Food Poisoning / ଅଟାରେ ଥିଲା କି ବିଷ ? ରୁଟି ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ

Key Points
ଅଟାରେ ଥିଲା କି ବିଷ ? ରୁଟି ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ
ରୁଟି ଖାଇବା ପରେ ବିଗିଡ଼ିଲା ସ୍ୱାସ୍ଥ୍ୟ, ଗଜପତିରେ ଚାଞ୍ଚଲ୍ୟ
ଗଜପତିରେ ଖାଦ୍ୟ ବିଷକ୍ରିୟା ଆଶଙ୍କା, ରୁଟି ଖାଇ ୬ ଜଣ ଗୁରୁତର
ରୁଟି ଖାଇବା ପରେ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେବା ଘଟଣା ଗଜପତି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଗୁରାଣ୍ଡି ଥାନା ଅନ୍ତର୍ଗତ ଉପଲଡା ପଞ୍ଚାୟତର ଖାରଡ଼ା ଗାଁରେ ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ, ପରିବାରର ସଦସ୍ୟମାନେ ସାତମାଇଲ ଅଞ୍ଚଳର ଏକ ଦୋକାନରୁ ଅଟା କିଣି ଘରକୁ ଆଣିଥିଲେ । ପରେ ସେହି ଅଟାରେ ରୁଟି ପ୍ରସ୍ତୁତ କରି ପରିବାରର ସଦସ୍ୟମାନେ ଖାଇଥିଲେ । ରୁଟି ଖାଇବାର କିଛି ସମୟ ପରେ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇପଡ଼ିଥିଲା ।
ଅସୁସ୍ଥ ହୋଇଥିବା ବ୍ୟକ୍ତିମାନେ ହେଲେ ସବିତା ରଇତ, ଲକ୍ଷ୍ମୀ ରଇତ, ଶିଡିଆ ରଇତ, ଅସଢା ଗମାଙ୍ଗ, ଦାଗିଡି ଗମାଙ୍ଗ ଏବଂ ଅଖିଳ ଗମାଙ୍ଗ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଭର୍ତ୍ତି କରାଯାଇଛି । ରୁଟି ଖାଇବା ପରେ ହିଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ଖାଦ୍ୟ ବିଷକ୍ରିୟା ହୋଇଥିବା ନେଇ ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ତେବେ ଅଟା କିମ୍ବା ଅନ୍ୟ କୌଣସି କାରଣରୁ ଏହି ଅସୁସ୍ଥତା ଘଟିଛି କି ନାହିଁ, ତାହା ଯାଞ୍ଚ ପରେ ହିଁ ସ୍ପଷ୍ଟ ହେବ।
ମୁଖ୍ୟ ଚିକିତ୍ସାଳୟର ଡାକ୍ତରଙ୍କ ସୂଚନା ଅନୁସାରେ, ସମସ୍ତ ଅସୁସ୍ଥଙ୍କର ବର୍ତ୍ତମାନ ଚିକିତ୍ସା ଚାଲିଛି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ସତର୍କତାମୂଳକ ଭାବେ ସେମାନଙ୍କୁ ପ୍ରାୟ ୨୪ ଘଣ୍ଟା ମେଡିକାଲରେ ରଖି ନଜରରେ ରଖାଯିବ । ଘଟଣାକୁ ନେଇ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ଅଟାର ନମୁନା କିମ୍ବା ଖାଦ୍ୟର ଯାଞ୍ଚ ହେଲେ ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରେ ।
📱 Get Argus News App
✨Related Topics
Explore more stories