Videos
|
Odisha

ରାଜଧାନୀରେ ରୋଡ ରୋମିଓଙ୍କ ଉତ୍ପାତ, ନାଲିବତୀ ଗାଡିରେ ଆସିଲେ, ରାସ୍ତାରେ ମଦ ପିଇଲେ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରାଜଧାନୀରେ ରୋଡ ରୋମିଓଙ୍କ ଉତ୍ପାତ, ନାଲିବତୀ ଗାଡିରେ ଆସିଲେ, ରାସ୍ତାରେ ମଦ ପିଇଲେ

ନାଲିବତୀ ଗାଡିରେ ବୁଲୁଛନ୍ତି । ରାସ୍ତାରେ ବସି ମଦ ପିଉଛନ୍ତି । କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ରାଜରାସ୍ତାରେ । ଖାରବେଳନଗର ଥାନା ଅଞ୍ଚଳରେ ଥିବା ଏକ ଗହଣା ଦୋକାନ ନିକଟରେ ଫୁଟପାଥ୍‌ ଉପରେ ଲାଗିଲା ଏକ ନାଲିବତି ଗାଡି । ଗାଡ଼ିରୁ ଓହ୍ଲାଇପଡ଼ିଲେ ୫ଜଣ ଯୁବକ । ବାହାର କଲେ ମଦ ବୋତଲ ଏବଂ ଆରମ୍ଭ କରିଦେଲେ ଆସରା । ରାସ୍ତା ଉପରେ ଚାଲିଲା ରୋଡ ରୋମିଓଙ୍କ ଉତ୍ପାତ ।

ନାଲିବତୀ ଗାଡ଼ି ବୋଲି କାହାର ମୁହଁ ଖୋଲିବାର ନଥିଲା । ଗାଡ଼ିଟି ଘରୋଇ ଗାଡ଼ିଥିଲା ଏବଂ କୌଣସି ଅଫିସର୍‌ଙ୍କ ପାଇଲଟ୍ ଡ୍ୟୁଟିରେ ଲାଗିଥିବା ଜଣାପଡ଼ୁଥିଲା । ଏ ଚିତ୍ର ଜଣେ ଯୁବକ ମୋବାଇଲ୍‌ରେ ରେକର୍ଡ କରୁଥିବା ଜାଣିବା ପରେ ମଦ ପିଉଥିବା ଯୁବକଙ୍କ ମଧ୍ୟରୁ ଜଣେ ଗାଡ଼ିରୁ ନାଲିବତି ବାହାର କରି ଗାଡ଼ି ଭିତରକୁ ଫୋପାଡ଼ି ଦେଲା । ଅନ୍ୟମାନେ ମଦ ବୋତଲ ବନ୍ଦ କରି ତରତରରେ ଗାଡ଼ି ଭିତରକୁ ପଶିଗଲେ ଏବଂ ଗାଡ଼ି ନେଇ ସେଠାରୁ ଛୁ ମାରିଲେ । ଭିଡିଓ ସାମ୍ନାକୁ ଆସିବା ପରେ ପୁରା ଘଟଣା କୁ ନେଇ ତଦନ୍ତ ଆରମ୍ଭ କରିଛି ଖାରବେଳନଗର ଥାନା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Road Romeos are driving around with red light car in Bhubaneswar | Argus News