ରାଉରକେଲା: ବିସ୍ଫୋରକ ସାମଗ୍ରୀ ଲୁଟ୍ ନେଇ NIAର ତନାଘନା

Key Points
ବିସ୍ଫୋରକ ଲୁଟ୍: NIA ଟିମ୍ର ତନାଘନା
ରାଉରକେଲା: ବିସ୍ଫୋରକ ସାମଗ୍ରୀ ଲୁଟ୍ ନେଇ NIAର ତନାଘନା
ଯାଞ୍ଚ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ NIA ଟିମ୍ ସଦସ୍ୟ
କେ. ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳରେ NIA ଟିମ୍ର ତନାଘନା
ସୁନ୍ଦରଗଡ଼ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ NIAର ତନାଘନା । NIA ଡିଆଇଜି, ଏସ୍ପି ଓ ଆଡିସନାଲ ଏସ୍ପିଙ୍କ ତଦନ୍ତ ଆରମ୍ଭ । ରାଉରକେଲାରେ ଖଣି ମାଲିକଙ୍କୁ ପଚରାଉଚରା କଲା NIA ଟିମ୍ । ସୁନ୍ଦରଗଡ଼ ବଡ଼ଗାଁ ବାରୁଦ ଗୋଦାମ ଯାଇ ତଦନ୍ତ କରିବ NIA ଟିମ୍ । ପରେ କେ. ବଲାଙ୍ଗ ଥାନା ବାଙ୍କୋ ଅଞ୍ଚଳର ପହଞ୍ଚି ତଦନ୍ତ କରିବ ଟିମ୍ ।
ସେପଟେ କେ.ବଲାଙ୍ଗ ଥାନାରେ ପହଞ୍ଚିଛନ୍ତି ସିଆରପିଏଫ୍ ଡିଜି । ସେପଟେ ରାଉରକେଲାରେ ସମୀକ୍ଷା ବୈଠକ କରିଛନ୍ତି ପୋଲିସ ଡିଜି । କିଛି ଦିନ ହେଲା ଶେରେଣ୍ଡା ଜଙ୍ଗଲରେ ମାଓ ଦମନ ପାଇଁ CRPF ଓ ପୋଲିସର ତୁହାକୁ ତୁହା କମ୍ବିଂ ଅପରେସନ ଜାରି ରହିଥିବା ବେଳେ ଏଭଳି ଲୁଟ୍ ଘଟଣା ଲାଲ ବାହିନୀ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବିସ୍ଫୋରକ ସାମଗ୍ରୀ ଲୁଟ୍ ପରେ ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି ରହିଛି ।.