NIT Rourkela / NIT ରାଉରକେଲାର ଦେଶୀ ଉଦ୍ଭାବନ, କମ୍ ଖର୍ଚ୍ଚରେ ଗୋଇଠି ଯନ୍ତ୍ରଣାରୁ ମିଳିବ ଉପଶମ

Key Points
ଗୋଇଠି ଯନ୍ତ୍ରଣାରୁ ଲୋକଙ୍କୁ ଆଶ୍ଵସ୍ତ କରିବା ଲାଗି ରାଉରକେଲା NITର ଅଧ୍ୟୟନକାରୀ ସ୍ଵଳ୍ପ ଖର୍ଚ୍ଚରେ ଏକ ସ୍ଵଦେଶୀ ଫୋର୍ସ ପ୍ଲେଟ୍ ଉଦ୍ଭାବନ କରିଛନ୍ତି । ଆଗକୁ ଏହି ଉଦ୍ଭାବନ ବରିଷ୍ଠ ନାଗରିକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
ରାଉରକେଲା: କମିବ ଗୋଇଠି ଯନ୍ତ୍ରଣା, ରାଉରକେଲା NIT ଆଣିଲା ସ୍ଵଦେଶ୍ଵୀ ଫୋର୍ସ ପ୍ଲେଟ୍ । ଆଜିକାଲିର ବ୍ୟସ୍ତ ବହୁଳ ଦୁନିଆରେ ପାଦର ଗୋଇଠି ଯନ୍ତ୍ରଣା ସାଧାରଣ କଥା । ଆଉ ଏଥିରୁ ମୁକ୍ତି ପାଇବା ଲାଗି ଲୋକେ ବିଭିନ୍ନ ପ୍ରକାର ପନ୍ଥା ଆପଣାଇଥାନ୍ତି । କିଏ ପେନ୍ କିଲର୍ ଖାଏ ତ ଆଉ କିଏ ରାତି ରାତି ତେଲ ମାଲିସ୍ କରିଥାଏ ।
ତଥାପି ଯନ୍ତ୍ରଣାରୁ ମିଳି ନଥାଏ ମୁକ୍ତି । ଗୋଇଠି ଯନ୍ତ୍ରଣାରୁ ଲୋକଙ୍କୁ ଆଶ୍ଵସ୍ତ କରିବା ଲାଗି ରାଉରକେଲା NITର ଅଧ୍ୟୟନକାରୀ ସ୍ଵଳ୍ପ ଖର୍ଚ୍ଚରେ ଏକ ସ୍ଵଦେଶୀ ଫୋର୍ସ ପ୍ଲେଟ୍ ଉଦ୍ଭାବନ କରିଛନ୍ତି । ଆଗକୁ ଏହି ଉଦ୍ଭାବନ ବରିଷ୍ଠ ନାଗରିକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ଆତଙ୍କରାଜ; ଗୋଡ଼ାଇ ଗୋଡ଼ାଇ ଖଣ୍ଡା, କଟୁରୀରେ ଯୁବକଙ୍କୁ ହାଣିଲେ
ଗୋଇଠି ଯନ୍ତ୍ରଣାର ଅନେକ ମାମଲାରେ ଦେଖାଯାଏ ବୟସାଧିକ, ମେଦ ବହୁଳତା, ମଧୁମେହ ଆଦି ଆକ୍ରାନ୍ତଙ୍କ ଏହା ସାମାନ୍ୟ । ଏବେ ରାଉରକେଲା NIT ଆଣିଥିବା ଫୋର୍ସ ପ୍ଲେଟ୍ ମଲ୍ଟି-ଅକ୍ସିଆଲ୍ ଗ୍ରାଉଣ୍ଡ ରିଆକ୍ସନ୍ ଫୋର୍ସେସ୍ (GRF)କୁ ମାପି କାମ କରିବ ।
📱 Get Argus News App
✨
ଏହି ଡିଭାଇସ୍ର ବ୍ୟବହାର କ୍ରୀଡ଼ା ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନ, ଡାକ୍ତରଖାନା ଏବଂ ପୁନର୍ବାସ କେନ୍ଦ୍ରରେ କରାଯାଇ ପାରିବ । ବିଦେଶୀରୁ ଆମଦାନୀ ଅନ୍ୟ ଉପକରଣ ଠାରୁ ଏହି ସ୍ଵଦେଶୀ ଉଦ୍ଭାବନ ବେଶ ଶସ୍ତା ମଧ୍ୟ ।
ଏଥିସହ ପଢ଼ନ୍ତୁ: କିଏ ଏହି ବାବା ପାର୍ଥ ସାରଥୀ ? କାହିଁକି ତାଙ୍କୁ ନେଇ ଏତେ ଚର୍ଚ୍ଚା ?
ଏହି ଫୋର୍ସ ପ୍ଲେଟ୍ ବିଶ୍ଵରେ ବେଶ୍ ଜଣାଶୁଣା । ଯାହାର ବ୍ୟବହାର ମଣିଷର ମସ୍କୁଲୋସ୍କେଲେଟଲ୍ ସ୍ଵାସ୍ଥ୍ୟର ବିଶ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । କିନ୍ତୁ ଚଢ଼ା ଦର ପାଇଁ ଭାରତରେ ଏହାର ଉପଲବ୍ଧତା ସୀମିତ ଅଟେ ।
ଭାରତକୁ ବିଦେଶରୁ ଆମଦାନୀ କରାଯାଉଥିବା ଏହି ଫୋର୍ସ ପ୍ଲେଟ୍ର ମୂଲ୍ୟ ପ୍ରାୟତଃ ୩୦ରୁ ୫୦ ଲକ୍ଷ ହୋଇଥାଏ । ଏବେ NIT ରାଉରକେଲା ଦ୍ଵାରା ଉଦ୍ଭାବିତ ସ୍ଵଦେଶୀ ଫୋର୍ସ ପ୍ଲେଟ୍ର ଦର ପ୍ରାୟ ୮ରୁ ୧୦ ଲକ୍ଷ ରହିବ । ଯାହାକି ବିଦେଶୀରୁ ଆମଦାନୀ କରାଯାଉଥିବା ଫୋର୍ସ ପ୍ଲେଟର ମୂଲ୍ୟ ଠାରୁ ୭୦ରୁ ୮୫ ପ୍ରତିଶତ କମ୍ ଅଟେ ।