ରାସ୍ତା, ପାନୀୟ ଜଳ ଓ ଶିକ୍ଷା ପାଲଟିଛି ସ୍ୱପ୍ନ

Key Points
ବିକାଶ ପହଞ୍ଚିବାକୁ ଆଉ କେତେ ଦିନ ?
ଚାହିଁ ଚାହିଁ ପାହାଡ଼ ଘେରରେ ଦହଗଞ୍ଜ ଜୀବନ
ରାସ୍ତା, ପାନୀୟ ଜଳ ଓ ଶିକ୍ଷା ପାଲଟିଛି ସ୍ବପ୍ନ
ଘଞ୍ଚ ଜଙ୍ଗଲ ମଝିରେ ଅଙ୍କବଙ୍କା ରାସ୍ତା । ବିଛାଇ ହୋଇ ରହିଛି ଛୋଟ ବଡ଼ ପଥର । ପାଦ ପକାଇଲେ ମାତ୍ରେ ଫୁଟି ଯାଉଛି । ଏଠି ଗାଡି ଯିବା ତ ଦୂରର କଥା କିଛି ବାଟ ଚାଲିଯିବା ବି ମୁସ୍କିଲ୍ । ଏମିତିରେ ହଠାତ୍ କାହାର ଦେହ ଖରାପ ହେଲେ ଆମ୍ବୁନାଲ୍ସ ଆସିବା ଅସମ୍ଭବ । ସେଥିପାଇଁ ଏଠିକାର ବାସିନ୍ଦାଙ୍କୁ କେବଳ ଭରା ନଚେତ୍ କାନ୍ଧ ହିଁ ସାହା ମେଡିକାଲ୍ ନେବା ପାଇଁ । ଆମେ ଦେଖୁଥିବା ଏ ରାସ୍ତା ପଡିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଚାଞ୍ଚଡାପଦର ଗାଁକୁ । ଯାହାକି ସଦର ମହକୁମାଠୁ ମାତ୍ର ୮ ଦୂରରେ ଅବସ୍ଥିତ ।
ଗାଁକୁ ଯାତାୟତର ଏକମାତ୍ର ମାଧ୍ୟମ ୩ କିମିର ଜଙ୍ଗଲ ଓ ପାହାଡିଆ ରାସ୍ତା । ଖାଲି ସେତିକି ନୁହେଁ, ପାଣି ପାଇଁ ଚାଲିକି ଯିବାକୁ ପଡେ ମାଇଲ୍ ମାଇଲ ଦୂର ବାଟ । ଗାଁରେ ବହୁ ବର୍ଷ ତଳର ଏକ ନଳକୂପ ରହିଛି ସେଥିରୁ ପାଣି ବହାରୁନି । ଗ୍ରାମବାସୀଙ୍କ ଏକମାତ୍ର ଭରସା କୂଅ ପାଣି ବି ଖରାଦିନେ ଶୁଖିଯାଉଛି । ସେହିପରି ଗାଁରେ ଅନେକ ପରିବାରର ଭଲ ଘର ନାହିଁ । ଭଙ୍ଗା ଫଟା କାନ୍ଥ, ଜରିପାଲ ତଳେ ବିତାଉଛନ୍ତି ଜୀବନ । ଗାଁରେ ଥିବା ସମସ୍ୟାର ସମାଧାନ ଲାଗି ଦୀର୍ଘ ବର୍ଷ ହେଲା ଗତ ସରକାରରେ ଗୁହାରି କରିଛନ୍ତି । ମାତ୍ର ବିକାଶ ଦେଖିଲେନି ଗାଁର ୫୦ ପରିବାର । ଏବେ ବିଜେପି ସରକାରଙ୍କୁ କରିଛନ୍ତି ଭରସା ।