୨୦୨୯ ସାଧାରଣ ନିର୍ବାଚନ ଆଗରୁ ଶେଷ ହେବ ରାସ୍ତା କାମ

Key Points
ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ହେବ ରାସ୍ତା କାମ
2029 ସାଧାରଣ ନିର୍ବାଚନ ଆଗରୁ ଶେଷ ହେବ ରାସ୍ତା କାମ
2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ କାମ ହାତକୁ ନିଆଯାଇଛି
30ରୁ 40 ହଜାର କିଲୋମିଟର ରାସ୍ତା ତିଆରି କରାଯିବ
୨୦୨୯ ସାଧାରଣ ନିର୍ବାଚନ ଆଗରୁ ଶେଷ ହେବ ରାସ୍ତା କାମ ।୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ କାମ ହାତକୁ ନିଆଯାଇଛି ।୩୦ରୁ୪୦ ହଜାର କିଲୋମିଟର ରାସ୍ତା ତିଆରି କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ଏ ନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେତୁ ବନ୍ଧନ ଯୋଜନାରେ ୫୦୦ ସେତୁ ନିର୍ମାଣ କରିବାକୁ ଯୋଜନା ଅଛି । ଏହାସହ ବ୍ରିଜ କମ୍ ୱେଲ ମଧ୍ୟ ତିଆରି ହେବ । ଯାହାଦ୍ବାରା ନଦୀ ଜଳ ସଂରକ୍ଷଣ କରାଯାଇପାରିବ । ୩ଟି ବ୍ୟବସ୍ଥାରେ ରାସ୍ତା ଉନ୍ନତିକରଣ କରାଯିବ ।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୫ ହଜାର କିମି ରାସ୍ତା ତିଆରି ହେବ, CMRL ଯୋଜନାରେ କିଛି ରାସ୍ତା ତିଆରି ହେବ । ଏହିଭଳି ଭାବେ ଚଳିତ ବର୍ଷ ୮ ହଜାର ୫୦୦ କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରଖିଛି ବିଭାଗ । ବିଭାଗୀୟ ଯନ୍ତ୍ରୀ ମାନେ ସବୁ କାମ ନିର୍ଣ୍ଣୟ କରିବେ । ସମୟ ଅବଧି ଭିତରେ କାମ ନସରିଲେ ଦାୟୀ ରହିବେ ଅଧିକାରୀ । ପ୍ରକଳ୍ପ କାମ ଅନୁଧ୍ୟାନ କରି ମାସିକିଆ ରିପୋର୍ଟ ଦେବାକୁ ଅଧିକାରୀ ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ସେପଟେ ପୂର୍ବ ସରକାର ସମୟରେ ନିର୍ମାଣ ହୋଇଥିବା ପାଖାପାଖି 20ଟି ବ୍ରିଜ ଲୋକଙ୍କ କାମରେ ଆସୁନାହିଁ । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବ୍ରିଜ ଗୁଡ଼ିକ ତିଆରି ହୋଇଥିଲା ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଏ ନେଇ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଅଧିକାରୀ ମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।