Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରୋହିତଙ୍କ ମାଟି ଖାଇବାର ଭିଡିଓ ହେଉଛି ଭାଇରାଲ 

Manini Pattanayak
Browse all articles by Manini Pattanayak
·2 years ago·2 min read
ରୋହିତଙ୍କ ମାଟି ଖାଇବାର ଭିଡିଓ ହେଉଛି ଭାଇରାଲ 

ନୂଆଦିଲ୍ଲୀ : ଦୀର୍ଘ ବର୍ଷର ପ୍ରତୀକ୍ଷାର ହେଲା ଅବସାନ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପରେ ପୁଣିଥରେ ଚମ୍ପିୟାନ ହେଲା ଭାରତ  । ଭାରତ ବିଶ୍ୱକପ୍ ବିଜୟ ସହ ରୋହିତ ଶର୍ମାଙ୍କ ନାଁରେ ଯୋଡି ହୋଇଯାଇଛି ନୂଆ ରେକର୍ଡ । କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଓ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମକକ୍ଷ ହୋଇଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା   ।  ତବେ  ବିଜୟ  ମାଟିରୁ  ରୋହିତଙ୍କ ଏକ ଭିଡିଓ ଭାଇରାଲ ହେଉଛି।  ଯେଉଁଥିରେ   ରୋହିତ  ଓ୍ୱାର୍ଲଡ କପ ଜିତିଲା ପରେ ପଡିଆରୁ ମାଟି ଆଣି ଖାଉଛନ୍ତି।  ଥରେ ନୁହେଁ ଦୁଇ ଥର ବାର୍ବାଡୋସ ପଡିଆରୁ ମାଟି ଆଣି ଖାଇଛନ୍ତି ଏବଂ ପରେ ପଡିଆକୁ ହାତରେ ଥାପୁଡେଇ ଧନ୍ୟବାଦ ଜଣାଇଛନ୍ତି।  ରୋହିତ ଙ୍କ ଏହି  ଇମୋଶନାଲ ଭିଡିଓ  ଏବେ ଭାଇରାଲ ହୋବରେ ଲାଗିଛି। ୟଜର୍ସ ମାନେ ଏଥିରେ ଇମୋଶନାଲ କମେଣ୍ଡ ମଧ୍ୟ ଦେଉଛନ୍ତି। ହିଟମ୍ୟାନଙ୍କ ଏହି ଭିଡିଓକୁ ଆଇସିସି ଶେୟାର କରିଛି।  ଯେଉଁଥିରେ ୯୯ ଲକ୍ଷରୁ ଅଧିକ ଲାଇକ୍‌ ଆସି ସାରିଲାଣି। 

ସେହିପରି ବିଜୟ ପରେ କାନ୍ଦି ପାକାଇଥିଲେ  ବିରାଟ ଏବଂ ରୋହିତ । ପଡିଆରେ ଦେଖିବାକୁ ମିଳିଥିଲା  ଏପରି ଦୃଶ୍ୟ। ଯେ ସମସ୍ତ ପ୍ଲେୟାର୍ସଙ୍କ ଆଖିରେ  ଥିଲା ଖୁସିର   ଲୁହ। ପଡିଆରେ ଖେଳାଳୀଙ୍କ ଆଖିରେ ଲୁହ ଦେଖି ବ୍ୟଥିତ ହୋଇପଡିଥିଲେ ବିରାଟଙ୍କ ଝିଅ।  ଅନୁଷ୍କା   ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବା ସହ  କହିଛନ୍ତି  ମୋ ଝିଅ  ଯେତେବେଳେ ଟିଭିରେ ଦେଖିଲା  ଖେଳାଳୀ ମାନେ କାନ୍ଦୁଛନ୍ତି  ସେତେବେଳେ  ତାର  ବଡ ଚିନ୍ତା ହେଉଥିଲା ଖେଳାଳୀମାନଙ୍କୁ କଣ ହଗ୍‌  କରିବାକୁ କେହି ନାହାଁନ୍ତି।  ଅନୁଷ୍କା ତାଙ୍କ ଝିଅକୁ କହିଥିଲେ  ତାଙ୍କୁ  ୧୫୦ କୋଟି ଲୋକ ହଗ କରୁଛନ୍ତି ।  

ତେବେ ୨୦୨୪ ବିଶ୍ୱକପରେ କିନ୍ତୁ ବାଜି ମାରି ନୂଆ ଇତିହାସ ଲେଖିଛି ରୋହିତ ବାହିନ॥ ଏହି ବିଜୟରେ କିଛି ପ୍ଲେୟାରର୍ସ ମହତ୍ୱପୂର୍ତ୍ତ ଭୁମିକା ନିଭାଇଥିଲେ।   ସେଥିମଧ୍ୟରୁ  ଯଶପ୍ରୀତ ବୁମରା ଫାଇନାଲରେ  କରିଥିଲେ ମ୍ୟାଜିକ  । ଇଣ୍ଡିଆ ହାରୁଥିବା ବାଜିକୁ ଜିତାଇ ବିଶ୍ୱକପ ଟ୍ରଫିକୁ ଭେଟି ଦେଇଛନ୍ତି ଯଶପ୍ରୀତ । ତାହାସହ ପ୍ଲେୟାର ଅପ ଦି ଟୁର୍ଣ୍ଣାମେଣ୍ଟ ବି ହୋଇଛନ୍ତି । ଏହି ବିଶ୍ୱକପରେ ୮ ମ୍ୟାଚରେ ବୁମରା ୧୫ ଟି ୱିକେଟ ନେଇଥିଲେ ଓ ଭାରତ ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇଛନ୍ତି ।   ସେହିପରି କୁହାଯାଏ କ୍ୟାଚ୍ ଜିତାଏ ମ୍ୟାଚ୍ ..ସୂର୍ଯ୍ୟଙ୍କ କ୍ୟାଚ୍ କଲା କମାଲ । ଟି- ୨୦ ବିଶ୍ୱକପ୍ ଫାଇନାଲରେ ସୂର୍ଯ୍ୟ କୁମାର ଯାଦବଙ୍କ କ୍ୟାଚ୍ ଭାରତକୁ ଦେଖାଇଲା ବିଜୟର ବାଟ।  ବିରାଟ  କୋହଲି ଏବଂ  ଅକ୍ଷର ପଟେଲ ଙ୍କ ସାନଦାର ବ୍ୟାଟିଂ  ସହ  ଗେମର ମୋଡ ବଦଳାଇଦେଇଥିଲେ   ହାର୍ଦ୍ଦିକ ପାଣ୍ଡ୍ୟା।    ଟିମ୍‌ ଇଣ୍ଡିଆକୁ ଏହି ବୃହତ ବିଜୟ ଦେବାରେ ବଡ ଭୁମିକା ଏହିପ୍ଲୟାସଙ୍କର।  ଟିମ୍‌ ଇଣ୍ଡିଆର ଐତିହାସିକ ବିଜୟରେ  ଝୁମୁଛି ସାରା ଦେଶ।  
ଅଧିକ ଦେଖନ୍ତୁ :

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Rohit Sharma eat soil. Team India's captain and star ... Viral video: Rohit Sharma kisses Hardik Pandya after team's T20 World Cup 2024 | Argus News