Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମାଲୋଚକଙ୍କୁ ରୋହିତଙ୍କ 'ସେଞ୍ଚୁରୀ' ଜବାବ, ବାରବାଟିରେ କଲେ ରନ୍ ବର୍ଷା

Odisha

ସମାଲୋଚକଙ୍କୁ ରୋହିତଙ୍କ 'ସେଞ୍ଚୁରୀ' ଜବାବ, ବାରବାଟିରେ କଲେ ରନ୍ ବର୍ଷା

Sushanta Sahoo
Browse all articles by Sushanta Sahoo
·1 year ago·2 min read
ସମାଲୋଚକଙ୍କୁ ରୋହିତଙ୍କ 'ସେଞ୍ଚୁରୀ' ଜବାବ, ବାରବାଟିରେ କଲେ ରନ୍ ବର୍ଷା

Key Points

ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଚମକପ୍ରଦ ବ୍ୟାଟିଂ କରିଛନ୍ତି ରନ୍ ମେସିନ୍ ରୋହିତ । ୭୬ଟି ବଲ୍‌ରେ ୭ ଛକ୍କା ଓ ୯ ଚୌକା ଜରିଆରେ ରୋହିତ ଶର୍ମା ଶତକୀୟ ପାଳି ଖେଳିଛନ୍ତି ।

କଟକ: ୭୬ ବଲ୍ ୧୦୨ ରନ୍ । ବାରବାଟିରେ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ । ଇଂଲଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଚମକପ୍ରଦ ବ୍ୟାଟିଂ କରିଛନ୍ତି ରନ୍ ମେସିନ୍ ରୋହିତ । ୭୬ଟି ବଲ୍‌ରେ ୭ ଛକ୍କା ଓ ୯ ଚୌକା ଜରିଆରେ ଅଧିନାୟକ ରୋହିତ ଶର୍ମା ଶତକୀୟ ପାଳି ଖେଳିଛନ୍ତି । ବାରବାଟି ଗ୍ରାଉଣ୍ଡରେ ଇଂଲଣ୍ଡ ବୋଲରୁ ଖୁବ୍ ଧୋଇଛନ୍ତି ରୋହିତ ଶର୍ମା । ଏଥିସହ ତାଙ୍କ ସମାଲୋଚକଙ୍କୁ ଦେଇଛନ୍ତି କଡ଼ା ଜବାବ ।


ପ୍ରାୟ ୧୬ ମାସ ପରେ କ୍ରିକେଟ୍ ପ୍ରେମୀ ରୋହିତ ଶର୍ମାଙ୍କ ବ୍ୟାଟରୁ ଶତକ ଦେଖିଛନ୍ତି । ଏହା ପୂର୍ବରୁ ୨୦୨୩ ଅକ୍ଚୋବର ୧୧ରେ ରୋହିତ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିଲେ ଶତକୀୟ ପାଳି । ଦିଲ୍ଲୀରେ ଖେଳା ଯାଇଥିବା ଦିନିକିଆରେ ରୋହିତ ୧୩୧ ରନ ସ୍କୋର ଖେଳିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାରବାଟୀରେ ଇଂଲଣ୍ଡ ଟିମ୍ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା । ୩୦୫ ରନ୍‌ର ପିଛା କରି ଭାରତ ପକ୍ଷରୁ ଓପନିଂ କରିଥିଲେ ରୋହିତ ଶର୍ମା ଓ ଶୁବମନ ଗିଲ୍ । ୫୨ ବଲ୍‌ରେ ଗୋଟିଏ ଛକ୍କା ଓ ୯ ଚୌକା ମାରି ଆଉଟ୍ ହୋଇଥିଲେ ଶୁବମନ୍ ଗିଲ୍ । ଏହା ପରେ ବିରାଟ କୋହଲି ଆସିଥିଲେ ବି ଫ୍ଲପ୍ ହୋଇଥିଲେ । ୮ଟି ବଲ୍‌ରେ ଗୋଟିଏ ଚୌକା ସହ ମାତ୍ର ୫ ରନ୍ କରି ବିରାଟ ପ୍ୟାଭିଲିୟନ୍ ଫେରିଥିଲେ ।


କିନ୍ତୁ ବାରବାଟୀ ଦେଖିଥିଲା ରୋହିତଙ୍କ ରନ୍ ବର୍ଷା । ଆରମ୍ଭରୁ ଆଟାକିଂ ମୁଡ୍‌ରେ ଥିଲେ ହିଟ୍‌ ମ୍ୟାନ୍ ଭାବେ ପରିଚିତ ରୋହତ ଶର୍ମା । ୯୦ ବଲ୍‌ରେ ୮ ଛକ୍କା ଓ ୧୨ ଚୌକା ମାରି ୧୧୯ ରନ୍ ସ୍କୋର୍ କରିଥିବା ରୋହିତ କ୍ୟାଚ୍ ଆଉଟ୍ ହୋଇଛନ୍ତି । ୨୯.୪ ଓଭର ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୨୨୦ ରନ୍ କରିଛି । ବିଜୟ ଲାଗି ୨୦.୨ ଓଭରରେ ଭାରତକୁ ଆବଶ୍ୟକ ଆଉ ୮୫ ରନ୍ ।

Sponsored
Rohit Sharma storms back to form, slams 32nd ODI century | Argus News