Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rural Struggle / ପେଟପାଟଣା ପାଇଁ ସାହାରା ପାଲଟିଛି ଦୌଡ଼ି ବୁଣା

Banajyotshna Ray
Browse all articles by Banajyotshna Ray
·8 months ago·2 min read
ପେଟପାଟଣା ପାଇଁ ସାହାରା ପାଲଟିଛି ଦୌଡ଼ି ବୁଣା

Key Points

ଦିବ୍ୟାଙ୍ଗ ଦମ୍ପତିଙ୍କ କରୁଣ କାହାଣୀ
ଦିବ୍ୟାଙ୍ଗ ହୋଇ କାହା ପାଖରେ ହାତ ପୋତିବା ଶିଖିନାହାନ୍ତି ଦୁଇ ସ୍ୱାମୀ ସ୍ତ୍ରୀ
ଦିବ୍ୟାଙ୍ଗ ଦମ୍ପତିଙ୍କ କରୁଣ କାହାଣୀ, ଦିବ୍ୟାଙ୍ଗ ହୋଇ କାହା ପାଖରେ ହାତ ପୋତିବା ଶିଖି ନାହାନ୍ତି ଦୁଇ ସ୍ୱାମୀ ସ୍ତ୍ରୀ l ଉଭୟ ଦୁଇ ଜଣ ଠିକ ସେ ଚାଲି ବି ପାରନ୍ତି ନାହିଁ ତଥାପି ହାର ମାନିନାହାନ୍ତି ଜୀବନରେ ସଂଗ୍ରାମ କରିବା ପାଇଁ l ସକାଳ ହେଲେ ପରିବାର ଚଳିବା ଚିନ୍ତା, ଦୁଇ ପୁଅ ଝିଅଙ୍କୁ ବଡ଼ ମଣିଷ କରିବା ଚିନ୍ତା l କିନ୍ତୁ ଦିବ୍ୟାଙ୍ଗ ଦମ୍ପତି କରିବେ କଣ କିଛି ଉପାୟ ନପାଇ ଦୌଡ଼ି ତିଆରି କରି ପରିବାର ପୋଷିବା ପାଇଁ ଚଲେଇଛନ୍ତି ସଂଗ୍ରାମ l ସକାଳ ହେଲେ ପ୍ଲାଷ୍ଟିକ ବସ୍ତା କାଢ଼ି ଲାଗିପଡ଼ନ୍ତି ଉଭୟ ଦୌଡ଼ି ତିଆରି ପାଇଁ ଏବଂ ସମୟ ପାଇଲେ ଘରକୁ ଘର, ହାଟ ଅବା ବଜାରକୁ ନେଇ ବିକ୍ରି କରନ୍ତି ଦୌଡ଼ି । ସେଥିରୁ ଯାହା ରୋଜଗାର ହୁଏ କଷ୍ଟେ ମଷ୍ଟେ ପରିବାର ଚଳନ୍ତି l ଏହି ଚିତ୍ର ହେଉଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅନ୍ତର୍ଗତ ଗୋପିଗୁଡା ଗ୍ରାମରେ l ପରିବାର କହିଲେ ଦିବ୍ୟାଙ୍ଗ ପ୍ରହ୍ଲାଦ ମଙ୍ଗଲୀ ସ୍ତ୍ରୀ ଟୀକା ମଙ୍ଗଲୀ ଏବଂ ଦୁଇ ପୁଅ ଝିଅ l

ନିଜର ଏକ ସ୍କୁଟି ଅଛି ତାହାବି ଲୋନ ଆକାରରେ ଆଣି ସୁଝିବାକୁ ପଡୁଛି l ସେଇ ସ୍କୁଟିରେ ଗାଁକୁ ଗାଁ ବୁଲି ବିକ୍ରି କରିଥାନ୍ତି ହାତ ବୁଣା ଦୌଡ଼ି l ସରକାରୀ ସହାୟତା କହିଲେ ମା'ଙ୍କ ଚାଉଳ କାର୍ଡ ରେ ୧୦ kg ଚାଉଳ ସହ ସ୍ୱାମୀ ଙ୍କୁ ୧୨୦୦ ଟଙ୍କା ଭତା ଓ ସ୍ତ୍ରୀ ଙ୍କୁ ୧୦୦୦ ଟଙ୍କା ଭତା ମିଳୁଛି l ସବୁଠୁ ଦୁଃଖ ଏବଂ ପରିତାପର ବିଷୟ ବାରମ୍ବାର ଅଭିଯୋଗ ପରେ ବି ଦୁଇ ଦିବ୍ୟାଙ୍ଗଙ୍କୁ ବର୍ତମାନ ପର୍ଯ୍ୟନ୍ତ ସରକାରଙ୍କ ଆବାସ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି l ଭଙ୍ଗା ଦଦରା ଘରେ ଦୟନୀୟ ଅବସ୍ଥାରେ କଟୁଛୁ ଏହି ପରିବାରର ଜୀବନ l ଘର ତିଆରି କରିବା ଦୂର କଥା ପରିବା ଚାଲିବା ପାଇଁ ସଂଗ୍ରାମ କରୁ କରୁ ହାର ମାନି ନାହାନ୍ତି ଜୀବନ ବାଜିରେ l ଉଭୟ ଦମ୍ପତିଙ୍କ ଦୁଃଖରେ ଦୁଖି ହୋଇ ଗ୍ରାମବାସୀ ପ୍ରଶାସନକୁ ଗୁହାରି କରିଛନ୍ତି ଏହି ପରିବାରକୁ ସହାୟତା ଯୋଗେଇବା ନିମନ୍ତେ l

ଏହି ଦିବ୍ୟାଙ୍ଗ ଦମ୍ପତିଙ୍କ କାହାଣୀ ଶୁଣିଲା ବେଳକୁ ନିହାତି ଭାବରେ ସମାଜକୁ ପ୍ରେରଣା ଯୋଗାଉଛି l ସାମ୍ପ୍ରତିକ ଯୁଗରେ କେହି କେହି ହାତ ଗୋଡ ଭଲ ଥାଇ ମଧ୍ୟ କାମ ଧନ୍ଦା ନକରି ଅଳସୁଆ ଜୀବନ ବିତାଉଥିବା ବେଳେ ଏହି ଦୁଇ ଦମ୍ପତି ସମସ୍ତଙ୍କ ପାଇଁ ଉଦାହରଣ l ପ୍ରଶାସନ ଅବା କୌଣସି ସାମାଜିକ ସଂଗଠନ ପକ୍ଷରୁ ଏମାନଙ୍କୁ କିଛି ସହାୟତା ଯୋଗେଇଲେ ହୁଏ ତ ଏହି ପରିବା ସ୍ଵଛଳ ହୋଇପାରିଥାନ୍ତେ l

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rural Struggle | rope make Turns to New Means for Livelihood | Argus News | Argus News