଛି ଅସନ୍ତୋଷ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
river-water-blockage-was-deliberately-done-without-informing-the-irrigation-department news | Argus News