ବର୍ଷା ଆରମ୍ଭରୁ ରାସ୍ତାର ହାଲ୍ ବେହାଲ୍, ଚିନ୍ତାରେ ୩ ଖଣ୍ଡ ଗ୍ରାମବାସୀ

Key Points
ରାସ୍ତାରେ ଚାଲିବାକୁ ଲାଗୁଛି ଡ଼ର
ବର୍ଷା ଆରମ୍ଭରୁ ରାସ୍ତାର ହାଲ୍ ବେହାଲ୍
ଚିନ୍ତାରେ ୩ ଖଣ୍ଡ ଗ୍ରାମବାସୀ
ଆଦିବାସୀ ବହୁଳ ମୟୂରଭଞ୍ଜ ଉପାନ୍ତ ଯଶିପୁର ଗ୍ରାମପଞ୍ଚାୟତର ନନ୍ଦାବସାରେ ରାସ୍ତା ଦୁର୍ଦଶାର ଚିତ୍ର । ଆଦିବାସୀ ବହୁଳ ଗାଁର ତିନୋଟି ସାହିରେ ରାସ୍ତା ସମସ୍ୟା ବଢାଇଛି ଚିନ୍ତା। ଆହାରଟୋଲା,ରୁହିନଟୋଲା, ଓ ଚଟାଣୀସାହିର ଚାରି କିଲୋମିଟର ରାସ୍ତା କାଦୁଅ ପଚ ପଚ | ଶତାଧିକ ପରିବାର ବସବାସ କରୁଥିବା ଏହି ଅଞ୍ଚଳରେ ରାସ୍ତା ଖରାପ ଥିବାରୁ ଆଜିଭି ଖଟିଆ ଭରଷା | ନାଲିମାଟିର ରାସ୍ତାରେ ପ୍ରତିଦିନ ଯିବାଆସିବା କରିବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ବିଶେଷ କରି କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରିବାରେ ସମସ୍ୟାର ସମ୍ମୁଖିନ ହେଉଛନ୍ତି ।
ପୂର୍ବ ସରକାର ଗ୍ରାମଞ୍ଚଳର ବିକାଶ ପାଇଁ ଗମନାଗମନକୁ ପ୍ରାଥମିକତା ଦେଇଥିବା କହୁଥିବା ବେଳେ ଏହେଉଛି ଗ୍ରାଉଣ୍ଡରେ ବାସ୍ତବଚିତ୍ର। ବିଭାଗୀୟ ଅଧିକାରୀଙ୍କ ଦୁର୍ଗମର ରାସ୍ତା ଉପରେ ନାହିଁ ନଜର। ଗାଁକୁ ଗାଁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ବେହାଲ। ଆଉ ଏସବୁ ବିସୟରେ ଜାଣି ମଧ୍ୟ ବିଭାଗୀୟ ଅଧିକାରୀ କିଛି ପଦକ୍ଷେପ ନେଉ ନାହାନ୍ତି। ରାସ୍ତା ସମସ୍ୟାର ସମାଧାନ ହେଲେ ଏହି ଅଞ୍ଚଳର ସମସ୍ୟାର ଅନେକ ସମାଧାନ ହେବା ସହ ବିକାଶ ଆହୁରି ଆଗେଇ ପାରନ୍ତା।