ଅଧାରେ ଅଟକିଯାଇଛି ରାସ୍ତା କାମ, ଲୋକେ ହନ୍ତସନ୍ତ

Key Points
ଗାଁକୁ ପଂହଁଚିବା ପାଇଁ ରାସ୍ତା ଟିଏ ନାହିଁ । ଚାଷ ଜମି ମଧ୍ୟ ଦେଇ ରାସ୍ତାଟିଏ ନିର୍ମାଣ ପାଇଁ ପନ୍ଦର ବର୍ଷ ପୂର୍ବେ ଯୋଜନା କରି ମନରେଗା ଯୋଜନାରେ ମାଟି ପଡିଲା ହେଲେ ଅଧାରେ ଅଟକିଯାଇଛି ରାସ୍ତା କାମ ।
ମୁଖ୍ୟ ରାସ୍ତାରୁ ଗାଁକୁ ପଂହଁଚିବା ପାଇଁ ଜମି ହିଡ ରାସ୍ତା ଦେଇ ପାଦରେ ଚାଲିଚାଲି ଯାଉଛନ୍ତି ପୁରୁଷ ଓ ମହିଳା । ଏ ହେଉଛି ଏମାନଙ୍କ ପ୍ରତିଦିନିଆ ରାସ୍ତା । ସାମନ୍ୟ ବର୍ଷା ହୋଇଗଲେ ରାସ୍ତାରେ ଗମନା ଗମନ ବନ୍ଦ । ଏ ହେଉଛି ଗଂଜାମ ଜଗନ୍ନଥପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ କପିଳପଲ୍ଲୀ ଗାଁ ରାସ୍ତାର ଦୃଶ୍ୟ । ଗତ ୧୫ ବର୍ଷ ରୁ ଉର୍ଦ୍ଧ୍ବ ହେବ ରାସ୍ତା ଏଭଳି ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି । ଗ୍ରାମବାସୀ ଖୁବ କଷ୍ଟରେ ଏହି ରାସ୍ତା ଦେଇ ଯାଆସ କରୁଥିବା ବେଳେ ଆଉ କେତେଦିନ ଏମିତି କଷ୍ଟ ସହିବୁ ଗାଁର ମହିଳା ମାନେ ଏକାଠି ହୋଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଗାଁର ସମସ୍ତ ଲୋକ ପରିବାର ଚାଷୀ । ଚାଷ କାମ କରିବା ସହ ଗାଁ ରେ ବନସୁରକ୍ଷା ସମିତି ଗଢି ନିକଟ ଜଙ୍ଗଲ ସୁରକ୍ଷା କରିବା ସହ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ କାମ କରନ୍ତି । ବାରମ୍ବାର ରାସ୍ତାଟେ ପାଇଁ ଦାବି କରିବା ପରେ ତତ୍କାଳୀନ ସରପଞ୍ଚମନରେଗା ଯୋଜନାରେ ମାଟି ପକାଇ ଗାଁକୁ ରାସ୍ତା ନିର୍ମାଣ କାମ ଆରମ୍ଭ କରିଥିଲେ । ପ୍ରାୟ ୮୫ ପ୍ରତିଶତ କାମ ହୋଇଯାଇଥିବା ବେଳେ ଗୋଟିଏ ଜମି ପାଇଁ ରାସ୍ତା କାମ ଅଟକିଯାଇଛି ।
ବର୍ଷା ଦିନ ଆସିଲେ ଗମନାଗମନ ସମ୍ଭବ ହୋଇପାରୁନାହିଁ। ଗାଁକୁ ପଂହଁଚିବା ପାଇଁ ରାସ୍ତା ଟିଏ ନାହିଁ । ଚାଷ ଜମି ମଧ୍ୟ ଦେଇ ରାସ୍ତାଟିଏ ନିର୍ମାଣ ପାଇଁ ପନ୍ଦର ବର୍ଷ ପୂର୍ବେ ଯୋଜନା କରି ମନରେଗା ଯୋଜନାରେ ମାଟି ପଡିଲା ହେଲେ ଅଧାରେ ଅଟକିଯାଇଛି ରାସ୍ତା କାମ ।