Plane Crash / ରାଉରକେଲାରେ ବିମାନ ଦୁର୍ଘଟଣା: କାରଣ ଖୋଜିବାକୁ ଘଟଣାସ୍ଥଳରେ DGCAର ୨ ଟିମ୍

Key Points
ରାଉରକେଲାରେ ବିମାନ ଦୁର୍ଘଟଣା: କାରଣ ଖୋଜିବାକୁ ଘଟଣାସ୍ଥଳରେ DGCAର ୨ ଟିମ୍ ।
ରାଉରକେଲାରେ ବିମାନ ଦୁର୍ଘଟଣାକୁ ନେଇ ତଦନ୍ତ ଆରମ୍ଭ । କେମିତି ମଝି ଆକାଶରୁ ଖସିଲା ବିମାନ ଚାଲିଛି କାରଣ ଖୋଜା । ମେ ଡେ' କଲ୍ ପରେ ପାଇଲଟ୍ କାହିଁକି କରିଥିଲେ ଫୋର୍ସ ଲ୍ୟାଣ୍ଡିଂ ସେନେଇ ତଦନ୍ତ ଆରମ୍ଭ ହୋଇଛି। ସୌଭାଗ୍ୟକୁ ବଞ୍ଚିଯାଇଛନ୍ତି ସମସ୍ତ ୪ ଯାତ୍ରୀ ଓ ୨ ପାଇଲଟ । ସକାଳୁ ଭୁବନେଶ୍ୱର ବିମାନବନ୍ଦରର କିଛି ସଦସ୍ୟଙ୍କ ସହ Airport Authority Indiaର କିଛି ସଦସ୍ୟ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି।
ସେପଟେ ଆଜି ଡିଜିସିଏ ସମେତ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇଂଭେଟିଗେସନ ବ୍ୟୁରୋ ବା AAIB, ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରର ସଦସ୍ୟ, ରାଜ୍ୟ ସରକାରଙ୍କ ଟିମ ମିଳିତ ହୋଇ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବେ। କାହିଁକି ଓ କେଉଁ ପରିସ୍ଥିତିରେ ମଝି ଆକାଶରୁ ବିମାନ ଚାଲିଛି କାରଣ ଖୋଜା ।
ସୂଚନାନୁଯାୟୀ ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣା । କାରଣ ଖୋଜିବାକୁ ଦୁର୍ଘଟଣାସ୍ଥଳରେ ଡିଜିସିଏର ୨ ଟିମ୍। ବ୍ଲାକ୍ବକ୍ସ ମିଳିବା ପରେ ସ୍ପଷ୍ଟ ହେବ ଦୁର୍ଘଟଣାର କାରଣ । ସେପଟେ ଦୁର୍ଘଟଣାରେ ଗୁରୁତର ଥିବା ଦୁଇ ଯାତ୍ରୀଙ୍କୁ ଏୟାରଲିଫ୍ଟ କରାଯାଇଛି । ବିମାନ ଦୁର୍ଘଟଣା ସ୍ୱାମୀ-ସ୍ତ୍ରୀ ସମେତ ୬ ଜଣ ଗୁରୁତର ଥିଲେ । ବାକି ଅନ୍ୟ ୪ ଜଣଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଜାରି ରହିଛି ।
ତେବେ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ଏକ ଛୋଟ ବିମାନ । ଯେଉଁଥିରେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଦକ୍ଷିଣ ରାଉରକେଲା ଆକାଶରେ ବିମାନଟି ଉଡୁଥିବା ବେଳେ ହଠାତ୍ ଯାନ୍ତ୍ରୀକ ତ୍ରୁଟି ଦେଖିବାକୁ ମିଳିଥିଲା । ଏହାପରେ ପାଇଲଟ ତୁରନ୍ତ ବିମାନକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏମରଜେନ୍ସି ଲାଣ୍ଡିଂ ବେଳେ ହଠାତ୍ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଇସ୍ପାତ ଜେନେରାଲ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ବିମାନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ କ୍ୟାପଟେନ୍ ନବୀନ ଖାଡେଙ୍ଗା, ତରୁଣ ଶ୍ରୀବାସ୍ତବ ରହିଥିବା ବେଳେ ୪ ଜଣ ଯାତ୍ରୀ ରହିଛନ୍ତି । ସେମାନେ ହେଉଛନ୍ତି ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ । ତେବେ ଗୁରୁତର ଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଏୟାରଲିଫ୍ଟ କରାଯାଇଛି । ସ୍ୱାମୀ ସୁନୀଲ ଅଗ୍ରଓ୍ୱାଲ ଏବଂ ସ୍ତ୍ରୀ ସବିତା ଅଗ୍ରଓ୍ୱାଲଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିବା ସୂଚନା ମିଳିଛି।
📱 Get Argus News App
✨Related Topics
Explore more stories