Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍କୁଲ ହତା ନାଁ ପୋଖରୀ ? ଆଣ୍ଠୁଏ ପାଣିରେ ପଶି ପିଲା ଯାଉଛନ୍ତି ସ୍କୁଲ

Odisha

ସ୍କୁଲ ହତା ନାଁ ପୋଖରୀ ? ଆଣ୍ଠୁଏ ପାଣିରେ ପଶି ପିଲା ଯାଉଛନ୍ତି ସ୍କୁଲ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସ୍କୁଲ ହତା ନାଁ ପୋଖରୀ ? ଆଣ୍ଠୁଏ ପାଣିରେ ପଶି ପିଲା ଯାଉଛନ୍ତି ସ୍କୁଲ

ଅର୍ଗସ ବ୍ୟୁରୋ : ପୂର୍ବ ବିଜେଡ଼ି ସରକାରଙ୍କ ୫-ଟି ଯୋଜନାରେ ଟ୍ରାନ୍ସଫରମେସନରେ ରୂପାନ୍ତୀକରଣ ବିଦ୍ୟାଳୟର ଅବସ୍ଥା ଟିକିଏ ବର୍ଷା ହେଲେ ବେହାଲ ହୋଇପଡ଼ିଛି , ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅବସ୍ଥା ନକହିଲେ ଭଲ ,ପୂର୍ବ ସରକାର ଡିଣ୍ଡିମ ପିଟୁଥିଲା ଯେ ନବୀନ ସରକାରଙ୍କ ଏହି ୫-ଟି ଯୋଜନାରେ ବିଦ୍ୟାଳୟ ଗୁଡିକ ପରିସରରେ ଆକର୍ଷଣୀୟ ପକୃତି ପରିବେଶ ସୌନ୍ଦର୍ଯ୍ୟକରଣ କରାଯିବା ସହିତ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା, ଯୋଗାଇ ଦିଆଯାଇଛି ।

କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଜମ୍ବୁ ଗ୍ରାମପଂଚାୟତରେ ଥିଵା ରାମ ପ୍ରସାଦ ଉଚ୍ଚ ବିଦ୍ୟାଳୟର ଅବସ୍ଥା ଏବେ ପୁରା ସଙ୍ଗୀନ । ଆଖପାଖ ଅଞ୍ଚଳର ୩୦୦ ରୁ ଉର୍ଦ୍ଧ୍ଵ ପିଲା ଶିକ୍ଷା ପାଇଁ ଏହି ଵିଦ୍ୟାଳୟ ଉପରେ ନିର୍ଭର କରନ୍ତି । ବିଗତ କିଛିଦିନ ତଳେ ସ୍କୁଲର  ରୂପାନ୍ତୀକରଣ ହୋଇଥିଲା । ମାତ୍ର ଉନ୍ନତୀ ନାଁରେ ସ୍କୁଲ ପରିସରରେ ରଙ୍ଗ ଵୋଳି ଠିକାଦାର ଛୁ । ଏପଟେ ପାଣି କାଦୁଅରେ ଜୁଡୁଵୁଡୁ ହୋଇ ପାଠ ପଢୁଛନ୍ତି ପିଲା । ଵର୍ଷର ଵାକି ଦିନ ମାନଙ୍କରେ କଷ୍ଟେମଷ୍ଟେ ପାଠପଢା ଚାଲିଥିଵା ଵେଳେ, ଵର୍ଷା ଦିନରେ ସ୍କୁଲ ପ୍ରାଙ୍ଗଣ ସୃଷ୍ଟି କରୁଛି ପୋଖରୀର ଭ୍ରମ । ହେଲେ ସେହି ପାଣି ଭିତରେ ପଶି ପିଲାଏ ଯାଉଛନ୍ତି ସ୍କୁଲ ।

କିଛିଦିନ ପୂର୍ବରୁ ଏହି ବିଦ୍ୟାଳୟର ପରିଵେଶକୁ ସ୍ଵଚ୍ଛ ଓ ନିର୍ମଳ କରିଵା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ମାତ୍ର ତାପରେ ଗଛ କଥା ଭୁଲିଗଲେ ସମସ୍ତେ। ଏବେ ଲଗାଣ ଵର୍ଷାରେ ଗଛ ଗୁଡିକ ପଚି ନଷ୍ଟ ହୋଇ ଗଲାଣି । ବିଦ୍ୟାଳୟର ରୋଷେଇ ଘର ଭିତରେ ପାଣି  ପଶି କାଦୁଅ ପଚପଚ ହୋଇଯାଉଛି । ଫଳରେ ମଧ୍ୟନ ଭୋଜନ ପ୍ରସ୍ତୁତିରେ ସମାସ୍ୟ ସୃଷ୍ଟି ହେଉଥିବା କହିଛନ୍ତି ପାଚିକା । ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଏହାର ସଠିକ ଭାବେ ବିନିଯୋଗ ହେଉ ନଥିବାରୁ ବଦଳୁନି ସ୍କୁଲର ଚିତ୍ର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(ମହାକାଳପଡ଼ାରୁ ଶ୍ରୀମନ୍ତ ପାହାଡ଼ିଙ୍କ ରିପୋର୍ଟ)

Sponsored
Road Problem | Argus News