Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଧାତିଆରି ରାସ୍ତା ଦେଉଛି ଯମ ଯନ୍ତ୍ରଣା

Odisha

ଅଧାତିଆରି ରାସ୍ତା ଦେଉଛି ଯମ ଯନ୍ତ୍ରଣା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଅଧାତିଆରି ରାସ୍ତା ଦେଉଛି ଯମ ଯନ୍ତ୍ରଣା

Key Points

ଅଧା ରାସ୍ତା ନିର୍ମାଣ କରି ଠିକାଦାର ଛୁ
ଜଙ୍ଗଲ ମଝିରେ ଚିନ୍ତା ବଢାଉଛି ମେଟାଲ ରାସ୍ତା
ଅଧାତିଆରି ରାସ୍ତା ଦେଉଛି ଯମ ଯନ୍ତ୍ରଣା

ମୟୁରଭଞ୍ଜ ଠାକୁରମୁଣ୍ଡା ଚମ୍ପାଝର ଗ୍ରାମପଞ୍ଚୟତ ଭେଜଡିହା ଗାଁରୁ ଡ଼ଙ୍ଗାଡିହ ଯିବାକୁ ଏକ ମାତ୍ର ରାସ୍ତା । ଜଙ୍ଗଲ ମଧ୍ୟରେ 6 କିଲୋମିଟରର ରାସ୍ତା ଅବସ୍ଥା ଶୋଚନୀୟ । ବହୁ ଦାବି ପରେ 2022 ମସିହାରେ ଟେଣ୍ଡର ମାଧ୍ୟମରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଥିଲା। ଯେଉଁ ରାସ୍ତା କାମ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନି। ଏମିତିକି ଦୀର୍ଘ ମାସ ହେବ ବନ୍ଦ ପଡିଛି ରାସ୍ତା ନିର୍ମାଣ କାମ। ଏପଟେ ଅଧାତିଆରି ରାସ୍ତା ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରୁଛି।

ଖାଲି ସେତିକି ନୁହେଁ ବିନା ଫଳକରେ ଏଠି ଚାଲିଥିଲା ରାସ୍ତା କାମ। ରାସ୍ତା କାମର ମାନ କେତେ ନିମ୍ନମାନର ହୋଇଥିବ ତାହାର ପ୍ରମାଣ ହେଉଛି ଏହି ଚିତ୍ର। ରାସ୍ତା କାମ ନାଁରେ ମେଟାଲ ଓ ଡଷ୍ଟ ଗୁଣ୍ଡ ପକାଇ କଣ୍ଟ୍ରାକ୍ଟର ଫେରାର। ଏପଟେ ଅଧା ନିର୍ମିତ ରାସ୍ତା ଉପରେ ଗେଟି ବାହାରି ରହିଛି l ଗାଡି, ମୋଟର ଗଲେ ରାସ୍ତା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଧୂଳି ଭର୍ତ୍ତି ହୋଇଯାଉଛି l ରାସ୍ତା ସମସ୍ୟା ନେଇ ବହୁବାର ସ୍ଥାନୀୟବାସୀ ଅଭିଯୋଗ କରି ଆସୁଥିଲେ ବି କେହି ଦାବି ପୂରଣ କରୁନାହାନ୍ତି। ଏପଟେ ଅଧା ତିଆରି ରାସ୍ତା ବଢାଇଛି ଲୋକଙ୍କ ଚିନ୍ତା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
road-problem-scam-in-mayurbhanj | Argus News