Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିମନ୍ତ୍ରଣ ମିଳିନି, ଜୋରଜବରଦସ୍ତ ସଭାକୁ ଗଲେ ରୋହିତ ପୂଜାରୀ

Smruti Parija
Browse all articles by Smruti Parija
·2 years ago
ନିମନ୍ତ୍ରଣ ମିଳିନି, ଜୋରଜବରଦସ୍ତ ସଭାକୁ ଗଲେ ରୋହିତ ପୂଜାରୀ

ସମ୍ବଲପୁର: ସମ୍ବଲପରୁରେ ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ବିରୋଧ । ଆଜି  ହୀରାକୁଦ ଟାଉନ ହଲ୍ ରେ ଓଡ଼ିଶା ସରକାର ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ ଏକ ବୈଠକରେ ଚାଲିଥିଲା । ଏହି ବୈଠକରେ ହଠାତ୍ ପହଞ୍ଚିଥିଲେ ରୋହିତ ପୂଜାରୀ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ସିଧାସଳଖ ଭାବରେ ବିରୋଧ କରିଥିଲେ । ଆପଣ ଭିତରକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ କହିଥିଲେ । 

ହେଲେ ରୋହିତ ପୂଜାରୀ ଜୋର୍ ଜବରଦସ୍ତ ଭିତରକୁ ଯାଇଥିବା ଦେଖିବାକୁ ମିଳିଥିଲା । ସେପଟେ କିନ୍ତୁ ରୋହିତ କହିଥିଲେ, ମୋତେ ନିମନ୍ତ୍ରଣ ହୋଇଥିଲା ମୁଁ ଆସିଛି, ମୁଁ ଏଠାକୁ ରାଜନୀତି କରିବା ପାଇଁ ଆସିନି । ଆମେ କାହାକୁ ନିମନ୍ତ୍ରଣ କରିନୁ ରୋହିତ ପୂଜାରୀ ନିଜ ଇଚ୍ଛାରେ ବିନା ନିମନ୍ତ୍ରଣରେ ଆସିଥିବା ସଭା ଆୟୋଜନ କର୍ମଚାରୀ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Pujari went to the meeting without getting an invitation | Argus News