Traffic challan / ସଡ଼କ ସୁରକ୍ଷା ଅଭିଯାନରେ ଗୋଟିଏ ଦିନରେ କଟିଲା ୧୭ ହଜାର ଚାଲାଣ ଓ ୯ କୋଟି ଟଙ୍କା ଜରିମାନା
·3 months ago·2 min read

Key Points
ଗୋଟିଏ ଦିନରେ ୧୭ ହଜାର ଚାଲାଣ ଓ ୯ କୋଟି ଟଙ୍କା ଜରିମାନା
ସଡ଼କ ସୁରକ୍ଷା ଅଭିଯାନର ପ୍ରଥମ ଦିନ
ମାର୍ଚ୍ଚ ୩୧ ଯାଏଁ ଚାଲିବ ଏହି ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ବର ୨୨/୦୩ :ସାରା ରାଜ୍ୟରେ ଆରମ୍ଭ ହୋଇଛି ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନ। ପ୍ରଥମ ଦିନରେ ଉଲ୍ଲଙ୍ଘନ ବିରୋଧରେ ଜାରି ହୋଇଛି ୧୭ ହଜାର ୮୩୧ ଟି ଇ-ଚାଲାଣ । ଏହିଁ ଚାଲାଣ ବାବଦରେ ୯ କୋଟି ୫୭ ଲକ୍ଷ ୫୯ହଜାର ୫୦୪ ଟଙ୍କାର ଜରିମାନା ଲାଗୁ କରାଯାଇଛି । କେବଳ ଏତିକି ନୁହେଁ ସଡ଼କ ସୁରକ୍ଷା ନିୟମର ଗୁରୁତର ଉଲ୍ଲଙ୍ଘନ ଯୋଗୁଁ ୬୪ଟି ଗାଡ଼ିକୁ ଅଟକ ରଖାଯାଇଛି । ପ୍ରତିଦିନ ଉଭୟ ସକାଳେ ଓ ସନ୍ଧ୍ୟାରେ ଏଭଳି ଏନଫୋର୍ସମେଣ୍ଟ ଜାରି ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସ୍ୱତନ୍ତ୍ର ଅଭିଯାନ ମାର୍ଚ୍ଚ ୩୧ ଯାଏଁ ଚାଲିବ । ଏହି ସମୟ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ।
ସଡ଼କ ସୁରକ୍ଷାକୁ ନେଇ ସ୍ୱତନ୍ତ୍ର ଅଭିଯାନର ପ୍ରଥମ ଦିନରେ ବିଭିନ୍ନ ସ୍ଥାନରେ ଗାଡ଼ି ଚାଳକମାନଙ୍କ ସହ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରାଯାଇଥିଲା। ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନର ଆବଶ୍ୟକତା ସମ୍ପର୍କରେ ବୁଝାଯାଇଥିଲା । ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ଏହି ଅଭିଯାନ ଅଧୀନରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ମାନେ ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଛନ୍ତି ।
ଏହି ଅଭିଯାନ ସମୟରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ଗୁଡ଼ିକ ରୋକିବା ଉପରେ ପ୍ରାଧାନ୍ୟ ଦିଆଯାଇଛି । ଯେପରିକି ଦ୍ରୁତଗତି, ମଦ୍ୟପାନ କରି ଡ୍ରାଇଭିଂ କରିବା, ବିନା ହେଲମେଟରେ ବାଇକ୍ ଚଳାଇବା, ଭୁଲ୍ ଦିଗରେ ଗାଡ଼ି ଚଳାଇବା, ଅବୈଧ ପାର୍କିଂ, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ଏବଂ ଓଭରଲୋଡିଂ ଭଳି ନିୟମ ଉଲ୍ଲଙ୍ଘନ ପରି ମୋଟର ଯାନ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
ଏଥିପାଇଁ ଦୁର୍ଘଟଣାପ୍ରବଣ ସ୍ଥାନ, ଜାତୀୟ ଓ ରାଜ୍ୟ ରାଜପଥ, ଖଣି ଓ ଶିଳ୍ପାଞ୍ଚଳ, ସହର ଓ ଗାଁର ମୁଖ୍ୟ ରାସ୍ତା, ପ୍ରମୁଖ ଛକ, ବଜାର ଅଞ୍ଚଳ ଏବଂ ବସ୍ ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏନଫୋର୍ସମେଣ୍ଟ ଅଧିକ କରାଯାଉଛି । ଏହା ସହିତ ଖଣି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଟିପ୍ପର, ଡମ୍ପର, ହାଇୱା ଏବଂ ଅନ୍ୟାନ୍ୟ ଭାରୀ ଯାନଗୁଡ଼ିକର ଡ୍ରାଇଭିଂ ଲାଇସେନ୍ସ, ଓଭରଲୋଡିଂ ଏବଂ ଅନ୍ୟାନ୍ୟ ଆଇନଗତ ନିୟମର ଅନୁପାଳନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି । ଏହି ଅଭିଯାନକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିବା ପାଇଁ ପରିବହନ ବିଭାଗ ସହ ଜିଲ୍ଲା ପ୍ରଶାସନ ଓ ପୋଲିସ ସାମିଲ ହୋଇ ମିଳିତ ଭାବେ ଏନଫୋର୍ସମେଣ୍ଟ କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories