Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ !

Key Points

  • ନବୀନଙ୍କ ସାମ୍ନାରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ପାଣ୍ଡିଆନ
  • ସବୁ ଦେଖି ଚୁପ୍‌ ରହିଲେ ମୁଖ୍ୟମନ୍ତ୍ରୀ
  • ତାମିଲ ଶାସନରେ ବିପଦରେ ଓଡ଼ିଆ

ଅର୍ଗସ ବ୍ୟୁରୋ: ସଭା ମଂଚରେ ପୁଣି ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ବିଜେଡିର ନମ୍ବର-୨ ନେତା ଭି.କେ ପାଣ୍ଡିଆନ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ କହିଲେ 'ସନ୍ଥ କବି' । ଭୀମଭୋଇଙ୍କ ନାମ ପୂର୍ବରୁ କେବଳ 'କବି' କହିଲେ । ସମ୍ବଲପୁର ସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ଅପମାନ କରୁଥିଲେ ପାଣ୍ଡିଆନ । ଆଉ ଉଁ କି ଚୁଁ କହୁନଥିଲେ ନବୀନ । ପୂର୍ବରୁ ତ ଯେତିକି ଅପମାନ କରୁଥିଲେ କରୁଥିଲେ ହେଲେ ନିର୍ବାଚନୀ ସଭାରେ ଯେଉଁ ପରି ଭାବରେ ଓଡ଼ିଆ ବରପୁତ୍ରଙ୍କୁ ଅସମ୍ମାନ କଲେ ତାହାକୁ ନେଇ ଜୋରଦାର ବିରୋଧ ଆରମ୍ଭ ହୋଇଗଲାଣି ।

ବରପୁତ୍ରଙ୍କୁ ଅସମ୍ମାନ କରିବାକୁ ସତେ ଯେମିତି ଠିକା ନେଇଛି ବିଜୁ ଜନତା ଦଳ । ଖାସ କରି ଦଳର ନମ୍ବର ୱାନ ନେତା ନବୀନ ଓ ନମ୍ବର ୨ ନେତା ପାଣ୍ଡିଆନ ଅତ୍ୟନ୍ତ କଦର୍ଥ କରି ବରପୁତ୍ରଙ୍କ ନାଁ କହୁଛନ୍ତି ।  କାନ୍ତ କବିଙ୍କୁ କଣ୍ଠ କବି, ବକ୍ସି ଜଗବନ୍ଧୁଙ୍କୁ ବକ୍ସି ଗୋପବନ୍ଧୁ, ପାରଳା ମହାରାଜଙ୍କୁ ପାଡ଼ଲା ମହାରାଜ, ଏବେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କୁ ସନ୍ଥ କବି କହିଲେ ।  

ମୋଟ୍‌ ଉପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଶାର ବରପୁତ୍ରଙ୍କୁ ସାଙ୍ଘାତିକ ଅପମାନ କରାଯାଇଛି । ଗଙ୍ଗାଧର ମେହେର ସାରା ବିଶ୍ୱରେ ସ୍ୱଭାବ କବି ନାଁରେ ଖ୍ୟାତ । ହେଲେ ପାଣ୍ଡିଆନଙ୍କ ଏହି ଭୂଲ୍ ଉଚାରଣ ସୂଚାଉଛି ଓଡିଆ ଅସ୍ମିତାକୁ ସେ କେତେ ବୁଝନ୍ତି ? କେତେ ସମ୍ମାନ ଦିଅନ୍ତି ? ଦର୍ଶକବନ୍ଧୁ ମନେଥିବ ନିଶ୍ଚୟ, ବରପୁତ୍ରଙ୍କୁ ସ୍ଵର୍ଣ୍ଣକ୍ଷେତ୍ରରେ କେମିତି ଗୋଟିଏ ଷ୍ଟାଣ୍ଡ ଉପରେ ବରପୁତ୍ରଙ୍କୁ ଆଣି ରଖନ୍ତି...ପରବର୍ତ୍ତୀ ସମୟରେ କେବଳ ଫୁଲ ଦେଇ ଫଟୋ ଛାଡନ୍ତି । ହେଲେ ଏବେ ଯେଉଁ ପରି ଢଙ୍ଗରେ ସଭା ମଂଚରେ ବରପୁତ୍ରଙ୍କୁ ଅସମ୍ମାନ କଲେ ତାହାକୁ ନେଇ ପ୍ରତିଟି ଓଡ଼ିଆଙ୍କ ମନରେ ପ୍ରବଳ ଅସନ୍ତୋଷ ...ଏହାର ଜବାବ ଆଗାମୀ ନିର୍ବାଚନରେ ଦିଆଯିବ ବୋଲି କହିଲେଣି ଭୋଟର ।

 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
VK Pandian | Argus News